ମୋଦି ୩.O ସରକାର; ସଂଧ୍ୟା ୭ଟା୧୫ରେ ଶପଥ ସମାରୋହ, ୫୦ ମନ୍ତ୍ରୀ ବି ନେଇପାରନ୍ତି ଶପଥ
ନୂଆଦିଲ୍ଲୀ ୯।୬: ରବିବାରଠୁ ମୋଦି ୩.O ସରକାର । ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ସମାରୋହ ଆୟୋଜନ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଇସିନା ହିଲ୍ରେ ଥିବା ରାଷ୍ଟ୍ରପତି ଭବନକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ବିଦେଶୀ ରାଷ୍ଟ୍ରମୁଖ୍ୟ । ସାର୍କ ଦେଶର ୭ ରାଷ୍ଟ୍ରମୁଖ୍ୟଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଏହି ସମାରୋହରେ ସାମିଲ ହେବେ । ଦେଶ ବିଦେଶର ଅତିଥିମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି ।ସୂଚନା ଅନୁସାରେ ମୋଦିଙ୍କ ସହ ୫୨-୫୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି । ସେମାନଙ୍କ ମଧ୍ୟରେ ୧୯ରୁ ୨୨ଜଣ କ୍ୟାବିନେଟ୍ ଓ ୩୩ରୁ ୩୫ଜଣ ରାଷ୍ଟ୍ରମନ୍ତ୍ରୀ ହୋଇପାରନ୍ତି । ଏନ୍ଡିଏର ୧୪ଟି ସହଯୋଗୀ ଦଳର ପ୍ରାୟ ୧୮ ଜଣ ମଧ୍ୟ ମନ୍ତ୍ରୀ ହେବାର ସମ୍ଭାବନା ରହିଛି । ସେମାନଙ୍କ ଭିତରେ ୭ କ୍ୟାବିନେଟ୍ ଓ ୧୧ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତେବେ ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । କୁହାଯାଉଛି, ଟିଡିପି ଓ ଜେଡିୟୁର ୨ ଜଣ ଲେଖାଏ ଏବଂ
ନୂଆଦିଲ୍ଲୀ ୯।୬: ରବିବାରଠୁ ମୋଦି ୩.O ସରକାର । ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ସମାରୋହ ଆୟୋଜନ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଇସିନା ହିଲ୍ରେ ଥିବା ରାଷ୍ଟ୍ରପତି ଭବନକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ବିଦେଶୀ ରାଷ୍ଟ୍ରମୁଖ୍ୟ । ସାର୍କ ଦେଶର ୭ ରାଷ୍ଟ୍ରମୁଖ୍ୟଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଏହି ସମାରୋହରେ ସାମିଲ ହେବେ । ଦେଶ ବିଦେଶର ଅତିଥିମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ ମୋଦିଙ୍କ ସହ ୫୨-୫୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି । ସେମାନଙ୍କ ମଧ୍ୟରେ ୧୯ରୁ ୨୨ଜଣ କ୍ୟାବିନେଟ୍ ଓ ୩୩ରୁ ୩୫ଜଣ ରାଷ୍ଟ୍ରମନ୍ତ୍ରୀ ହୋଇପାରନ୍ତି । ଏନ୍ଡିଏର ୧୪ଟି ସହଯୋଗୀ ଦଳର ପ୍ରାୟ ୧୮ ଜଣ ମଧ୍ୟ ମନ୍ତ୍ରୀ ହେବାର ସମ୍ଭାବନା ରହିଛି । ସେମାନଙ୍କ ଭିତରେ ୭ କ୍ୟାବିନେଟ୍ ଓ ୧୧ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତେବେ ସରକାରୀ ଭାବେ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । କୁହାଯାଉଛି, ଟିଡିପି ଓ ଜେଡିୟୁର ୨ ଜଣ ଲେଖାଏ ଏବଂ ଶିବସେନାର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିଭଳି ଏନ୍ସିପି, ଆରଏଲ୍ଡି, ଜେଡିଏସ୍ ଏବଂ ଏଲ୍ଜେପିର ଜଣେ ଲେଖାଏ କ୍ୟାବିନେଟ୍ ମନ୍ତ୍ରୀ ହେବାର ସମ୍ଭାବନା ରହିଛି । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ଜାତି ଅପେକ୍ଷା କ୍ଷେତ୍ରୀୟ ସନ୍ତୁଳନକୁ ଅଗ୍ରାଧିକାର ମିଳିବ । ଦେଶର ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସବୁ ଦିଗକୁ ବିଚାରକୁ ନେଇ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । ମନ୍ତ୍ରୀ ଚୟନ କ୍ଷେତ୍ରରେ ଅନୁଭବ ଓ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡ ହେବ ବୋଲି କୁହାଯାଉଛି ।
ପ୍ରଧାନମନ୍ତ୍ରୀ ଯାହାକୁ ଯେଉଁ ଦାୟିତ୍ୱ ଦେବେ ତାକୁ ସେ ସ୍ୱୀକାର କରିବେ । ଏକଥା ଉପରେ ଏନ୍ଡିଏର ସହଯୋଗୀ ଦଳ ଭିତରେ ସହମତି ହୋଇଛି । କୁହାଯାଉଛି କି ଉତ୍ତରପ୍ରଦେଶରୁ ରାଜନାଥ ସିଂହ, ଜିତିନ ପ୍ରସାଦ, ଏସ୍ପି ସିଂହ ବଘେଲ ଓ ପଙ୍କଜ ଚୌଧୁରୀ ମନ୍ତ୍ରୀ ହୋଇପାରନ୍ତି । ସେହିଭଳି ଗୁଜରାଟରୁ ଅମିତ ଶାହ ଓ ମନସୁଖ ମାଣ୍ଡଭୀୟ, ମଧ୍ୟପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଶିବରାଜ ସିଂହ ଚୌହାନ, ହରିଆଣାରୁ ରାଓ ଇନ୍ଦ୍ରଜିତ, କୃଷ୍ଣପାଲ ଗୁର୍ଜର ଓ ମନୋହର ଲାଲ ଖଟ୍ଟର, ରାଜସ୍ଥାନରୁ ଅର୍ଜୁନ ରାମ ମେଘୱାଲ ଓ ଭୂପେନ୍ଦ୍ର ଯାଦବ, ମହାରାଷ୍ଟ୍ରରୁ ନୀତିନ ଗଡକରୀ, ପିୟୁଷ ଗୋୟଲ ଓ ନାରାୟଣ ରାଣେ,ଆରଏଲ୍ଡି ନେତା ଜୟନ୍ତ ଚୌଧୁରୀ, ଜେଡିୟୁ ନେତା ଲଳନ ସିଂହ ଓ ସଞ୍ଜୟ ଝା, ଶିବସେନାରୁ ରାମନାଥ ଠାକୁର ଓ ପ୍ରତାପ ରାଓ ଯାଦବ, ଏଲ୍ଜେପିରୁ ଚିରାଗ ପାଶ୍ୱାନ, ଜେଡିଏସ୍ରୁ ଏଚଡି କୁମାରସ୍ୱାମୀ, ଟିଡିପିରୁ ରାମମୋହନ ନାଇଡୁ ଓ କେ ରବିନ୍ଦ୍ରନ, ଏନ୍ସିପିରୁ ପ୍ରଫୁଲ ପଟେଲ ଏବଂ ଅପନା ଦଳରୁ ଅନୁପ୍ରିୟା ପଟେଲଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାକୁ ୨ଟି କ୍ୟାବିନେଟ ଓ ୩ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ମିଳିବା ଆଲୋଚନା ହେଉଛି । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ୍, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କ ନାମ ଶୁଣାଯାଉଛି । ସାଂସଦ ନବଚରଣ ମାଝୀ ଓ ଅନନ୍ତ ନାୟକଙ୍କ ନାମ ମଧ୍ୟ ରହିଛି । ଭର୍ତ୍ତୃହରି ମହତାବଙ୍କୁ ବାଚସ୍ପତି ଭୂମିକା ମିଳିପାରେ ବୋଲି କୁହାଯାଉଛି ।
ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଏନ୍ଡିଏକୁ ୨୯୩ ଆସନ ମିଳିଛି । ସେଥିରୁ ବିଜେପି ୨୪୦ ଆସନ ପାଇଥିଲାବେଳେ ୧୪ଟି ସହଯୋଗୀ ଦଳର ୫୩ ଆସନ ରହିଛି । ସରକାର ଗଠନ ଲାଗି ମ୍ୟାଜିକ୍ ସଂଖ୍ୟା ୨୭୨ ରହିଥିଲା ବେଳେ ବିଜେପି ଏହାଠାରୁ ବହୁ ପଛରେ ରହିଯାଇଛି । ଯାହାଫଳରେ ଅନ୍ୟାନ୍ୟ ସହଯୋଗୀ ଦଳ ଉପରେ ବିଜେପିକୁ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡିବ । ମୋଦିଙ୍କ ନୂଆ ସରକାରରେ ୧୬ ଆସନ ପାଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ୧୨ ଆସନ ପାଇଥିବା ନୀତୀଶ କୁମାରଙ୍କ ଜେଡିୟୁର ଦବ୍ଦବା ରହିବ । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ସହ ୨୩୪ଟି ଆସନ ପାଇଛି ।