ମୁଁ ଜେଲ୍‌ରୁ ନିର୍ବାଚନ ଲଢ଼ିଲେ ଦିଲ୍ଲୀର ସବୁ ଆସନରେ ଆପ୍ ଜିତିବ: ଅରବିନ୍ଦ କେଜରିୱାଲ୍

ନୂଆଦିଲ୍ଲୀ: ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଯଦି ମୁଁ ଜେଲ୍‌ରେ ରହିଲି ତେବେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀର ୭୦ ଆସନରୁ ୭୦ଟିରେ ବିଜୟୀ ହେବ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। କେଜରିୱାଲ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ସେ ଜେଲ୍‌ରେ ରହିବେ ତେବେ କଣ ତାଙ୍କ ପତ୍ନୀ ସୁନୀତା କେଜରିୱାଲ୍‌ ନିର୍ବାଚନ ଲଢ଼ିବେ ? ଏହାର ଉତ୍ତର ଦେଇ କେଜରିୱାଲ୍ କହିଥିଲେ “ ସେ(ସୁନୀତା) ନିର୍ବାଚନ ଲଢ଼ିବେ ନାହିଁ। ଯଦି ସେମାନେ ମୋତେ ଜେଲ୍‌ରେ ରଖିଲେ ତେବେ ମୁଁ ସେହିଁଠାରୁ ହିଁ ନିର୍ବାଚନ ଲଢିବି। ଏବଂ ମୁଁ ଦୃଢ଼ ବିଶ୍ୱାସୀ ଯେ ଆମେ ୭୦- ଆସନରୁ ୭୦ଟିରେ ବିଜୟୀ ହେବୁ। ଆମର ସମସ୍ତ ବିଧାୟକଙ୍କୁ ଜେଲ୍‌ରୁ ପୂରାଇକି ନିର୍ବାଚନ କରିକି ଦେଖ। ସେମାନେ ଭାବୁଛନ୍ତି ଲୋକେ ବୋକା। ଲୋକେ ସବୁ ଦେଖୁଛନ୍ତି।”କେଜରିୱାଲ୍ ଗିରଫ ହେବା ପରେ ବି କାହିଁକି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନାହିଁ ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି “ଏହା ହିଁ ମୋଦୀ ଜୀ ଚାହୁଁଥିଲେ। ସେ ଜାଣନ୍ତି ଯେ ସେ ମୋତେ ଦିଲ୍ଲୀରେ ହରାଇପାରିବେ ନାହିଁ। ଏଥିପାଇଁ ସେ ଏହିସବୁ ଷଡ଼ଯନ୍ତ୍ର ରଚିଥିଲେ। ଯଦି ମୁଁ ଇସ୍ତଫା ଦେଇଥାନ୍ତି, ତେବେ ବେଙ୍ଗଲ୍‌ର ମମତା ବାନାର୍ଜୀ, କେରଳ ପିନରାୟୀ ବିଜୟନ, ତାମିଲନାଡୁର ଏମ୍‌.କେ ଷ୍ଟାଲିନ୍ ଏମିତି ଅନେକ ମୁଖ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଥାନ

ମୁଁ ଜେଲ୍‌ରୁ ନିର୍ବାଚନ ଲଢ଼ିଲେ ଦିଲ୍ଲୀର ସବୁ ଆସନରେ ଆପ୍ ଜିତିବ: ଅରବିନ୍ଦ କେଜରିୱାଲ୍

ନୂଆଦିଲ୍ଲୀ: ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଯଦି ମୁଁ ଜେଲ୍‌ରେ ରହିଲି ତେବେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀର ୭୦ ଆସନରୁ ୭୦ଟିରେ ବିଜୟୀ ହେବ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। କେଜରିୱାଲ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ସେ ଜେଲ୍‌ରେ ରହିବେ ତେବେ କଣ ତାଙ୍କ ପତ୍ନୀ ସୁନୀତା କେଜରିୱାଲ୍‌ ନିର୍ବାଚନ ଲଢ଼ିବେ ? 

