ମୋଦିଙ୍କୁ ବଡ଼ ଉପହାର ଦେଲେ ମନୁ ଭାକର-ଶ୍ରୀଜେଶ

ପ୍ୟାରିସ୍‌,୧୫।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଆଥଲେଟ୍‌ମାନଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରିଥିଲେ। ଭାରତୀୟ ହକି ଦଳର ଗୋଲକିପର ପି.ଆର ଶ୍ରୀଜେଶ ତାଙ୍କ ଜର୍ସି ମୋଦିଙ୍କୁ ଦେଇଛନ୍ତି। ଶୁଟର ମନୁ ଭାକର ପିସ୍ତଲ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସେମିଫାଇନାଲରେ ସ୍ପେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା। ଯେତେବେଳେ […] The post ମୋଦିଙ୍କୁ ବଡ଼ ଉପହାର ଦେଲେ ମନୁ ଭାକର-ଶ୍ରୀଜେଶ appeared first on Dharitri Odia News.

ମୋଦିଙ୍କୁ ବଡ଼ ଉପହାର ଦେଲେ ମନୁ ଭାକର-ଶ୍ରୀଜେଶ

ପ୍ୟାରିସ୍‌,୧୫।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଆଥଲେଟ୍‌ମାନଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରିଥିଲେ। ଭାରତୀୟ ହକି ଦଳର ଗୋଲକିପର ପି.ଆର ଶ୍ରୀଜେଶ ତାଙ୍କ ଜର୍ସି ମୋଦିଙ୍କୁ ଦେଇଛନ୍ତି। ଶୁଟର ମନୁ ଭାକର ପିସ୍ତଲ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ।
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସେମିଫାଇନାଲରେ ସ୍ପେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା। ଯେତେବେଳେ କି ଭାରତୀୟ ଶୁଟର ମନୁ ଭକର ମଧ୍ୟ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ। ତେବେ ବର୍ତ୍ତମାନ ଏହି ପଦକ ବିଜେତାମାନଙ୍କ ବ୍ୟତୀତ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଅନ୍ୟ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦ ଲକ୍ଷ୍ୟ ସେନ, ସରବଜୋତ୍‌ ସିଂ, ମନୁ ଭାକର ପରି ଆଥଲେଟମାନଙ୍କ ସହ କଥା ହୋଇଥିଲେ।
ତେବେ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ଏହି ଉତ୍ସବରେ ଅଂଶଗ୍ରହଣ କରି ନ ଥିଲେ। ବର୍ତ୍ତମାନ ନୀରଜ ଚୋପ୍ରା ଜର୍ମାନୀରେ ତାଙ୍କର ଅସ୍ତ୍ରୋପଚାର କରୁଛନ୍ତି। ଏହି କାରଣରୁ ସେ ସମାରୋହରେ ଭାଗ ନେଇପାରି ନ ଥିଲେ।
ତେବେ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ୬ଟି ପଦକ ଜିତିଥିଲେ। ଏଥିରେ ଗୋଟିଏ ରୌପ୍ୟ ପଦକ ବ୍ୟତୀତ ୫ଟି ବ୍ରୋଞ୍ଜ ପଦକ ସାମିଲ ଅଛି। ଭାରତୀୟ ଜାଭେଲିନ ଥ୍ରୋଭର ନୀରଜ ଚୋପ୍ରା ଚୌପ୍ୟ ପଦକ ଜିତିଛନ୍ତି। ଏହା ବ୍ୟତୀତ ମନୁ ଭାକର, ସରବଜୋତ ସିଂ, ଅମାନ ଶେରାୱତ ଏବଂ ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ।

The post ମୋଦିଙ୍କୁ ବଡ଼ ଉପହାର ଦେଲେ ମନୁ ଭାକର-ଶ୍ରୀଜେଶ appeared first on Dharitri Odia News.