ମୋଦି ସରକାରର ସବୁଠୁ ଧନୀ ମନ୍ତ୍ରୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ଦେଶର ସବୁଠୁ ଧନୀ ମନ୍ତ୍ରୀ ତଥା ଟିଡିପି ଏମ୍ପି ପେମାସାନି ଚନ୍ଦ୍ରଶେଖର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସମସ୍ତଙ୍କୁ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡେ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲୋକ ସଭା ଆସନରୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରାର୍ଥୀ ପେମାସାନି […] The post ମୋଦି ସରକାରର ସବୁଠୁ ଧନୀ ମନ୍ତ୍ରୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍ appeared first on Dharitri Odia News.
ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ଦେଶର ସବୁଠୁ ଧନୀ ମନ୍ତ୍ରୀ ତଥା ଟିଡିପି ଏମ୍ପି ପେମାସାନି ଚନ୍ଦ୍ରଶେଖର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସମସ୍ତଙ୍କୁ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡେ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲୋକ ସଭା ଆସନରୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରାର୍ଥୀ ପେମାସାନି ଚନ୍ଦ୍ରଶେଖରଙ୍କ ମୋଟ ସମ୍ପତ୍ତି ୫,୭୮୫,୨୮ କୋଟି ଟଙ୍କା ରହିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ପେମାସାନି ଚନ୍ଦ୍ରଶେଖର ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ବିଭିନ୍ନ ବ୍ୟବସାୟରେ ସଫଳତା ପାଇବା ପରେ, ୨୦୨୨-୨୩ ବର୍ଷରେ ତାଙ୍କର ଆୟ ୩,୬୮,୮୪୦ ଟଙ୍କା ଥିଲା।
ପେମାସାନି ଚନ୍ଦ୍ରଶେଖରଙ୍କ ସ୍ଥାବର ସମ୍ପତ୍ତି ବିଷୟରେ କହିବାକୁ ଗଲେ, ତାଙ୍କର ଅନ୍ୟାନ୍ୟ ପୁଞ୍ଜି ବିନିଯୋଗ ସହିତ ୨,୩୧୬ କୋଟି ଟଙ୍କା ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ କୋନେରୁ ଶ୍ରୀରତ୍ନାଙ୍କର ୨,୨୮୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ସେମାନଙ୍କର ଅସ୍ଥାବର ସମ୍ପତ୍ତି ଯଥାକ୍ରମେ ୭୨,୦୦,୨୪,୨୪୫ ଟଙ୍କା ଏବଂ ୩୪,୮୨,୨୨,୫୦୭ ଟଙ୍କା ରହିଛି।
The post ମୋଦି ସରକାରର ସବୁଠୁ ଧନୀ ମନ୍ତ୍ରୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍ appeared first on Dharitri Odia News.