ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲ୍ ର ବିବାଦୀୟ ଅଭିଯୋଗ ପ୍ରତିବିଧାନ ପୀଠ
ସମ୍ବଲପୁର:ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅକ୍ଟୋବର ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ର ଆୟୋଜନ କରୁଅଛି । ଏଣୁ ଏହି ତିନି ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ […] The post ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲ୍ ର ବିବାଦୀୟ ଅଭିଯୋଗ ପ୍ରତିବିଧାନ ପୀଠ appeared first on Odisha.News.

ସମ୍ବଲପୁର:ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅକ୍ଟୋବର ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ର ଆୟୋଜନ କରୁଅଛି । ଏଣୁ ଏହି ତିନି ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ବାକିଥିବା ନିଜର ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ । ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ନିମ୍ନଲିଖିତ ତାରିଖ ଅନୁଯାଇ ସମ୍ବଲପୁର, ଝରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲା ସ୍ଥିତ ଟିପିଡବ୍ଲୁଡିଏଲର ବିଭିନ୍ନ ସବ୍-ଡିଭିଜନ୍ ଅଫିସ୍ ଏବଂ ସେକ୍ସନ ଅଫିସ୍ ମାନଙ୍କରେ ଅନୁଷ୍ଠିତ ହେବ । ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ଅକ୍ଟୋବର ୯ ତାରିଖ ଦିନ ଝାରସୁଗୁଡ଼ା ଟାଉନ ସ୍ଥିତ ଏସଡିଓ-୧ ଏବଂ ଏସଡିଓ-୨ ଅଫିସଠାରେ, ଅକ୍ଟୋବର ୧୪ ତାରିଖ ଦିନ ଏସଡିଓ ବେଲପାହାଡ ଏବଂ ଏସଡିଓ ବ୍ରଜରାଜନଗର ଅଫିସଠାରେ, ଅକ୍ଟୋବର ୧୫ ତାରିଖ ଦିନ କୁଚିଣ୍ଡା ଏସଡିଓ ଅଫିସଠାରେ, ଅକ୍ଟୋବର ୨୧ ତାରିଖ ଦିନ ବନ୍ଧବାହଲ ସେକ୍ସନ ଅଫିସ୍ ଏବଂ ବେଲପାହାଡ଼ ଏସଡିଓ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।ସେହିପରି ସମ୍ବଲପୁର ଜିଲ୍ଲାରେ ଆସନ୍ତା ଅକ୍ଟୋବର ୧୯ ତାରିଖ ଦିନ ଏସଡିଓ ହୀରାକୁଦ ଏବଂ ଏସଡିଓ ଭୂତପଡ଼ା ଅଫିସଠାରେ, ଆସନ୍ତା ୨୨ ତାରିଖ ଦିନ ଚିପିଲିମା ସେକ୍ସନ ଅଫିସଠାରେ, ଆସନ୍ତା ୨୮ ତାରିଖ ଦିନ ଧାମା ସେକ୍ସନ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି I ସେହିପରି ଦେଓଗଡ଼ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନେ ଆସନ୍ତା ଅକ୍ଟୋବର ୨୩ ତାରିଖ ଦିନ ତିଲେଇବଣୀ ସ୍ଥିତ ସେକ୍ସନ ଅଫିସଠାରେ, ଅକ୍ଟୋବର ୨୪ ତାରିଖ ଦିନ ରିଆମାଲ ସେକ୍ସନ ଅଫିସଠାରେ ଆୟୋଜିତ ହେଉଥିବା ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠରେ ଉପସ୍ଥିତ ରହି ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ବୋଲି କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ବିଭାଗ ମୁଖ୍ୟ ଟିପିଡବ୍ଲ୍ୟୁଓଡିଏଲ୍ କର୍ପୋରେଟ୍ କାର୍ଯ୍ୟାଳୟ ବୁର୍ଲା ଜଣାଇଛନ୍ତି।
The post ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେଓଗଡ଼ ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲ୍ ର ବିବାଦୀୟ ଅଭିଯୋଗ ପ୍ରତିବିଧାନ ପୀଠ appeared first on Odisha.News.