ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଚନ୍ଦ୍ରଯାନ-୪ ମିଶନକୁ ଅନୁମୋଦନ ଦେଇଛି । ଏହି ମିଶନରେ ଭାରତୀୟ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରାଯିବା ସହ ସୁରକ୍ଷିତ ଭାବେ ପୃଥିବୀକୁ ଫେରିବା ଆଣିବା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିକୁ ବିକଶିତ କରାଯିବ । ଚନ୍ଦ୍ରଯାନ-୪ ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଏବଂ ମାଟି ମଧ୍ୟ ପୃଥିବୀକୁ ଅଣାଯାଇ ଏହାର ଅଧ୍ୟୟନ କରାଯିବ ।ମନ୍ତ୍ରିମଣ୍ଡଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କ୍ୟାବିନେଟ୍ ଶୁକ୍ର ଗ୍ରହର କକ୍ଷ ସହ ଜଡ଼ିତ ଅଭିଯାନ, ଗଗନଯାନ ଏବଂ ଚନ୍ଦ୍ରଯାନ-୪ ଅଭିଯାନକୁ ମଞ୍ଜୁରୀ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୪ ମିଶନରେ ୨୦୨୪ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ସହ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଯୋଜନା ରହିଛି । ଏକ ବୟାନରେ କୁହାଯାଇଛି ଯେ ଏହି ମିଶନ ଅଧିନରେ ଡକିଂ/ଅନଡକିଂ, ଲ୍ୟାଣ୍ଡିଂ, ପୃଥିବୀରେ ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ରପୃଷ୍ଠରୁ ନମୂନା ସଂଗ୍ରହ ଏବଂ ଏହାର ବିଶ୍ଲେଷଣ ପାଇଁ ଟେକ୍ନୋଲଜି ବିକଶିତ କରାଯିବ । ବୟାନରେ କୁହାଯାଇଛି ଯେ ଚନ୍ଦ୍ରଯାନ-୪ ମିଶନରେ ମୋଟ ୨,୧୦୪.୦୬ କୋଟି ଟଙ୍କା ଆବଶ୍ୟକ ହେବ ।#WATCH | Delhi | ISRO Chairman S Somanath says, "Gaganyaan programme is

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଚନ୍ଦ୍ରଯାନ-୪ ମିଶନକୁ ଅନୁମୋଦନ ଦେଇଛି । ଏହି ମିଶନରେ ଭାରତୀୟ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରାଯିବା ସହ ସୁରକ୍ଷିତ ଭାବେ ପୃଥିବୀକୁ ