ଅଙ୍ଗଦାନ କରିବେ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ I ମୃତ୍ୟୁ ପରେ ଉଭୟେ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି I ଏଥିପାଇଁ ଆଜି ଉଭୟଙ୍କ ବିବାହ ବାର୍ଷିକୀରେ କ୍ୟାପିଟାଲ ହସ୍ପିଟାଲ ଯାଇ ଅଙ୍ଗଦାନ ଫୋରମ୍ରେ ପୂରଣ କରି ସ୍ୱୀକୃତି ଦେଇଛନ୍ତି I ଏହା ସହିତ ରକ୍ତଦାନ ମଧ୍ୟ କରିଛନ୍ତି ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍‌‌ ସବ୍ୟସାଚୀ ଦାଶ I ଏହି […]

ଅଙ୍ଗଦାନ କରିବେ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ
ଅଙ୍ଗଦାନ କରିବେ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ I ମୃତ୍ୟୁ ପରେ ଉଭୟେ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି I ଏଥିପାଇଁ ଆଜି ଉଭୟଙ୍କ ବିବାହ ବାର୍ଷିକୀରେ କ୍ୟାପିଟାଲ ହସ୍ପିଟାଲ ଯାଇ ଅଙ୍ଗଦାନ ଫୋରମ୍ରେ ପୂରଣ କରି ସ୍ୱୀକୃତି ଦେଇଛନ୍ତି I ଏହା ସହିତ ରକ୍ତଦାନ ମଧ୍ୟ କରିଛନ୍ତି ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍‌‌ ସବ୍ୟସାଚୀ ଦାଶ I

ଏହି ଅବସରରେ ପିଙ୍କି କହିଛନ୍ତି ଯେ ନିଜ ବାପାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ନହେବାରୁ ତାଙ୍କୁ ହରାଇଥିଲି। ଏଭଳି ସ୍ଥିତିରେ ଆତ୍ମୟୀଙ୍କୁ ହରାଇବାର ଦୁଃଖ କଣ ସେ ଭଲ ଭବାରେ ଅନୁଭବ କରିଛନ୍ତି। ତେଣୁ ତାଙ୍କ ଭଳି କଷ୍ଟ ଆଉ କାହାକୁ ନହେଉ ଏଭଳି ଭାବି ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି।