ମୋଦକ ଚୋରିରୁ ଦଳାଚକଟା ଯାଏଁ, ଆଇନ ମନ୍ତ୍ରୀ ଉତ୍ତରଦାୟୀ – ଲେଖାଶ୍ରୀ ସାମନ୍ତ ସିଂହାର

ଡେସ୍କ: ଚଳିତ ରଥଯାତ୍ରା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ମୋଦକ ଚୋରିରୁ ଆରମ୍ଭ କରି ରବିବାର ଘଟିଥିବା ଦଳାଚକଟା ଘଟଣା ଓ ସେଥିରେ ୩ ଜଣଙ୍କ ପ୍ରାଣହାନୀ ନେଇ ବିଜେଡି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତ ସିଂହାର ରାଜ୍ୟ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏକ ଟ୍ୱିଟ ଜରିଆରେ ଡଃ ଲେଖାଶ୍ରୀ କହିଛନ୍ତି, ଏଥର ରଥଯାତ୍ରାକୁ ଅବିସ୍ମରଣୀୟ କରିବାକୁ ରାଜ୍ୟ ସରକାର ବାହାସ୍ଫୋଟ ମାରିଥିଲେ, ହେଲେ ଅଘଟଣ ଏବଂ ବିବାଦ ପିଛା ଛାଡ଼ୁନି। ସେ ଟ୍ୱିଟ […]

ମୋଦକ ଚୋରିରୁ ଦଳାଚକଟା ଯାଏଁ, ଆଇନ ମନ୍ତ୍ରୀ ଉତ୍ତରଦାୟୀ – ଲେଖାଶ୍ରୀ ସାମନ୍ତ ସିଂହାର

ଡେସ୍କ: ଚଳିତ ରଥଯାତ୍ରା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ମୋଦକ ଚୋରିରୁ ଆରମ୍ଭ କରି ରବିବାର ଘଟିଥିବା ଦଳାଚକଟା ଘଟଣା ଓ ସେଥିରେ ୩ ଜଣଙ୍କ ପ୍ରାଣହାନୀ ନେଇ ବିଜେଡି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତ ସିଂହାର ରାଜ୍ୟ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏକ ଟ୍ୱିଟ ଜରିଆରେ ଡଃ ଲେଖାଶ୍ରୀ କହିଛନ୍ତି, ଏଥର ରଥଯାତ୍ରାକୁ ଅବିସ୍ମରଣୀୟ କରିବାକୁ ରାଜ୍ୟ ସରକାର ବାହାସ୍ଫୋଟ ମାରିଥିଲେ, ହେଲେ ଅଘଟଣ ଏବଂ ବିବାଦ ପିଛା ଛାଡ଼ୁନି।

ସେ ଟ୍ୱିଟ କରିଛନ୍ତି, ମହାପ୍ରଭୁଙ୍କ ପାଇଁ ଲାଗି ହେବାକୁ ଥିବା ମୋଦକ ଚୋରି ହୋଇଗଲା, ସିଂହଦ୍ୱାରରେ ନନ୍ଦିଘୋଷ ଅଟକି ରହିଲା, ଶରଧାବାଲିରେ ଦଳାଚକଟାରେ ୩ ଜଣ ଭକ୍ତ ପ୍ରାଣ ହରାଇଲେ। ଏତେ ସବୁ ପରେ ମଧ୍ୟ ଅହଂକାରରେ ବୁଡି ରହିଥିବା ସରକାର ନିଜ ଦୋଷ ତ୍ରୁଟିକୁ ବୁଝି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିବା ବଦଳରେ କିଛି ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାୟିତ୍ୱ ସାରିଦେଉଛନ୍ତି।


ସେ କହିଛନ୍ତି, ରଥଯାତ୍ରାରେ ଅଘଟଣ ପାଇଁ ଆଇନ ମନ୍ତ୍ରୀ ସମ୍ପୂର୍ଣ୍ଣ ରୂପେ ଉତ୍ତରଦାୟୀ। ସେ ପ୍ରଶ୍ନ କରିଛନ୍ତି, ଉପ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି କଣ ତଦାରଖ କରୁଥିଲା? ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମିଡ଼ିଆ ସାମ୍ନାରେ ଫୁଟାଣି ମାରି ବୟାନ ଦେଇଥିବା ମୁଖ୍ୟମନ୍ତ୍ରୀ କଣ ପାଇଁ ଉତ୍ତରଦାୟୀ ହେବେନି?

ଡଃ ଲେଖାଶ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, କେବଳ କିଛି ଅଫିସରଙ୍କ ଉପରେ ଦୋଷ ଲଦି ସରକାର ଖସି ଯାଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ କିମ୍ବା ମନ୍ତ୍ରୀମଣ୍ଡଳରେ ଥିବା ଅପାରଗ ମନ୍ତ୍ରୀଙ୍କୁ ଦାୟିତ୍ୱରୁ ଅନ୍ତର କରନ୍ତୁ। ଏବଂ ଆଗାମୀ ଦିନରେ କିଭଳି ଅଘଟଣ ଆଉ ଘଟିବନି, ତାକୁ ନିଶ୍ଚିତ କରନ୍ତୁ।