ମୋଟର ସାଇକେଲ ରୁ ପଡି ଜଣେ ମୃତ୍ୟୁ, ଜଣେ ଆହତ

ଲକ୍ଷ୍ମୀପୁର :୧୬/୦୧ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଚମ୍ପି ନିକଟସ୍ତ ପଣସଗୁଡା ନିକଟରେ ମୋଟର ସାଇକେଲ ରେ ଦୁଇଜଣ ବ୍ୟକ୍ତି ନିଜ ଗାଁ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କୁସୁମଗୁଡା ପଞ୍ଚାୟତ ର ଖଜୁରୀଗୁଡା ଗାଁ ର କୃଷି ମାଣ୍ଡିଙ୍ଗା ଓ ଖଟଲାମାରି ଗାଁ ର କୈଳାଶ ନାଚିକା ଦୁହେଁ ମୋଟରସାଇକେଲ ରେ ମୁର୍କାର ପଞ୍ଚାୟତ […] The post ମୋଟର ସାଇକେଲ ରୁ ପଡି ଜଣେ ମୃତ୍ୟୁ, ଜଣେ ଆହତ appeared first on Odisha.News.

ମୋଟର ସାଇକେଲ ରୁ ପଡି ଜଣେ ମୃତ୍ୟୁ, ଜଣେ ଆହତ

ଲକ୍ଷ୍ମୀପୁର :୧୬/୦୧ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଚମ୍ପି ନିକଟସ୍ତ ପଣସଗୁଡା ନିକଟରେ ମୋଟର ସାଇକେଲ ରେ ଦୁଇଜଣ ବ୍ୟକ୍ତି ନିଜ ଗାଁ କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କୁସୁମଗୁଡା ପଞ୍ଚାୟତ ର ଖଜୁରୀଗୁଡା ଗାଁ ର କୃଷି ମାଣ୍ଡିଙ୍ଗା ଓ ଖଟଲାମାରି ଗାଁ ର କୈଳାଶ ନାଚିକା ଦୁହେଁ ମୋଟରସାଇକେଲ ରେ ମୁର୍କାର ପଞ୍ଚାୟତ ର ତୋଟା ଗୁଡା ଗାଁ ରେ ପୁଷପୁନେଇଁ ପରବ ରେ ଯୋଗ ଦେଇ ଫେରୁଥିଲେ, ଫେରିବା ସମୟରେ ପଣସଗୁଡା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ପରେ ମୋଟରସାଇକେଲ ଚାଳକ କୈଳାଶ ନାଚିକା ଆହତ ହୋଇ ବଞ୍ଚି ଯାଇଥିବା ବେଳେ ପଛରେ ବସିଥିବା କୃଷି ମାଣ୍ଡିଙ୍ଗା ଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଅନ୍ୟ ଏକ ମୋଟର ସାଇକେଲ ରେ ଆସୁଥିବା ସାଙ୍ଗ ମାନେ ଉଭୟ ଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନା ରେ ଭର୍ତି କରାଇଥିଲେ। ଉଭୟ ଙ୍କୁ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା କୋରାପୁଟ ଡାକ୍ତର ଖାନା କୁ ପଠାଇବାର ବ୍ୟବସ୍ଥା କରିଥିଲେ, କୋରାପୁଟ ଡାକ୍ତରଖାନା ରେ କୃଷି ଙ୍କର ମୃତ୍ୟୁ ହୋଇଥିଲା। ଏନେଇଁ ଦଶମନ୍ତପୁର ଥାନା ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଛେଦ କରାଯାଇ ପରିବାର କୁ ହସ୍ତାନ୍ତର କରାଯାଇଛି।

The post ମୋଟର ସାଇକେଲ ରୁ ପଡି ଜଣେ ମୃତ୍ୟୁ, ଜଣେ ଆହତ appeared first on Odisha.News.