ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଯୁବତୀଯୁବକଙ୍କୁ ମିଳିବ ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୧।୭: କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ନୂତନ କ୍ରୀଡା ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ମୂଲ୍ୟ ୧.୦୭ ଲକ୍ଷ କୋଟି ଟଙ୍କା), ଗବେଷଣା ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନା (ମୂଲ୍ୟ ୧ ଲକ୍ଷ କୋଟି ଟଙ୍କା), ଜାତୀୟ କ୍ରୀଡା ନୀତି ୨୦୨୫ ଏବଂ ପରମାକୁଡି-ରାମନାଥପୁରମ ଜାତୀୟ ରାଜପଥର ଚାରି ଲେନ (ମୂଲ୍ୟ ୧,୮୫୩ କୋଟି ଟଙ୍କା)କୁ […] The post ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଯୁବତୀଯୁବକଙ୍କୁ ମିଳିବ ବମ୍ପର ନିଯୁକ୍ତି appeared first on Dharitri Odia News.

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଯୁବତୀଯୁବକଙ୍କୁ ମିଳିବ ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୧।୭: କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ନୂତନ କ୍ରୀଡା ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ମୂଲ୍ୟ ୧.୦୭ ଲକ୍ଷ କୋଟି ଟଙ୍କା), ଗବେଷଣା ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନା (ମୂଲ୍ୟ ୧ ଲକ୍ଷ କୋଟି ଟଙ୍କା), ଜାତୀୟ କ୍ରୀଡା ନୀତି ୨୦୨୫ ଏବଂ ପରମାକୁଡି-ରାମନାଥପୁରମ ଜାତୀୟ ରାଜପଥର ଚାରି ଲେନ (ମୂଲ୍ୟ ୧,୮୫୩ କୋଟି ଟଙ୍କା)କୁ ଅନୁମୋଦନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ନୂତନ କ୍ରୀଡା ନୀତି ସାରା ଦେଶରେ କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଖେଳାଳିଙ୍କ ପ୍ରଦର୍ଶନକୁ ଦିଗଦର୍ଶନ ଦେବ। କ୍ୟାବିନେଟ ଦ୍ୱାରା ଅନୁମୋଦିତ ନିଯୁକ୍ତି-ଲିଙ୍କ୍ଡ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଉତ୍ପାଦନ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ଏହା ଦୁଇଟି ଭାଗରେ ରହିବ। ଏହି ଯୋଜନା ପ୍ରଥମ ଥର ପାଇଁ ନିଯୁକ୍ତିଦାତାମାନଙ୍କୁ ନିଯୁକ୍ତି ଦେବାକୁ ଉତ୍ସାହିତ କରିବା ପାଇଁ।

ନୂତନ ଜାତୀୟ କ୍ରୀଡା ନୀତି (ଏନପିଏସ) ୨୦୨୫ କ୍ରୀଡା ନୀତି-୨୦୦୧କୁ ବଦଳାଇବ। ଏହାର ଲକ୍ଷ୍ୟ ହେଉଛି ଭାରତକୁ କ୍ରୀଡା ଜଗତରେ ଏକ ବିଶ୍ୱସ୍ତରୀୟ ସୁପରପାୱାର କରିବା। ଏହା ସହିତ, ଅଲିମ୍ପିକ୍ସ-୨୦୩୬ ସମେତ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟରେ ଏକ ଦୃଢ଼ ଦାବି ଉପସ୍ଥାପନ କରିବା। NSP-୨୦୨୫ ପ୍ରସ୍ତୁତ କରିବାରେ, କେନ୍ଦ୍ରୀୟ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ ସରକାର, ଜାତୀୟ କ୍ରୀଡ଼ା ମହାସଂଘ, ଖେଳାଳି, ବିଶେଷଜ୍ଞ ଏବଂ ସାଧାରଣ ଜନତାଙ୍କ ସହିତ ଆଲୋଚନା କରାଯାଇଥିଲା। ଏହି ନୀତିର ୫ଟି ମୁଖ୍ୟ ଆଧାର ଅଛି।

 

 

The post ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଯୁବତୀଯୁବକଙ୍କୁ ମିଳିବ ବମ୍ପର ନିଯୁକ୍ତି appeared first on Dharitri Odia News.