ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ୧୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ଭୋଟିଂକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଡ୍ୟୁଟିରେ ଲଗାଯାଇଛି। ଏହାରି ଭିତରେ ମଧ୍ୟପ୍ରଦେଶର ଜଣେ ନିର୍ବାଚନ ଅଧିକାରୀଙ୍କ ଫଟୋ ଭାଇରାଲ […] The post ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ appeared first on Dharitri Odia News.

ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ୧୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ଭୋଟିଂକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଡ୍ୟୁଟିରେ ଲଗାଯାଇଛି। ଏହାରି ଭିତରେ ମଧ୍ୟପ୍ରଦେଶର ଜଣେ ନିର୍ବାଚନ ଅଧିକାରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ୍ସ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ ଜଣେ ନିର୍ବାଚନ ଅଧିକାରୀଙ୍କ ଫଟୋ ମଧ୍ୟ ଶେୟାର କରାଯାଇଛି। କ୍ୟାପସନରେ ଲେଖା ଅଛି – କର୍ତ୍ତବ୍ୟ ପଥରେ ଆଗକୁ ବଢି ଆମେ ଭୋଟ ଦେବାକୁ ଯାଉଛୁ … ମତଦାନ କର୍ମଚାରୀମାନେ ଛିଣ୍ଡୱାରା ଜିଲାରେ ନିର୍ବାଚନ ଡ୍ୟୁଟି ପାଇଁ ଚାଲିଯାଇଛନ୍ତି।
ମହିଳା ମତଦାନ ଅଧିକାରୀଙ୍କ ନାମ ସୁଶୀଲା କନେଶ। ସେ ରାଜ୍ୟ ସରକାରଙ୍କ ସହକାରୀ ଗ୍ରେଡ- ୩ ଅଧିକାରୀ ଏବଂ ତାଙ୍କୁ ଛିଣ୍ଡୱାରା ଜିଲାର ଯୋଗାଣ ଶାଖାରେ ପୋଷ୍ଟ କରାଯାଇଛି। ଲୋକସମ୍ପର୍କ ବିଭାଗ ଅନୁଯାୟୀ, ତାଙ୍କର ଡ୍ୟୁଟି ଲୋକ ସଭା ସିରିଏଲ ନମ୍ବର ୧୬ ଅର୍ଥାତ୍‌ ଚିଣ୍ଡୱାଡାରେ ପୋଷ୍ଟ କରାଯାଇଛି ।
ନିର୍ବାଚନ ଅଧିକାରୀଙ୍କ ପୋଷ୍ଟରେ ଦେଖାଯାଇଥିବା ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ କୌତୁହଳପୂର୍ଣ୍ଣ ମନ୍ତବ୍ୟ ଦେଖାଯାଉଛି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମୋର ଭୋଟ ମଧ୍ୟ ମ୍ୟାଡାମଙ୍କ ବୁଥକୁ ସ୍ଥାନାନ୍ତରିତ ହେବା ଉଚିତ। ଜଣେ ଲେଖିଥିବା ବେଳେ ଗତ ନିର୍ବାଚନରେ ମଧ୍ୟ ତାଙ୍କର ଫଟୋ ଭାଇରାଲ ହୋଇଥିଲା।

 

The post ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ appeared first on Dharitri Odia News.