‘ମୋତେ ଆଉ ଜେଲ ଯିବାକୁ ପଡିବନି, ଯଦି…’, ମୋତିନଗର ରୋଡ୍ ସୋ’ରେ ଏମିତି କହିଲେ କେଜ୍ରିୱାଲ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ଆପଣଙ୍କ ଭଲପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଭିତରେ ଠିଆ ହେଇଛି । ତେବେ ନିଜ ରୋଡ୍ ସୋରେ କେଜ୍ରିୱାଲ୍ ଏମିତି କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି ଯେ, […] The post ‘ମୋତେ ଆଉ ଜେଲ ଯିବାକୁ ପଡିବନି, ଯଦି…’, ମୋତିନଗର ରୋଡ୍ ସୋ’ରେ ଏମିତି କହିଲେ କେଜ୍ରିୱାଲ first appeared on Kanak News.

‘ମୋତେ ଆଉ ଜେଲ ଯିବାକୁ ପଡିବନି, ଯଦି…’, ମୋତିନଗର ରୋଡ୍ ସୋ’ରେ ଏମିତି କହିଲେ କେଜ୍ରିୱାଲ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ଆପଣଙ୍କ ଭଲପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଭିତରେ ଠିଆ ହେଇଛି । ତେବେ ନିଜ ରୋଡ୍ ସୋରେ କେଜ୍ରିୱାଲ୍ ଏମିତି କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ସେ କହିଛନ୍ତି ଯେ, ସେମାନେ କହୁଛନ୍ତି ୨୦ ଦିନ ପରେ ମୋତେ ଜେଲ୍ ଯିବାକୁ ପଡିବ । ହେଲେ ଯଦି ଆପଣମାନେ ଚାହାଁନ୍ତି, ତେବେ ଏପରି ହେବନି । ମେ ୨୫ ତାରିଖରେ ଆପଣଙ୍କୁ ଆପ୍ ଏବଂ ଇଣ୍ଡିଆ ମେଣ୍ଟକୁ ଭୋଟ୍ ଦେବାକୁ ପଡିବ । ଯଦି ଆପଣ ଝାଡୁ ଚିହ୍ନରେ ଭୋଟ୍ ଦେବେ, ତେବେ ମୋତେ ଆଉ ଜେଲ୍ ଯିବାକୁ ପଡିବନି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏଥିସହିତ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ଜେଲ୍ କାହିଁକି ପଠାହେଲା, ମୋର ଭୁଲ କଣ ଥିଲା । ମୁଁ ଦିଲ୍ଲୀ ପାଇଁ କାମ କଲି, ବୋଧହୁଏ ସେଥିପାଇଁ ସେମାନେ ମୋତେ ଜେଲ ପଠାଇଲେ ବୋଲି ସେ କହିଛନ୍ତି । ଦିଲ୍ଲୀବାସୀଙ୍କ ପାଇଁ ମାଗଣା ବିଜୁଳି, ପାଣି ଏବଂ ସ୍ୱାସ୍ଥ୍ୟ ସୁବିଧା ମୁଁ ଦେଇଛି । ମହିଳାଙ୍କ ପାଇଁ ମାଗଣା ବସ୍ ସେବା କଲି । ଏହି ଭୁଲ କାରଣରୁ ବିଜେପି ମୋତେ ଜେଲରେ ଭର୍ତ୍ତି କରିଦେଲା ବୋଲି ଅରବିନ୍ଦ କେଜ୍ରିୱାଲ ଏହି ରୋଡ୍ ସୋ’ରେ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ରେ କହିଛନ୍ତି ବିଜେପି ବାଲାଙ୍କୁ ୪ଶହ ସିଟ୍ ଦେଇ ଦିଅନ୍ତୁ । ଏ ଲୋକ ୪ ଶହ ସିଟ୍ ନେଇ କଣ କରିବେ? ଅସଲରେ ହେଲା, ଦେଶରୁ ସଂରକ୍ଷଣ, ସମ୍ବିଧାନ ଏବଂ ନିର୍ବାଚନ ବନ୍ଦ କରିବାକୁ ଏମାନେ ଚାହୁଁଛନ୍ତି । ଏହି ଲୋକ ଭାରତରେ ରୁଷ ଏବଂ ଉତ୍ତରକୋରିଆ ଭଳି ଏକଛତ୍ରବାଦୀ ଶାସନ ଆଣିବାକୁ ଚାହୁଁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

The post ‘ମୋତେ ଆଉ ଜେଲ ଯିବାକୁ ପଡିବନି, ଯଦି…’, ମୋତିନଗର ରୋଡ୍ ସୋ’ରେ ଏମିତି କହିଲେ କେଜ୍ରିୱାଲ first appeared on Kanak News.