Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳର ଷଷ୍ଠ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ସୀତାରମଣ ଗୁରୁବାର ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ସଂସଦରେ ପହଞ୍ଚିଛନ୍ତି। ବର୍ତ୍ତମାନ ସଂସଦ ପରିସରରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଏହି କାମଚଳା ବଜେଟ୍‌କୁ ଅନୁମୋଦନ ଦିଆଯାଇଛି। ଅନୁମୋଦନ ପାଇବା ପରେ ତାହା ସଂସଦରେ ଉପସ୍ଥାପନ […] The post Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ appeared first on Dharitri Odia News.

Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳର ଷଷ୍ଠ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ସୀତାରମଣ ଗୁରୁବାର ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ସଂସଦରେ ପହଞ୍ଚିଛନ୍ତି। ବର୍ତ୍ତମାନ ସଂସଦ ପରିସରରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଏହି କାମଚଳା ବଜେଟ୍‌କୁ ଅନୁମୋଦନ ଦିଆଯାଇଛି। ଅନୁମୋଦନ ପାଇବା ପରେ ତାହା ସଂସଦରେ ଉପସ୍ଥାପନ ହେବ।

ତେବେ ଭାରତୀୟ ବଜେଟ୍‌ ଇତିହାସରେ ନଜର ପକାଇଲେ ମୋଦି ସରକାରଙ୍କ ଦୁଇଟି କାର୍ଯ୍ୟକାଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୋଦି ସରକାର ବଜେଟ୍‌ ସହ ଜଡିତ ୯୨ବର୍ଷ ପୁରୁଣା ପରମ୍ପରାକୁ ତାଙ୍କ କାର୍ଯ୍ୟକାଳରେ ପରିବର୍ତ୍ତନ କରିଛନ୍ତି।

୨୦୨୪ ନିର୍ବାଚନୀ ବର୍ଷ ଯୋଗୁ ପେବୃଆରୀ ୧ ପୂର୍ଣ୍ଣକାଳୀନ ବଜେଟ୍‌ ପରିବର୍ତ୍ତେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏହା ଶେଷ ବଜେଟ୍‌ ହୋଇଥିବାରୁ ଅନେକ ବଡ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟ ସେକ୍ଟର ବ୍ୟତୀତ ଏଥିରେ ରେଲଓ୍ବେ ସମ୍ବନ୍ଧିତ ଘୋଷଣା ହେବ। କହି ରଖୁଛୁ କି, ପୂର୍ବରୁ ରେଲଓ୍ବେ ବଜେଟ୍‌ ଓ ପୂର୍ଣ୍ଣକାଳୀନ ବଜେଟ୍‌ ଅଲଗା ଅଲଗା ଉପସ୍ଥାପନ କରାଯାଉଥିଲା। କିନ୍ତୁ ୨୦୧୭ରୁ ମୋଦି ସରକାର ୟୁନିୟନ ବଜେଟର ଘୋଷଣା କରିଥିଲେ। ଯେଉଁଥିରେ ପୂର୍ଣ୍ଣକାଳୀନ ବଜେଟ ସହ ରେଲଓ୍ବେ ବଜେଟ ଏକକାଳୀନ ଉପସ୍ଥାପନ କରାଯାଇଆସୁଛି।

ସାଧାରଣ ବଜେଟରେ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା ଓ ଦେଶର ଆର୍ଥିକ ବିକାଶ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରୁଥିବାବେଳେ ରେଲଓ୍ବେ ସମ୍ପନ୍ଧିତ ଘୋଷଣାକୁ ଆଉ ଏକ ଦିନ ରେଲଓ୍ବେ ବଜେଟରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ୨୦୧୭ ପରଠାରୁ ଏହି ପରମ୍ପରାକୁ ପରିବର୍ତ୍ତନ କରାଯାଇଁ ଏକକାଳୀନ ବଜେଟ ଉପସ୍ଥାପନ କରାଗଲା।
ରେଲଓ୍ବେ ବଜେଟ ପ୍ରଥମ ଥର ୧୯୨୪ରେ ବିଟ୍ରିଶ ଶାସନ ସମୟରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଲଗାତାର ପ୍ରତିବର୍ଷ ସାଧାରଣ ବଜେଟର ଗୋଟିଏ ଦିନ ପୂର୍ବରୁ ରେଲଓ୍ବେ ବଜେଟ ଉପସ୍ଥାପନର ପରମ୍ପରା ଚାଲିଆସୁଥିଲା।

ଏହି ୯୨ବର୍ଷର ପରମ୍ପରା ପରିବର୍ତ୍ତନ କରିବା ପରେ ପ୍ରଥମ ସାଧାରଣ ପୂର୍ଣ୍ଣକାଳୀନ ବଜେଟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଥିଲେ। ସେ ୨୦୧୭ରେ ସାଧାରଣ ବଜେଟ ଓ ରେଲଓ୍ବେ ବଜେଟକୁ ଏକକାଳୀନ ଉପସ୍ଥାପନ କରିଥିଲେ। ନୀତି ଆୟୋଗ ଏହି ବ୍ରିଟିଶ ଶାସନ ପରମ୍ପରାକୁ ପରିବର୍ତ୍ତନ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ। ନୀତି ଆୟୋଗରୁ ଏହି ପ୍ରସ୍ତାବ ମିଳିବା ପରେ ମୋଦି ସରକାର ଅଲଗା ଅଲଗା ଅଥୋରଟିଜରୁ ଏସମ୍ପର୍କରେ ବିଚାର ବିମର୍ଶ କରିଥିଲେ। ପରେ ଏହି ୟୁନିଅନ ବଜେଟ୍‌ ଉପସ୍ଥାପନ ନେଇ ନିଷ୍ପତ୍ତି ନେଇଥିଲେ।

 

The post Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ appeared first on Dharitri Odia News.