ମୋଦି ଜେଲେନସ୍କିଙ୍କୁ ଦେଲେ ଖାସ୍ ଉପହାର, ଅଟକିଗଲା ବିଶ୍ବର ନଜର
ନୂଆଦିଲ୍ଲୀ ୨୬/୮: ଭାରତୀୟ ସଂସ୍କୃତିରେ ଅତିଥି ଶବ୍ଦର ଗୁରୁତ୍ବ ଢେର୍ ।ଯେତେବେଳେ ଘରକୁ ଅତିଥି ଆସନ୍ତି ସାଙ୍ଗରେ କିଛି ଉପହାର ବା ଗିଫ୍ଟ ନେଇ ଆସିଥାନ୍ତି । ଯାହା ମନକୁ ଖୁସି କରିଦିଏ । ଅତିଥିଙ୍କର ଜମାଣିଆ ଚର୍ଚ୍ଚା କରିବାକୁ ବି ଭୁଲନ୍ତିନି କେହି । ଏଠି ଆମେ କହୁଛୁ ଭାରତରୁ ୟୁକ୍ରେନ ଯାଇଥିବା ସ୍ପେଶାଲ ଅତିଥିଙ୍କ କଥା । ତାଙ୍କ ବିଷୟରେ ଚର୍ଚ୍ଚା ହେବା ତ ସ୍ବାଭାବିକ । ହେଲେ ଅତିଥିଙ୍କଠୁ ତାଙ୍କ ଖାସ୍ ଉପହାରକୁ ନେଇ ଚର୍ଚ୍ଚା ଅଧିକ ।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତ । କିଏଭରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଭେଟଘାଟ୍ । ଆଉ ଉପହାର ସ୍ବରୁପ ଜେଲେନସ୍କିଙ୍କୁ ମିଳିଥିବା ବଡ ଗିଫ୍ଟ । ଏହି କେତୋଟି କଥା ଏବେ ବିଶ୍ବବାସୀଙ୍କୁ ଚକିତ କରିଛି । ତେବେ ମୋଦି ଏମିତି କଣ ଖାସ ଜିନିଷ ଜେଲେନସ୍କିଙ୍କୁ ଦେଇଦେଲେ ଯେ ବିଶ୍ବର ନଜର ସେଇଠି ଅଟକିଗଲା । ଜେଲେନସ୍କିଙ୍କୁ ମୋଦିଙ୍କ ବଡ ଗିଫ୍ଟ । ଭେଟିଦେଲେ ଭୀଷ୍ମ କ୍ୟୁବ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ବାଭାବିକ । ଏ ଭୀଷ୍ମ କ୍ୟୁବ କଣ ? କଣ ରହିଛି ଏହାର ସ୍ବତନ୍ତ୍ରତା । BHISM CUBESର ଅର୍ଥ ହେଉଛି ପୋର୍ଟେବୁଲ ମୋବାଇଲ ହସ୍ପିଟାଲ ବା ଚଳନ୍ତା ହସ୍ପିଟାଲ । ଏହି ସେବା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚିତ । ପ୍ରାକୃତିକ ଦୁର୍ବିପାକ ଓ ଯୁଦ୍ଧ ସମୟରେ ବନ୍ଧୁ ପରି କାମ କରେ । ଆଧୁନିକ ଉପକରଣ ସାଙ୍ଗକୁ ତ୍ବରିତ ସୁବିଧା ଯୋଗାଇ
ନୂଆଦିଲ୍ଲୀ ୨୬/୮: ଭାରତୀୟ ସଂସ୍କୃତିରେ ଅତିଥି ଶବ୍ଦର ଗୁରୁତ୍ବ ଢେର୍ ।