ମୋଦିଙ୍କ ବିପକ୍ଷରେ ଶ୍ୟାମ୍ ରଙ୍ଗିଲା
ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରି ଇଣ୍ଟରନେଟ୍ ସେନ୍ସସନ୍ ପାଲଟି ଯାଇଥିଲେ ଶ୍ୟାମ ରଙ୍ଗିଲା ।
ଶ୍ୟାମ୍ ରଙ୍ଗିଲା... ବୟସ ମାତ୍ର ୨୯ ବର୍ଷ । ହେଲେ ମୋଦିଙ୍କ ବିପକ୍ଷରେ ଲଢ଼ୁଛନ୍ତି ନିର୍ବାଚନ । ଯଦିଓ ଶ୍ୟାମ୍ଙ୍କ ସେମିତି ଲୋକପ୍ରିୟତା ନାହିଁ କି ତାଙ୍କୁ ଅଧିକ ଲୋକ ଜାଣିନାହାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ତାଙ୍କର ନିର୍ବାଚନ ଲଢ଼ିବାକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାରେ । କାରଣ ଦିନେ ମୋଦିଙ୍କ ପାଇଁ ସେ ପରିଚିତ ହୋଇଥିଲେ । ଆଉ ଆଜି ସେହି ମୋଦିଙ୍କ ବିରୋଧରେ ଲଢ଼ୁଛନ୍ତି ନିର୍ବାଚନ ।