‘ମୋ ସ୍କୁଲ’ ବଦଳରେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’
ଭୁବନେଶ୍ୱର : ବଦଳିଲା ‘ମୋ ସ୍କୁଲ’ ଅଭିଯାନ ନାଁ I ଗଣଶିକ୍ଷା ବିଭାଗ ପକ୍ଷରୁ ‘ମୋ ସ୍କୁଲ୍’ ଅଭିଯାନ ନାଁ ବଦଳିଛି । ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ […]

ଭୁବନେଶ୍ୱର : ବଦଳିଲା ‘ମୋ ସ୍କୁଲ’ ଅଭିଯାନ ନାଁ I ଗଣଶିକ୍ଷା ବିଭାଗ ପକ୍ଷରୁ ‘ମୋ ସ୍କୁଲ୍’ ଅଭିଯାନ ନାଁ ବଦଳିଛି । ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।
ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ହୋଇଥିଲା।
ସୂଚନାନୁସାରେ,୨୦୧୭ ମସିହା ନଭେମ୍ୱର ୧୪ ଶିଶୁ ଦିବସ ଅବସରରେ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ନିମନ୍ତେ ବିଭିନ୍ନ ଲୋକଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ମଞ୍ଚଟିଏ ଯୋଗାଇବା ଏହାର ଉଦ୍ଦେଶ୍ୟ ଥିଲା।