ଯେତେବେଳେ ଘରକୁ ଅତିଥି ଆସନ୍ତି ସାଙ୍ଗରେ କିଛି ଉପହାର ବା ଗିଫ୍ଟ ନେଇ ଆସିଥାନ୍ତି । ଯାହା ମନକୁ ଖୁସି କରିଦିଏ । ଅତିଥିଙ୍କର ଜମାଣିଆ ଚର୍ଚ୍ଚା କରିବାକୁ ବି ଭୁଲନ୍ତିନି କେହି । ଏଠି ଆମେ କହୁଛୁ ଭାରତରୁ ୟୁକ୍ରେନ ଯାଇଥିବା ସ୍ପେଶାଲ ଅତିଥିଙ୍କ କଥା । ତାଙ୍କ ବିଷୟରେ ଚର୍ଚ୍ଚା ହେବା ତ ସ୍ବାଭାବିକ । ହେଲେ ଅତିଥିଙ୍କଠୁ ତାଙ୍କ ଖାସ୍ ଉପହାରକୁ ନେଇ ଚର୍ଚ୍ଚା ଅଧିକ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତ । କିଏଭରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଭେଟଘାଟ୍ । ଆଉ ଉପହାର ସ୍ବରୁପ ଜେଲେନସ୍କିଙ୍କୁ ମିଳିଥିବା ବଡ ଗିଫ୍ଟ । ଏହି କେତୋଟି କଥା ଏବେ ବିଶ୍ବବାସୀଙ୍କୁ ଚକିତ କରିଛି । ତେବେ ମୋଦି ଏମିତି କଣ ଖାସ ଜିନିଷ ଜେଲେନସ୍କିଙ୍କୁ ଦେଇଦେଲେ ଯେ ବିଶ୍ବର ନଜର ସେଇଠି ଅଟକିଗଲା ।
ଜେଲେନସ୍କିଙ୍କୁ ମୋଦିଙ୍କ ବଡ ଗିଫ୍ଟ । ଭେଟିଦେଲେ ଭୀଷ୍ମ କ୍ୟୁବ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ବାଭାବିକ । ଏ ଭୀଷ୍ମ କ୍ୟୁବ କଣ ? କଣ ରହିଛି ଏହାର ସ୍ବତନ୍ତ୍ରତା । BHISM CUBESର ଅର୍ଥ ହେଉଛି ପୋର୍ଟେବୁଲ ମୋବାଇଲ ହସ୍ପିଟାଲ ବା ଚଳନ୍ତା ହସ୍ପିଟାଲ । ଏହି ସେବା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚିତ । ପ୍ରାକୃତିକ ଦୁର୍ବିପାକ ଓ ଯୁଦ୍ଧ ସମୟରେ ବନ୍ଧୁ ପରି କାମ କରେ । ଆଧୁନିକ ଉପକରଣ ସାଙ୍ଗକୁ ତ୍ବରିତ ସୁବିଧା ଯୋଗାଇ ଦେଉଥିବା BHISM CUBESକୁ ସହଜରେ ଯେକୌଣସି ସ୍ଥାନକୁ ନେଇ ହେବ । ଏମରଜେନ୍ସି ସ୍ଥିତିରେ ୧୫ଶହ ଫୁଟ୍ ଉଚ୍ଚରୁ ଏହାକୁ ଏୟାରଡ୍ରପ କରିବା ମଧ୍ୟ ସହଜ ।
ଏହି ମୋବାଇଲ କ୍ୟୁବ ହସ୍ପିଟାଲର ବିଶେଷତ୍ବ ହେଉଛି ଦୁର୍ଗମ ଅଞ୍ଚଳକୁ ଏହା ସହଜରେ ଆତଯାତ କରିପାରିବ । ଏଥିରେ ଅପରେସନ ଥିଏଟର, ଏକ୍ସରେ ମେସିନ୍,ଭେଣ୍ଟିଲେଟର ଓ ଅନ୍ୟ ଚିକିତ୍ସା ସୁବିଧା ଉପଲବ୍ଧ । ଏହି ଚଳନ୍ତା ହସ୍ପିଟାଲରେ ଏକାଥରକେ ୨୦୦ ଶହ ରୋଗୀ ଚିକିତ୍ସା ସୁବିଧା ପାଇପାରିବେ । ବହୁତ କମ୍ ସମୟ ମାତ୍ର ୧୨ ମିନିଟ ମଧ୍ୟରେ ଏହା ରୋଗୀ ସେବା ପାଇଁ ପ୍ରସ୍ତୁତ ହୋଇପାରିବ । ଜଳ ସ୍ଥଳ ଓ ବାୟୁ ଯେଉଁଠି ବି ଭୀଷ୍ମ କ୍ୟୁବକୁ ନେଇ ହେବ । ସେହିପରି ସୌରଶକ୍ତିରେ ଏହି କ୍ୟୁବ କାମ କରିବ । ଏହା ଚାଲିବା ପାଇଁ ବାହାର ବିଜୁଳିର ଆବଶ୍ୟକତା ନାହିଁ । ଜି-୨୦ ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିନିଧିଙ୍କ ଦ୍ବାରା ଭୀଷ୍ମ କ୍ୟୁବ ପ୍ରଶଂସିତ ହୋଇଥିଲା । ଏହି ପୋର୍ଟେବୁଲ ହସ୍ପିଟାଲର ବିକାଶ ଓ ପରୀକ୍ଷଣ ଭାରତୀୟ ସେନା ,ଭାରତୀୟ ସ୍ବାସ୍ଥ୍ୟ ସେବା ସଂସ୍ଥା ଓ ଡିଫେନ୍ସ ଟେକ୍ନୋଲଜି ଏକ୍ସପର୍ଟଙ୍କ ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଭୀଷ୍ମ କ୍ୟୁବ ସ୍ବାସ୍ଥ୍ୟ ମନ୍ତ୍ରାଳୟ,ରକ୍ଷା ମନ୍ତ୍ରାଳୟ ତଥା ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ମିଳିତ ପ୍ରୟାସରେ ବିକଶିତ କରାଯାଇଛି । ଅଯୋଧ୍ୟା ରାମମନ୍ଦିର ଉଦ୍ଘାଟନ ସମୟରେ ଭୀଷ୍ମକ୍ୟୁବର ବ୍ୟବହାର କରାଯାଇଥିଲା । ଯେଉଁଥିରେ ଏହା କେତେ ଉପଯୋଗୀ ତାହାର ପ୍ରମାଣ ମିଳିସାରିଛି ।
୧୯୯୧ ରେ ଯୁକ୍ରେନ ସ୍ବତନ୍ତ୍ରତା ପାଇବା ପରେ ମୋଦି ୟୁକ୍ରେନରେ ପାଦ ଥାପିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ହୋଇଛି ଯେତେବେଳେ କି ରୁଷ-ୟୁକ୍ରେନ ଯୁଦ୍ଧର ଘନଘଟା ଥମିନି । ପୋଲାଣ୍ଡରୁ ୧୦ ଘଣ୍ଟାର ଟ୍ରେନ ଯାତ୍ରା କରି ଯୁକ୍ରେନର ରାଜଧାନୀ କିଏଭରେ ପହଞ୍ଚିଥିଲେ ମୋଦି । ସେଠାରେ ମୋଦି ଜେଲେନସ୍କିକୁ ଭେଟିଲେ,ଆଲିଙ୍ଗନ କଲେ ଓ ଭାରତ ଆସିବାକୁ ନିମନ୍ତ୍ରଣ ଜଣାଇଥିଲେ । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସମୟରେ ମୋଦି ସ୍ପଷ୍ଟ କରିଥିଲେ ଯେ ସେ ଶାନ୍ତିର ସନ୍ଦେଶ ନେଇ ଆସିଛନ୍ତି । କିଛିଦିନ ପୂର୍ବରୁ ମୋଦିଙ୍କ ଋଷ ଗସ୍ତ ସମୟରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ଶେଷ କରିହବାକୁ କରିଥିଲେ ଅପିଲ୍ । ମୋଦିଙ୍କ ଏହି ଐତିହାସିକ ୟୁକ୍ରେନ ଗସ୍ତ ଉପରେ ପୁରା ବିଶ୍ବର ନଜର ଥିଲା । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବ ବୋଲି ଅନେକ ଆକଳନ କରିଥିଲେ ।