ଏଥର ଚାପ ଖେଳିପାରିଲେନି ବାବାମଣି
ଭଦ୍ରକ,୧୨ା୫(ସନାତନ ରାଉତ)ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ପୂର୍ଣ୍ଣିମା ପାଇଁ ଏଥର ଚାପ ଖେଳ ହୋଇପାରିଲା ନାହିଁ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନିରାଶ ଦେଖାଦେଇଛି। ଶିବଗଙ୍ଗା ପୁଷ୍କରିଣୀ ଶୁଖିଲା ପଡ଼ିଥିବାରୁ ବାବା ଚନ୍ଦ୍ରଶେଖରଙ୍କ ଚାପ ଖେଳ ହୋଇପାରିଲା ନାହିଁ। କେବଳ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ଆଖଣ୍ଡଳମଣି ପୀଠରେ ଏବେ ଗ୍ରୀଷ୍ମଋତୁରେ ପାଣି ସମସ୍ୟା ଲାଗି ରହିଛି। ବାବାମଣିଙ୍କ ଦୈନନ୍ଦିନ ପୂଜା ମଧ୍ୟ ପାଇପ୍ ପାଣିରେ କରାଯାଉଛି। ପୀଠରେ ବିକାଶମୂଳକ […] The post ଏଥର ଚାପ ଖେଳିପାରିଲେନି ବାବାମଣି appeared first on Dharitri Odia News.
ଭଦ୍ରକ,୧୨ା୫(ସନାତନ ରାଉତ)ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ପୂର୍ଣ୍ଣିମା ପାଇଁ ଏଥର ଚାପ ଖେଳ ହୋଇପାରିଲା ନାହିଁ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନିରାଶ ଦେଖାଦେଇଛି। ଶିବଗଙ୍ଗା ପୁଷ୍କରିଣୀ ଶୁଖିଲା ପଡ଼ିଥିବାରୁ ବାବା ଚନ୍ଦ୍ରଶେଖରଙ୍କ ଚାପ ଖେଳ ହୋଇପାରିଲା ନାହିଁ। କେବଳ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ଆଖଣ୍ଡଳମଣି ପୀଠରେ ଏବେ ଗ୍ରୀଷ୍ମଋତୁରେ ପାଣି ସମସ୍ୟା ଲାଗି ରହିଛି। ବାବାମଣିଙ୍କ ଦୈନନ୍ଦିନ ପୂଜା ମଧ୍ୟ ପାଇପ୍ ପାଣିରେ କରାଯାଉଛି। ପୀଠରେ ବିକାଶମୂଳକ କାର୍ଯ୍ୟ ଚାଲୁଥିବା ବେଳେ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘଦିନ ଧରି ପୋଖରୀକୁ ଶୁଖିଲା ରଖାଯାଇଛି। ପୋଖରୀ ଭିତରେ ଘାସ, ଅନାବନା ଗଛ ମଧ୍ୟ ସୃଷ୍ଟି ହୋଇଗଲାଣି। ୬ ମାସରୁ ଊର୍ଦ୍ଧ୍ୱ ହେବ ପୋଖରୀ ଶୁଖିଲା ପଡ଼ିଥିବାରୁ ସେବା ପୂଜା ସହ ରୋଷେଇ ଶାଳରେ ମଧ୍ୟ ପାଣିର ଅଭାବ ଦେଖାଯାଉଛି।
ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପର୍ଯ୍ୟନ୍ତ ପ୍ରତ୍ୟେହ ଅପରାହ୍ନରେ ବାବାମଣିଙ୍କ ଚାପଖେଳ କରାଯାଏ। ଏକ ସୁସଜ୍ଜିତ ବୋଇତରେ ବାବା ଚନ୍ଦ୍ରଶେଖରଙ୍କ ବିଗ୍ରହ ରଖାଯାଇ ପୋଖରୀରେ ସେବାୟତମାନଙ୍କ ଦ୍ୱାରା ଚାପଖେଳ କରାଯାଇଥାଏ। ପୋଖରୀ ଚାରିପଟେ ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ଚାପ ଖେଳକୁ ଦେଖିଥାନ୍ତି। ଏଥର କିନ୍ତୁ ଏହି ଚାପ ଖେଳ ଦେଖିବାର ସୁଯୋଗ ନ ଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ବୈତରଣୀ ନଦୀରୁ ମାହାରା ଦେଇ ଶିବଗଙ୍ଗା ପୁଷ୍କରିଣୀରେ ପାଣି ଭରି ରହିଥାଏ। ଏହି ପୋଖରୀ ପାଣିରେ ବାବାଙ୍କର ଜଳାଭିଷେକ ହୋଇଥାଏ। ଏଥର ଜାଗର ଯାତ୍ରାରେ ମଧ୍ୟ ବାବାଙ୍କ ଚତୁର୍ଥ ପ୍ରହରର ଜଳାଭିଷେକ ଟ୍ୟାପ୍ ପାଣିରେ ହୋଇଥିଲା। ଏନେଇ ସେବାୟତ ମଣିପ୍ରସାଦ ପାଢ଼ୀ କହିଛନ୍ତି, ପୋଖରୀ ଶୁଖିଲା ଥିବାରୁ ବାବାଙ୍କ ଚାପଖେଳ ହୋଇପାରିଲା ନାହିଁ। କେବଳ ବିଧି ଅନୁସାରେ ଶ୍ରାବଣୀ ମନ୍ଦିରରେ ବାବାଙ୍କ ଷୋଡ଼ଶ ଉପଚାର ବିଧିରେ ପୂଜା କରାଯାଉଛି। ପ୍ରତିବର୍ଷ ହଜାର ହଜାର ଭକ୍ତ ଚାପ ଖେଳ ଦେଖିବା ପାଇଁ ଆସନ୍ତି, ଏଥର ଫିକା ପଡ଼ିଛି।
The post ଏଥର ଚାପ ଖେଳିପାରିଲେନି ବାବାମଣି appeared first on Dharitri Odia News.