ବାତ୍ୟାକୁ ନେଇ ନୂଆ ଅପଡେଟ୍ ; ପାରାଦୀପରେ ହିଟ୍ କରିବ ବାତ୍ୟା ଦାନା !
ଭୁବନେଶ୍ୱର 21/10 : ବାତ୍ୟାକୁ ନେଇ ନୂଆ ଅପଡେଟ୍। ପାରାଦୀପରେ ହିଟ୍ କରିବ ବାତ୍ୟା ଦାନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସୂଚନା ଦେଲେ ଏସଆରସି। ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ମଧ୍ୟ ଅବଗତ କରାଇଲେ ଏସଆରସି। ଏସଆରସିଙ୍କ ସୂଚନା ପରେ ଜଗତସିଂପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ଆଶ୍ରୟ ସ୍ଥଳୀ, କୋଷ୍ଟ ଗାର୍ଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ଏସଆରସିଙ୍କ ସୂଚନା ଅନୁସାରେ ବାତ୍ୟା ପାରାଦୀପରୁ ସାଗର ଆଇଲାଣ୍ଡ ଭିତରେ ହିଟ୍ କରିବା ସମ୍ଭାବନା ଥିବା ଯୋଗୁ ୱାଇଡ ରେଞ୍ଜ ଫୋରକାଷ୍ଟ କରାଯାଇଛି। କିନ୍ତୁ ପାରାଦୀପରେ ହିଟ୍ କରିବା ବହୁ ସମ୍ଭାବନା ଅଛି ବୋଲି ଏସଆରସି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏହି ବୈଠକରେ ରାଜସ୍ବମନ୍ତ୍ରୀ ଉପସ୍ଥିତ ମଧ୍ୟ ଉପସ୍ଥିତ ଅଛନ୍ତି। ଲୋକସେବା ଭବନରେ ଅଗ୍ନିଶମ ବିଭାଗ ଡିଜି, ମୁଖ୍ୟ ଶାସନ ସଚିବ, ଏସ ଆର ସି, ଉନ୍ନୟନ କମିଶନର, କୃଷି ସଚିବ ଅରବିନ୍ଦ ପାଢୀ, ବିଶାଲଦେବ ଉଷାପାଢ଼ୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଅଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶୀକା ମନୋରମା ମହାନ୍ତିଙ୍କ ସମେତ ଭିଡିଓ କନଫରେନସିଂରେ ସାମିଲ ହୋଇଛନ୍ତି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ। ସେଥିରେ ସାମିଲ୍ ଅଛନ୍ତି କନ୍ଧମାଳ, ଗଞ୍ଜାମ, ଯାଜପୁର, କଟକ କେନ୍ଦ୍ରାପଡା, ଅନୁଗୁଳ, ପୁରୀ
ଭୁବନେଶ୍ୱର 21/10 : ବାତ୍ୟାକୁ ନେଇ ନୂଆ ଅପଡେଟ୍। ପାରାଦୀପରେ ହିଟ୍ କରିବ ବାତ୍ୟା ଦାନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସୂଚନା ଦେଲେ ଏସଆରସି। ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ମଧ୍ୟ ଅବଗତ କରାଇଲେ ଏସଆରସି। ଏସଆରସିଙ୍କ ସୂଚନା ପରେ ଜଗତସିଂପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ଆଶ୍ରୟ ସ୍ଥଳୀ, କୋଷ୍ଟ ଗାର୍ଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ।
ଏସଆରସିଙ୍କ ସୂଚନା ଅନୁସାରେ ବାତ୍ୟା ପାରାଦୀପରୁ ସାଗର ଆଇଲାଣ୍ଡ ଭିତରେ ହିଟ୍ କରିବା ସମ୍ଭାବନା ଥିବା ଯୋଗୁ ୱାଇଡ ରେଞ୍ଜ ଫୋରକାଷ୍ଟ କରାଯାଇଛି। କିନ୍ତୁ ପାରାଦୀପରେ ହିଟ୍ କରିବା ବହୁ ସମ୍ଭାବନା ଅଛି ବୋଲି ଏସଆରସି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏହି ବୈଠକରେ ରାଜସ୍ବମନ୍ତ୍ରୀ ଉପସ୍ଥିତ ମଧ୍ୟ ଉପସ୍ଥିତ ଅଛନ୍ତି। ଲୋକସେବା ଭବନରେ ଅଗ୍ନିଶମ ବିଭାଗ ଡିଜି, ମୁଖ୍ୟ ଶାସନ ସଚିବ, ଏସ ଆର ସି, ଉନ୍ନୟନ କମିଶନର, କୃଷି ସଚିବ ଅରବିନ୍ଦ ପାଢୀ, ବିଶାଲଦେବ ଉଷାପାଢ଼ୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଅଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶୀକା ମନୋରମା ମହାନ୍ତିଙ୍କ ସମେତ ଭିଡିଓ କନଫରେନସିଂରେ ସାମିଲ ହୋଇଛନ୍ତି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ। ସେଥିରେ ସାମିଲ୍ ଅଛନ୍ତି କନ୍ଧମାଳ, ଗଞ୍ଜାମ, ଯାଜପୁର, କଟକ କେନ୍ଦ୍ରାପଡା, ଅନୁଗୁଳ, ପୁରୀ, ମାଲକାନଗିରି, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ତାଳଚେର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଜଗତସିଂହପୁର, କୋରାପୁଟ, ଗଜପତି ଜିଲ୍ଲାର ଜିଲ୍ଲାପାଳ।
AlsoRead-
ବାତ୍ୟାକୁ ନେଇ ନୂଆ ଅପଡେଟ୍ ; ପୁରୀ ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା