ମୋଦି କଲ୍ କରିଥିଲେ, ରିସିଭ୍ କଲିନି: ଭିନେଶ
ଚଣ୍ଡିଗଡ଼,୩ା୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ଲଢ଼ୁଥିବା ଭିନେଶ ଫୋଗଟ୍ ଅଲିମ୍ପିକ୍ ଫାଇନାଲ୍ର ୫୦ ଓମେନ୍ସ ୫୦ କେ.ଜି. ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହାର ମାସକ ପରେ ସେ କୁସ୍ତି କ୍ୟାରିୟରରୁ ଅବସର ଘୋଷଣା କରି ରାଜନୀତିରେ ସାମିଲ ହୋଇଥିଲେ। ହରିୟାଣାରେ ପ୍ରଚାର ଚାଲିଥିବାବେଳେ ଏକ ଓ୍ବେବ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ଭିନେଶ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ରୁ ଅଯୋଗ୍ୟ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କଲ୍ କରିଥିଲେ। କିନ୍ତୁ ସେ […] The post ମୋଦି କଲ୍ କରିଥିଲେ, ରିସିଭ୍ କଲିନି: ଭିନେଶ appeared first on Dharitri Odia News.
ଚଣ୍ଡିଗଡ଼,୩ା୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ଲଢ଼ୁଥିବା ଭିନେଶ ଫୋଗଟ୍ ଅଲିମ୍ପିକ୍ ଫାଇନାଲ୍ର ୫୦ ଓମେନ୍ସ ୫୦ କେ.ଜି. ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହାର ମାସକ ପରେ ସେ କୁସ୍ତି କ୍ୟାରିୟରରୁ ଅବସର ଘୋଷଣା କରି ରାଜନୀତିରେ ସାମିଲ ହୋଇଥିଲେ। ହରିୟାଣାରେ ପ୍ରଚାର ଚାଲିଥିବାବେଳେ ଏକ ଓ୍ବେବ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ଭିନେଶ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ରୁ ଅଯୋଗ୍ୟ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କଲ୍ କରିଥିଲେ। କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ କଲ୍ ରିସିଭ୍ କରିବାକୁ ମନା କରିଦେଇଥିଲେ। କାରଣ ସେ ନିଜ ଭାବାବେଗ ଓ ଉଦ୍ୟମକୁ ରାଜନୈତିକ ଉଦ୍ଦେଶ୍ୟରେ ଶୋଷିତ ହେବାକୁ ଦେବା ପାଇଁ ଚାହିଁ ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଫିସ (ପିଏମ୍ଓ)ରୁ ଫୋନ୍ କରିଥିବା ଅଧିକାରୀ ଜଣକ କହିଥିଲେ, ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। କିନ୍ତୁ ବାର୍ତ୍ତାଳାପ ବେଳେ ଆପଣଙ୍କ ସହ ନିଜ ଟିମ୍ର କେହି ଉପସ୍ଥିତ ରହିବେ ନାହିଁ। ସୋସିଆଲ ମିଡିଆ ପାଇଁ ଉଭୟ ପକ୍ଷର ଦୁଇଜଣ ଲେଖାଏ ବାର୍ତ୍ତାଳାପର ରେକର୍ଡିଂ କରିବେ ବୋଲି ସର୍ତ୍ତ ରଖାଯାଇଥିଲା। ଭିନେଶ ନିଜ ଆବେଗ ଓ କଠିନ ପରିଶ୍ରମକୁ ସାମାଜିକ ଗଣମାଧ୍ୟମରେ ଉପହାସର ପାତ୍ର ହେଉ ବୋଲି ଚାହିଁ ନ ଥିଲେ। ପ୍ରଧାନମନ୍ତ୍ରୀ ବିନା କୌଣସି ପ୍ରଚାର ପ୍ରସାର ସର୍ତ୍ତରେ କଲ୍ କରିଥିଲେ ସେ ତାକୁ ପ୍ରଶଂସା କରିଥାଆନ୍ତେ ବୋଲି ସେ କହିଛନ୍ତି।
The post ମୋଦି କଲ୍ କରିଥିଲେ, ରିସିଭ୍ କଲିନି: ଭିନେଶ appeared first on Dharitri Odia News.