ମୋଦି ଜିତିଲେ ଦେଶର ମାନଚିତ୍ର ବଦଳିଯିବ: ସୀତାରାମନ୍ଙ୍କ ସ୍ବାମୀ
ନୂଆଦିଲ୍ଲୀ,୧୦ା୪ : ଚଳିତ ଲୋକ ସଭା ନିର୍ବାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚିତ ହେଲେ ଭାରତର ମାନଚିତ୍ର ବଦଳିଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ସ୍ବାମୀ ପରକଲା ପ୍ରଭାକର ସତର୍କ କରାଇଛନ୍ତି। ଅର୍ଥନୀତିଜ୍ଞ ପ୍ରଭାକର ଏକ ସାକ୍ଷାତ୍କାରରେ କହିଛନ୍ତି, ଭାଜପା ଏଥର କ୍ଷମତାକୁ ଆସିଲେ ସାରା ଦେଶରେ ଲଦାଖ-ମଣିପୁର ଭଳି ସ୍ଥିତି ଉପୁଜିବ। ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ ଦେଶରେ ଆଉ ନିର୍ବାଚନ ମଧ୍ୟ ହେବ ନାହିଁ। ଯେଉଁମାନଙ୍କୁ ପାକିସ୍ତାନ ଯିବାର ଅଛି, ଯିବାକୁ […] The post ମୋଦି ଜିତିଲେ ଦେଶର ମାନଚିତ୍ର ବଦଳିଯିବ: ସୀତାରାମନ୍ଙ୍କ ସ୍ବାମୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦ା୪ : ଚଳିତ ଲୋକ ସଭା ନିର୍ବାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚିତ ହେଲେ ଭାରତର ମାନଚିତ୍ର ବଦଳିଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ସ୍ବାମୀ ପରକଲା ପ୍ରଭାକର ସତର୍କ କରାଇଛନ୍ତି। ଅର୍ଥନୀତିଜ୍ଞ ପ୍ରଭାକର ଏକ ସାକ୍ଷାତ୍କାରରେ କହିଛନ୍ତି, ଭାଜପା ଏଥର କ୍ଷମତାକୁ ଆସିଲେ ସାରା ଦେଶରେ ଲଦାଖ-ମଣିପୁର ଭଳି ସ୍ଥିତି ଉପୁଜିବ। ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ ଦେଶରେ ଆଉ ନିର୍ବାଚନ ମଧ୍ୟ ହେବ ନାହିଁ। ଯେଉଁମାନଙ୍କୁ ପାକିସ୍ତାନ ଯିବାର ଅଛି, ଯିବାକୁ ଦିଅ ଭଳି ଘୃଣା ମନ୍ତବ୍ୟ ଦିଲ୍ଲୀର ଲାଲକିଲ୍ଲାରୁ ଶୁଣିବାକୁ ମିଳିବ। ମୋଦି ନିଜେ ଖୋଲାଖୋଲି ଭାବେ ଏପରି ମନ୍ତବ୍ୟ ଦେବେ ବୋଲି ପ୍ରଭାକର କହିଛନ୍ତି।
The post ମୋଦି ଜିତିଲେ ଦେଶର ମାନଚିତ୍ର ବଦଳିଯିବ: ସୀତାରାମନ୍ଙ୍କ ସ୍ବାମୀ appeared first on Dharitri Odia News.