ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

କାଇରୋ/ଜେରୁଜେଲମ୍‌,୧୫।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀ ମୁକ୍ତ ହୋଇଥିବା ବେଳେ ଇସ୍ରାଏଲ୍‌ ମଧ୍ୟ ୩୬୯ ଜଣ ପାଲେଷ୍ଟିନୀୟ ବନ୍ଦୀ ଏବଂ ଅଟକଙ୍କୁ ମୁକ୍ତ କରିବା ଆରମ୍ଭ କରିଛି। ମୁକ୍ତ ହୋଇଥିବା ପଣବନ୍ଦୀମାନେ ହେଲେ ଲାଇରହର୍ନ, ସାଗୁଇ ଡେକେଲ ଚେନ୍‌ ଏବଂ ସାଶା (ଆଲେକ୍‌ଜାଣ୍ଡର) ଟ୍ରୋଉଫାନୋଭ୍‌। ୨୦୨୩ ଅକ୍ଟୋବର ୭ରୁ ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବଳେ […] The post ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌ appeared first on Dharitri Odia News.

ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

କାଇରୋ/ଜେରୁଜେଲମ୍‌,୧୫।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀ ମୁକ୍ତ ହୋଇଥିବା ବେଳେ ଇସ୍ରାଏଲ୍‌ ମଧ୍ୟ ୩୬୯ ଜଣ ପାଲେଷ୍ଟିନୀୟ ବନ୍ଦୀ ଏବଂ ଅଟକଙ୍କୁ ମୁକ୍ତ କରିବା ଆରମ୍ଭ କରିଛି। ମୁକ୍ତ ହୋଇଥିବା ପଣବନ୍ଦୀମାନେ ହେଲେ ଲାଇରହର୍ନ, ସାଗୁଇ ଡେକେଲ ଚେନ୍‌ ଏବଂ ସାଶା (ଆଲେକ୍‌ଜାଣ୍ଡର) ଟ୍ରୋଉଫାନୋଭ୍‌।

୨୦୨୩ ଅକ୍ଟୋବର ୭ରୁ ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବଳେ ଇତିମଧ୍ୟରେ ଏହା ୪୯୮ ଦିନରେ ପହଞ୍ଚିଛି। ଆମେରିକା, ଇଜିପ୍ଟ ଏବଂ କାତାର ମଧ୍ୟସ୍ଥମାନଙ୍କ ଦୀର୍ଘଦିନର ଉଦ୍ୟମ ପରେ ଗତ ଜାନୁଆରୀ ୧୯ରୁ ଅସ୍ତ୍ରବିରତି ଚୁକ୍ତିନାମା କାର୍ଯ୍ୟକାରୀ ହୋଇଥିଲା। ଇତିମଧ୍ୟରେ ଗାଜା ୬ ଥର ପଣବନ୍ଦୀଙ୍କୁ ମୁକ୍ତ କରିଥିବାବେଳେ ଏହି ରାଜିନାମା ଆଗକୁ ବଢ଼ିବା ନେଇ ଅନିଶ୍ଚିତତା ଦେଖାଦେଇଥିଲା।

ଅସ୍ତ୍ରବିରତି ଭଣ୍ଡୁର ହେବା ଆଶଙ୍କା ଦେଖାଦେବାରୁ ମଧ୍ୟସ୍ଥମାନେ ଏହାକୁ ଏଡ଼ାଇବାରେ ସହାୟତା କରିଥିଲେ। ଉତ୍ତେଜନା ସତ୍ତ୍ୱେ ବନ୍ଦୀ ବଦଳ ଜାରି ରହିବ ବୋଲି ଉଭୟ ପକ୍ଷ ଶୁକ୍ରବାର ସୂଚନା ଦେଇଥିଲେ।

The post ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌ appeared first on Dharitri Odia News.