ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଆହତ

ଲକ୍ଷ୍ମୀପୁର ୧୮/୦୨ ….. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ ପିପଳପଦର ପଞ୍ଚାୟତର ବାରିଗାଁ ଛକ ନିକଟରେ ଶନିବାର ରାତି ରେ ଭାର ସାମ୍ୟ ହରାଇ ବାଇକ୍ ରୁ ପଡ଼ି ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ କଡିକାଜୋଡ଼ି ଗ୍ରାମର କୃଷ୍ଣ ମାଝୀ ଓ ଆହତ ଜଣକ ହେଲେ ରଘୁ ମାଝୀ।କୃଷ୍ଣଙ୍କ ଶଶୁର ଘର ଗାଁ ପିପଳପଦର କୁ ଆସି ଦୁହେଁ […] The post ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଆହତ appeared first on Odisha.News.

ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଆହତ

ଲକ୍ଷ୍ମୀପୁର ୧୮/୦୨ ….. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ ପିପଳପଦର ପଞ୍ଚାୟତର ବାରିଗାଁ ଛକ ନିକଟରେ ଶନିବାର ରାତି ରେ ଭାର ସାମ୍ୟ ହରାଇ ବାଇକ୍ ରୁ ପଡ଼ି ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ଜଣକ କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ କଡିକାଜୋଡ଼ି ଗ୍ରାମର କୃଷ୍ଣ ମାଝୀ ଓ ଆହତ ଜଣକ ହେଲେ ରଘୁ ମାଝୀ।କୃଷ୍ଣଙ୍କ ଶଶୁର ଘର ଗାଁ ପିପଳପଦର କୁ ଆସି ଦୁହେଁ ରାତିରେ ଏପି୩୫ଏଏ-୭୨୧୫ ନମ୍ୱର୍ ଥିବା ବାଇକ୍ ରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ସେଠାରେ କୃଷ୍ଣ ଖସି ପଡ଼ି ପ୍ରାଣ ହରାଇଥିବା ବେଳେ ରଘୁ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକଙ୍କ ଭିଡ ଜମି ଯାଇଥିବା ବେଳେ ରଘୁ କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଚିକିତ୍ସା କରୁଥିବା ଡ଼ାକ୍ତର ଏସ ଏଲ ଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରିଥିଲେ।ଲକ୍ଷ୍ମୀପୁର ଥାନାରେ ରବିବାର ସକାଳେ ମୃତକଙ୍କ ଦାଦା ଶ୍ୟାମ ମାଝୀ ଏତଲା ଦେବା ପରେ କେସ ନମ୍ୱର୍ ୫୦/୨୪ ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଯିବା ପରେ ପରିବାର ହସ୍ତାନ୍ତର କରାଯାଇଥିବା ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି

The post ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଆହତ appeared first on Odisha.News.