ମୋଦିଙ୍କୁ ଧନ୍ୟବାଦ ଦେଲେ ଜଗନ ମୋହନ

ଅମରାବତି,୧୪।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଶନିବାର ବିଜୟୱାଡାଠାରେ ଏକ ନିର୍ବାଚନ ପ୍ରଚାର ସମୟରେ ଜଗନ ମୋହନ ରେଡ୍ଡୀଙ୍କ ଉପରକୁ ପଥର ଫିଙ୍ଗିବାରୁ ସେ ଆହତ ହୋଇଥିଲେ। ଏହି ଆକ୍ରମଣରେ ଓ୍ବାଇଏସଆର କଂଗ୍ରେସ ଦଳର ଅନ୍ୟ ଜଣେ ନେତା ଆହତ ହୋଇଥିବାବେଳେ ଜଗନ ମୋହନ ରେଡ୍ଡୀଙ୍କ ବାମ ଆଖିରେ ଆଘାତ ଲାଗିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ […] The post ମୋଦିଙ୍କୁ ଧନ୍ୟବାଦ ଦେଲେ ଜଗନ ମୋହନ appeared first on Dharitri Odia News.

ମୋଦିଙ୍କୁ ଧନ୍ୟବାଦ ଦେଲେ ଜଗନ ମୋହନ

ଅମରାବତି,୧୪।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଶନିବାର ବିଜୟୱାଡାଠାରେ ଏକ ନିର୍ବାଚନ ପ୍ରଚାର ସମୟରେ ଜଗନ ମୋହନ ରେଡ୍ଡୀଙ୍କ ଉପରକୁ ପଥର ଫିଙ୍ଗିବାରୁ ସେ ଆହତ ହୋଇଥିଲେ। ଏହି ଆକ୍ରମଣରେ ଓ୍ବାଇଏସଆର କଂଗ୍ରେସ ଦଳର ଅନ୍ୟ ଜଣେ ନେତା ଆହତ ହୋଇଥିବାବେଳେ ଜଗନ ମୋହନ ରେଡ୍ଡୀଙ୍କ ବାମ ଆଖିରେ ଆଘାତ ଲାଗିଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଆସିବା ପରେ ବହୁ ରାଜନେତା ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ରେଡ୍ଡୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଗନ ମୋହନ ରେଡ୍ଡୀଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ବାର୍ତ୍ତା ପୋଷ୍ଟ କରିଥିଲେ।

The post ମୋଦିଙ୍କୁ ଧନ୍ୟବାଦ ଦେଲେ ଜଗନ ମୋହନ appeared first on Dharitri Odia News.