ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ମୋଦି ଆଜିକାଲି ରୁଷିଆରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଏହା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ। […] The post ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.

ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ମୋଦି ଆଜିକାଲି ରୁଷିଆରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଏହା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ।
ରୁଷିଆର ସେନା ସହିତ ଭାରତୀୟ ନାଗରିକମାନେ ୟୁକ୍ରେନ ବିରୋଧରେ ଲଢିବାକୁ ବାଧ୍ୟ ହେଉଛନ୍ତି। ସୁରକ୍ଷା ସହାୟକ ଭାବେ କାମ କରିବା ପାଇଁ ଭାରତୀୟମାନଙ୍କୁ ପ୍ରତାରଣା କରି ସୀମାକୁ ପଠାଯାଉଛି। ନଭେମ୍ବର ୨୦୨୩ ରୁ ପ୍ରାୟ ୧୮ ଜଣ ଭାରତୀୟ ରୁଷିଆ-ୟୁକ୍ରେନ ସୀମାରେ ଫସି ରହିଛନ୍ତି। ଏହି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

The post ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.