ମୋଦିଙ୍କ ଭାଷଣ ଶୁଣି ଏକ୍ସ ବାୟୋ ପରିବର୍ତ୍ତନ କରୁଛନ୍ତି ଭାଜପା ନେତା: ଲେଖୁଛନ୍ତି ଏମିତି…

ହାଇଦ୍ରାବାଦ୍‌,୪।୩:: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତାମାନେ ହଠାତ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବାୟୋରେ ପରିବର୍ତ୍ତନ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଯୁବ ଚେହେରା ଏବଂ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କର ଏକ୍ସ ପ୍ରୋଫାଇଲର ବାୟୋରେ ମୋଦିଙ୍କ ପରିବାର(Modi Ka Parivar) ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଦିଲାବାଦରେ ସମଗ୍ର ଦେଶ ମୋର ପରିବାର ବୋଲି କହିଛନ୍ତି। ଏହାପରେ ଭାଜପା ସଭାପତି ଜେପି ନଡା ଏବଂ […] The post ମୋଦିଙ୍କ ଭାଷଣ ଶୁଣି ଏକ୍ସ ବାୟୋ ପରିବର୍ତ୍ତନ କରୁଛନ୍ତି ଭାଜପା ନେତା: ଲେଖୁଛନ୍ତି ଏମିତି… appeared first on Dharitri Odia News.

ମୋଦିଙ୍କ ଭାଷଣ ଶୁଣି ଏକ୍ସ ବାୟୋ ପରିବର୍ତ୍ତନ କରୁଛନ୍ତି ଭାଜପା ନେତା: ଲେଖୁଛନ୍ତି ଏମିତି…

ହାଇଦ୍ରାବାଦ୍‌,୪।୩:: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତାମାନେ ହଠାତ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବାୟୋରେ ପରିବର୍ତ୍ତନ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଯୁବ ଚେହେରା ଏବଂ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କର ଏକ୍ସ ପ୍ରୋଫାଇଲର ବାୟୋରେ ମୋଦିଙ୍କ ପରିବାର(Modi Ka Parivar) ଲେଖିଛନ୍ତି।


ପ୍ରଧାନମନ୍ତ୍ରୀ ମୋଦି ଆଦିଲାବାଦରେ ସମଗ୍ର ଦେଶ ମୋର ପରିବାର ବୋଲି କହିଛନ୍ତି। ଏହାପରେ ଭାଜପା ସଭାପତି ଜେପି ନଡା ଏବଂ ଅମିତ ଶାହା ଏକ୍ସ ବାୟୋରେ ମୋଦିଙ୍କ ପରିବାରକୁ ସେମାନଙ୍କ ନାମ ଆଗରେ ଲେଖିଛନ୍ତି। ଏପର୍ଯ୍ୟନ୍ତ ଅମିତ ଶାହା, ଜେପି ନଡା, ନିତିନ ଗଡକରୀ,ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁର ଭଳି ବରିଷ୍ଠ ନେତାମାନେ ସେମାନଙ୍କ ବାୟୋରେ ପରିବର୍ତ୍ତନ କରିସାରିଲେଣି।

The post ମୋଦିଙ୍କ ଭାଷଣ ଶୁଣି ଏକ୍ସ ବାୟୋ ପରିବର୍ତ୍ତନ କରୁଛନ୍ତି ଭାଜପା ନେତା: ଲେଖୁଛନ୍ତି ଏମିତି… appeared first on Dharitri Odia News.