ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଶୁକ୍ରବାର ଦେହାନ୍ତ ପୁଣି ଆଜି ଜୀବିତ ଥିବା ଖବର ବେଶ୍‌ ଚର୍ଚ୍ଚା ହେଉଛି। ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର କହିଥିଲେ, ପୁନମ ସବୁଦିନ ପାଇଁ ଏ ଦୁନଆରୁ ବିଦାୟ ନେଇଛନ୍ତି। ତାଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ଘଟିଥିବା କୁହାଯାଉଥିଲା। କିଛି ଲୋକ ପୁନମଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ। ଆଉ କିଛି ଲୋକ ସେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଚାହାନ୍ତି ଏବଂ ଏପରି କରିଥିବା ମଧ୍ୟ କହିଥିଲେ। ତେବେ ଆଜି […] The post ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ appeared first on Dharitri Odia News.

ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଶୁକ୍ରବାର ଦେହାନ୍ତ ପୁଣି ଆଜି ଜୀବିତ ଥିବା ଖବର ବେଶ୍‌ ଚର୍ଚ୍ଚା ହେଉଛି। ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର କହିଥିଲେ, ପୁନମ ସବୁଦିନ ପାଇଁ ଏ ଦୁନଆରୁ ବିଦାୟ ନେଇଛନ୍ତି। ତାଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ଘଟିଥିବା କୁହାଯାଉଥିଲା। କିଛି ଲୋକ ପୁନମଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ। ଆଉ କିଛି ଲୋକ ସେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଚାହାନ୍ତି ଏବଂ ଏପରି କରିଥିବା ମଧ୍ୟ କହିଥିଲେ। ତେବେ ଆଜି ସେ କଥା ସତ ହୋଇଛି। ପୁନମ ନିଜେ ସୋସିଆଲ ମିଡିଆରେ ଆସି କହିଛନ୍ତି ମୁଁ ଜୀବିତ। ଯାହା ସମସ୍ତଙ୍କୁ ଚକିତ କରିଛି।

ଅଭିନେତ୍ରୀ ସବୁବେଳେ ଏମିତି କିଛି କଥା କହିଥାନ୍ତି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥାଏ। କେବେ ତାଙ୍କ ଡ୍ରେସ୍‌କୁ ନେଇ ତ ଆଉ କେବେ ଉଲଗ୍ନ ହେବା କହିଥିବା କଥାକୁ ନେଇ। ସେ କହିଛନ୍ତି, ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ମୋତେ ବେଶି ଟ୍ରୋଲ କରିଥାନ୍ତି। ସେମାନେ ଭାବନ୍ତି ଯେମିତି ମୁଁ ଜଣେ ଭାରତୀୟ ନାରୀ ନୁହେଁ, ଏଲିଅନ। ସେମିତି ମୋତେ ବ୍ୟବହାର କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ’ ନାଁ ଶୁଣିବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦିଅନ୍ତି। ମୋତେ ଖରାପ ଲାଗୁଛି, କାରଣ ମୁଁ ଏବେ କାହା ସ୍ତ୍ରୀ କିମ୍ବା ବୋହୂ ନୁହେଁ। ବରଂ କାହା ଝିଅ।

ସ୍ମରଣଥାଉକି, ଅଭିନେତ୍ରୀ ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ଶେୟାର କରି କହିଛନ୍ତି, ସେ ଜୀବିତ ଅଛନ୍ତି ଏବଂ ତାଙ୍କର ଗର୍ଭାଶୟ କର୍କଟରେ ମୃତ୍ୟୁ ହୋଇନାହିଁ। ଏହା ସତ ସେ ପୁନମଙ୍କର ଦେହାନ୍ତ ହୋଇନାହିଁ। ଏଥିସହିତ ସେ ନିଜେ ଏପରି ମିଥ୍ୟା ଖବର ପ୍ରସାରଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ଭିଡିଓ ଶେୟାର କରି ପୁନମ ମଧ୍ୟ ଏକ ଲମ୍ବା ନୋଟ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ମୁଁ ଆପଣମାନଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶେୟାର କରିବାକୁ ଚାହୁଁଛି। ମୁଁ ଜୀବନ୍ତ ଅଛି। ଗର୍ଭାଶୟ କର୍କଟ ମୋତେ ମାରି ନାହିଁ, କିନ୍ତୁ ଦୁଃଖର ବିଷୟ ଏହା ହଜାର ହଜାର ମହିଳାଙ୍କ ଜୀବନ ନେଇଛି। ଯାହାର ମୁକାବିଲା ସମ୍ପର୍କରେ ଲୋକେ ଜାଣି ନ ଥିଲେ। ଅନ୍ୟ କେତେକ କର୍କଟ ପରି ଗର୍ଭାଶୟ କର୍କଟରୁ ପୁନରୁଦ୍ଧାର ସମ୍ଭବ। ମୁଖ୍ୟ କଥା ହେଉଛି ଏଚ୍‌ପିବି ଟିକା ଏବଂ ଶୀଘ୍ର ଚିହ୍ନଟ ପରୀକ୍ଷା କରାଯିବ। ଏହି ରୋଗରେ କାହାର ମୃତ୍ୟୁ ଘଟେ ନାହିଁ। ଆସନ୍ତୁ ପରସ୍ପରକୁ ଏହି ସଚେତନତାକୁ ସଶକ୍ତ କରିବା ଏବଂ ପଦକ୍ଷେପ ନେବାକୁ ପ୍ରତ୍ୟେକ ମହିଳାଙ୍କୁ ଅବଗତ କରାଇବା।

The post ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ appeared first on Dharitri Odia News.