ଏହାର ଉତ୍ତର ଦେଇ କେଜରିୱାଲ୍ କହିଥିଲେ “ ସେ(ସୁନୀତା) ନିର୍ବାଚନ ଲଢ଼ିବେ ନାହିଁ। ଯଦି ସେମାନେ ମୋତେ ଜେଲ୍‌ରେ ରଖିଲେ ତେବେ ମୁଁ ସେହିଁଠାରୁ ହିଁ ନିର୍ବାଚନ ଲଢିବି। ଏବଂ ମୁଁ ଦୃଢ଼ ବିଶ୍ୱାସୀ ଯେ ଆମେ ୭୦- ଆସନରୁ ୭୦ଟିରେ ବିଜୟୀ ହେବୁ। ଆମର ସମସ୍ତ ବିଧାୟକଙ୍କୁ ଜେଲ୍‌ରୁ ପୂରାଇକି ନିର୍ବାଚନ କରିକି ଦେଖ। ସେମାନେ ଭାବୁଛନ୍ତି ଲୋକେ ବୋକା। ଲୋକେ ସବୁ ଦେଖୁଛନ୍ତି।”

କେଜରିୱାଲ୍ ଗିରଫ ହେବା ପରେ ବି କାହିଁକି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନାହିଁ ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି “ଏହା ହିଁ ମୋଦୀ ଜୀ ଚାହୁଁଥିଲେ। ସେ ଜାଣନ୍ତି ଯେ ସେ ମୋତେ ଦିଲ୍ଲୀରେ ହରାଇପାରିବେ ନାହିଁ। ଏଥିପାଇଁ ସେ ଏହିସବୁ ଷଡ଼ଯନ୍ତ୍ର ରଚିଥିଲେ। ଯଦି ମୁଁ ଇସ୍ତଫା ଦେଇଥାନ୍ତି, ତେବେ ବେଙ୍ଗଲ୍‌ର ମମତା ବାନାର୍ଜୀ, କେରଳ ପିନରାୟୀ ବିଜୟନ, ତାମିଲନାଡୁର ଏମ୍‌.କେ ଷ୍ଟାଲିନ୍ ଏମିତି ଅନେକ ମୁଖ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଥାନ୍ତା। ସେମାନେ ବିରୋଧୀ ନେତାଙ୍କୁ ଗିରଫ କରି ସରକାର ଭାଙ୍ଗିବାକୁ ଚାହାନ୍ତି।” ତେବେ ତାଙ୍କର କ୍ଷମତା ଲୋଭ ନାହିଁ, ହେଲେ ଯଦି ସେ ଇସ୍ତଫା ଦେଇଥାନ୍ତେ ତେବେ ଏହା ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇ ଥାନ୍ତା ବୋଲି କେଜରିୱାଲ୍ କହିଛନ୍ତି। 

ପଢ଼ନ୍ତୁ- ବିଜେପିରେ ଉତ୍ତରାଧିକାରୀ ପାଇଁ ବଡ଼ ନେତାଙ୍କୁ ହଟାଇ ଅମିତ ଶାହଙ୍କ ପଥ ପରିଷ୍କାର କରୁଛନ୍ତି ମୋଦୀ: କେଜରିୱାଲ୍
ସେ କହିଛନ୍ତି “କ୍ଷମତାର ଭୋକ ମୋ ଠାରେ ନାହିଁ। ମୁଁ ବସ୍ତି ଲୋକଙ୍କ ପାଇଁ କାମ କରିବି ବୋଲି ଆୟକର କମିଶନର ପଦବୀ ଛାଡ଼ିଲି। ମୁଁ ୨୦୧୩ରେ ମାତ୍ର ୧୯ ଦିନରେ ସରକାର ପଦରୁ ଇସ୍ତଫା ଦେଇଥିଲି। କିନ୍ତୁ ଏବେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁ ନାହିଁ। କାରଣ ଏହା ଆମର ସଂଘର୍ଷ।