ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ

ଭଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ରାଜ୍ୟ ତଥା ଦେଶକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଭଦୋଦରା ଠାରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (TASL) ର ଉଦଘାଟନ କରିବେ। ସୂଚନାଯୋଗ୍ୟ, ସାମରିକ ବିମାନ ସି-୨୯୫ ଦେଶର ପ୍ରଥମ ଘରୋଇ ବିମାନ କାରଖାନାରେ ଉତ୍ପାଦିତ ହେବ। ସିଏଏସଏଲ ଏହି […] The post ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ

ଭଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ରାଜ୍ୟ ତଥା ଦେଶକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଭଦୋଦରା ଠାରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (TASL) ର ଉଦଘାଟନ କରିବେ। ସୂଚନାଯୋଗ୍ୟ, ସାମରିକ ବିମାନ ସି-୨୯୫ ଦେଶର ପ୍ରଥମ ଘରୋଇ ବିମାନ କାରଖାନାରେ ଉତ୍ପାଦିତ ହେବ।
ସିଏଏସଏଲ ଏହି କାରଖାନାରେ ୪୦ ସି-୨୯୫ ବିମାନ ଉତ୍ପାଦନ କରିବ। ଯାହା ଭାରତର ପ୍ରଥମ ସାମରିକ ବିମାନ ପାଇଁ ପ୍ରଥମ ବ୍ୟକ୍ତିଗତ ଆସେମ୍ବଲି ଲାଇନ ହେବ। ଯେଉଁଥିରେ ବିମାନ ଉତ୍ପାଦନ, ଆସେମ୍ବଲି, ପରୀକ୍ଷଣ, ବିତରଣ ଏବଂ ରକ୍ଷଣାବେକ୍ଷଣ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯିବ। ସୂଚନା ଅନୁସାରେ ଏହି କାରଖାନା ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (TASL) କ୍ୟାମ୍ପସରେ ନିର୍ମାଣ କରାଯାଇଛି। ସି-୨୯୫ କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୫୬ ବିମାନ ଉତ୍ପାଦନ ହେବ। ସେଥିମଧ୍ୟରୁ ୧୬ଟି ସ୍ପେନରୁ ଏୟାରବସ ଦ୍ୱାରା ସିଧାସଳଖ ବିତରଣ କରାଯାଉଛି। ଅବଶିଷ୍ଟ ୪୦ଟି ଭାରତରେ ତିଆରି ହେବ। ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ ଏହି ୪୦ଟି ବିମାନ ଭାରତରେ ଉତ୍ପାଦନ କରିବ। ଯାହା ଦେଶର ଘରୋଇ କ୍ଷେତ୍ରର ଫଶଇନାଲ ଆସେମ୍ବଲି ଲାଇନ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟକୁ ହଜାରେ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଉପହାର ଦେବାକୁ ଯାଉଛନ୍ତି। ଏଥିପାଇଁ ସେି ଗୁଜୁରାଟରେ ପହଞ୍ଚିଛନ୍ତି। ସମ୍ପ୍ରତି ସେ ଭଦୋଦରା ଠାରେ ଏକ ରୋଡ ସୋ କରୁଛନ୍ତି । ତାଙ୍କ ସହିତ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମଧ୍ୟ ଉପସ୍ଥିତ ଅଛନ୍ତି। ଯେଉଁଠାରେ ବହୁ ନେତା ଉଭୟ ନେତାଙ୍କୁ ସ୍ବାଗତ କରିବାକୁ ଏକାଠି ହୋଇଥିଲେ। ଏମାନଙ୍କୁ ସ୍ବାଗତ କରିବାକୁ ରାସ୍ତା କଡରେ ମଧ୍ୟ ବହୁ ଜନତା ଉପସ୍ଥିତ ହୋଇଛନ୍ତି। ମୋଦିଙ୍କ ସହ ଜଣେ ବିଦେଶୀ ନେତାଙ୍କୁ ରୋଡ ଶୋ’ରେ ଦେଖିବାକୁକ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

 

The post ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ appeared first on Dharitri Odia News.