ମୋଦିଙ୍କ ଭିନ୍ନ ଷ୍ଟାଇଲ, ହାତୀ ପିଠିରେ ବସି ବୁଲିଲେ କାଜିରଙ୍ଗା ନ୍ୟାଶନାଲ ପାର୍କ

ଗୁଆହାଟୀ,୯।୩: ମାର୍ଚ୍ଚ ୮ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ୧୮ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ। ଶନିବାର ସକାଳେ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରି କରିଥିଲେ। ଅର୍ଥାତ୍‌ ମାର୍ଚ୍ଚ ୮ସାରେ ପିଏମ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ। ସେ ଏଠାରେ ପ୍ରାୟ ଦୁଇ ଘଣ୍ଟା ରହିବେ। ଏହା ପରେ ସେ ଅରୁଣାଚଳ ପ୍ରଦେଶ ଯିବେ, ଯେଉଁଠାରେ […] The post ମୋଦିଙ୍କ ଭିନ୍ନ ଷ୍ଟାଇଲ, ହାତୀ ପିଠିରେ ବସି ବୁଲିଲେ କାଜିରଙ୍ଗା ନ୍ୟାଶନାଲ ପାର୍କ appeared first on Dharitri Odia News.

ମୋଦିଙ୍କ ଭିନ୍ନ ଷ୍ଟାଇଲ, ହାତୀ ପିଠିରେ ବସି ବୁଲିଲେ କାଜିରଙ୍ଗା ନ୍ୟାଶନାଲ ପାର୍କ

ଗୁଆହାଟୀ,୯।୩: ମାର୍ଚ୍ଚ ୮ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ୧୮ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ। ଶନିବାର ସକାଳେ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରି କରିଥିଲେ। ଅର୍ଥାତ୍‌ ମାର୍ଚ୍ଚ ୮ସାରେ ପିଏମ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ।
ସେ ଏଠାରେ ପ୍ରାୟ ଦୁଇ ଘଣ୍ଟା ରହିବେ। ଏହା ପରେ ସେ ଅରୁଣାଚଳ ପ୍ରଦେଶ ଯିବେ, ଯେଉଁଠାରେ ସେ ଦୁଇଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେ ଅପରାହ୍ନରେ ଜୋରହାଟକୁ ଫେରି ଆସିବେ ଏବଂ ମହାନ ଅହମ ସେନାପତି ଲଚିତ ବୋରଫୁକନଙ୍କ ୧୨୫ଫୁଟ ଉଚ୍ଚତା ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ ଭାଲୋର’ର ଉଦଘାଟନ କରିବେ। ଅଧିକାରୀ କହିଛନ୍ତି ଯେ ମୋଦି ଏହା ପରେ ମେଲେଙ୍ଗ ମେଟେଲି ପୋଥାର ପରିଦର୍ଶନ କରିବେ ଯେଉଁଠାରେ ସେ ପ୍ରାୟ ୧୮,୦୦୦କୋଟି ଟଙ୍କା ମୂଲ୍ୟର କେନ୍ଦ୍ରୀୟ ଏବଂ ରାଜ୍ୟ ପ୍ରକଳ୍ପର ମୂଳଦୁଆ ପକାଇବେ।

The post ମୋଦିଙ୍କ ଭିନ୍ନ ଷ୍ଟାଇଲ, ହାତୀ ପିଠିରେ ବସି ବୁଲିଲେ କାଜିରଙ୍ଗା ନ୍ୟାଶନାଲ ପାର୍କ appeared first on Dharitri Odia News.