ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ
ଭୁବନେଶ୍ୱର,୨୦।୫(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ ପ୍ରଶ୍ନ ପଚାରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟାର୍ଗେଟ କରିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମିଥ୍ୟାର ଶେହେନଶାହା, ଅସତ୍ୟର ମହାରାଜ ଓ ଜୁମ୍ଲାର ବାଦଶାହା। ମିଥ୍ୟା ଓ ଜୁମ୍ଲାର ସବୁ ସୀମା ପ୍ରଧାନମନ୍ତ୍ରୀ ପାର କରିସାରିଲେଣି। ନିର୍ବାଚନୀ ସଭାରେ ବଡ଼ […] The post ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ appeared first on Dharitri Odia News.
ଭୁବନେଶ୍ୱର,୨୦।୫(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ ପ୍ରଶ୍ନ ପଚାରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟାର୍ଗେଟ କରିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମିଥ୍ୟାର ଶେହେନଶାହା, ଅସତ୍ୟର ମହାରାଜ ଓ ଜୁମ୍ଲାର ବାଦଶାହା। ମିଥ୍ୟା ଓ ଜୁମ୍ଲାର ସବୁ ସୀମା ପ୍ରଧାନମନ୍ତ୍ରୀ ପାର କରିସାରିଲେଣି। ନିର୍ବାଚନୀ ସଭାରେ ବଡ଼ ପାଟିରେ ସେ ମିଛ କୁହନ୍ତି। ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବା, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ପ୍ରତି ଘରକୁ ପକ୍କାଘର ଓ ବିଜୁଳି ସଂଯୋଗ, ସ୍ମାର୍ଟ ସିଟି ନିର୍ମାଣ, ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି, ବୁଲେଟ ଟ୍ରେନ୍ ଚଲାଇବା ଏ ସମସ୍ତ କଥା ମୋଦିଙ୍କ ମିଛର ଅଂଶବିଶେଷ। ଭାଜପା ଭକ୍ତଙ୍କ ମିଥ୍ୟା ଦାବି ଅନୁସାରେ ସେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ କରିପାରନ୍ତି , କିନ୍ତୁ ମଣିପୁରରେ ହିଂସା ରୋକିବାରେ ଅସମର୍ଥ ହୁଅନ୍ତି। ମୋଦି ଅବ୍କି ବାର୍ ପ୍ରତିଦିନ ମିଛ କହିବାରେ ୪୦୦ ପାର। ୪୫ ବର୍ଷରେ ଦେଶରେ ସର୍ବାଧିକ ବେରୋଜଗାର ହୋଇଥିବା ବେଳେ ଦରଦାମ ବୃଦ୍ଧି ଦେଶବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଯେତେଥର ଓଡ଼ିଶା ଆସିବେ ଭାଜପା କମିବ ଏବଂ କଂଗ୍ରେସ ବଢ଼ିବ ବୋଲି ଅଜୟ କୁମାର କହିଛନ୍ତି।
ସେ ଆହୁରି କହିଛନ୍ତି, ଦେଶର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର କମ୍ କରିବାରେ ବିଫଳ ମୋଦି ୬୦ ହଜାର କୋଟି ଟଙ୍କା ବିନିମୟରେ ସମଗ୍ର ଦେଶରେ ନିଜର ଦଳୀୟ କାର୍ଯ୍ୟାଳୟ ପାଇଁ ଜାଗା କିଣିବା ଏବଂ ଘର କରିବାରେ ଖର୍ଚ୍ଚ କରିବା ସାଧାରଣ ଜନତାଙ୍କ ପ୍ରତି ନିଷ୍ଠୁର ଉପହାସ। ମୋଦି ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ୧ ନମ୍ବର କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏକଥା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ଯେ, ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଓ ରାଜ୍ୟରେ ଭାଜପା ଶାସନ ଦୀର୍ଘବର୍ଷ ଧରି ରହିଆସିଛି ସେସବୁ ରାଜ୍ୟକୁ ୧ ନମ୍ବର କରାଇବାରେ ମୋଦି ଅସମର୍ଥ। ତେଣୁ ଯେତେ ଅଧିକ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଭାଜପା କମିବ କଂଗ୍ରେସ ବଢ଼ିବ। ଭାଜପା ଏବେ ‘ଭାଗ୍ତିହୁଇ ଜୁମୁଲା ପାର୍ଟି’। ଦେଶର ଜନସାଧାରଣ ସେମାନଙ୍କୁ ଭଗେଇବା ପାଇଁ ପଣ କରିଛନ୍ତି। ସେମାନେ ଯେଉଁ ଜାଗାକୁ ଯାଉଛନ୍ତି ତାଙ୍କୁ ଜନତା ଭଗାଉଛନ୍ତି। ୪ଟି ପର୍ଯ୍ୟାୟ ନିର୍ବାଚନ ସରିଥିଲା ବେଳେ ଦେଶର ଜନତାଙ୍କ ମୁଡ୍ ଦେଖି ମୋଦି ଏବେ ଭୟଭୀତ ଅଛନ୍ତି। ନିଜର ଚେୟାର ବଞ୍ଚାଇବା ପାଇଁ ବିଦ୍ୱେଷର ବିଷମଞ୍ଜି ବୁଣିବାରେ ଲାଗିଛନ୍ତି। ମୋଦି ଦେଇଥିବା ପ୍ରତିଶ୍ରୁତି ଯଥା ସବୁ ଘରକୁ ଅପ୍ଟିକାଲ ଫାଇବର ଯୋଗେ ସଂଯୋଗ କରିବା ତାହା ବର୍ତ୍ତମାନ ପାଣିର ଗାର ରୂପେ ସାବ୍ୟସ୍ତ ହୋଇଛି।
ଓଡ଼ିଶାରେ ନବୀନବାବୁଙ୍କ ସରକାର ଚାହିଁଥିଲେ ତାମିଲନାଡୁ ଢାଞ୍ଚାରେ ରାଜ୍ୟର ସବୁଠାରୁ ବଡ଼ ବର୍ଗ ଓବିସିଙ୍କ ପାଇଁ ୫୦%ରୁ ଉପରକୁ ଯାଇ ସଂରକ୍ଷଣ ବ୍ୟବସ୍ଥା କରିପାରିଥାନ୍ତେ। ସମ୍ବିଧାନର ନବମ ଅନୁଚ୍ଛେଦର ସାହାଯ୍ୟ ନେଇ ଏ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ଓଡ଼ିଶାର ଓବିସି ବର୍ଗଙ୍କୁ ତାଙ୍କର ସଂଖ୍ୟା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଦିଆଯାଇପାରିବ। କିନ୍ତୁ ଓଡ଼ିଶା ବିଜେଡି ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଏହା ଲାଗୁ କରାଯାଇପାରୁନାହିଁ। ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହେଲେ ମଧ୍ୟ ଆଦିବାସୀଙ୍କ ଜଙ୍ଗଲ ଜମି ଉପର ଥିବା ଅଧିକାରକୁ ଛଡ଼ାଇନେବା ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ ଆଇନ ଆଣିଥିଲେ ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଉଭୟ ମୋଦି ଏବଂ ନବୀନ ସମଗ୍ର ଦେଶ ଏବଂ ରାଜ୍ୟରେ ଆଦିବାସୀ ବର୍ଗଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗ କ୍ରମାଗତ ଭାବରେ ସଙ୍କୁଚିତ କରିବାରେ ଲାଗିଛନ୍ତି ବୋଲି ଅଜୟ କୁମାର କହିଛନ୍ତି।
The post ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ appeared first on Dharitri Odia News.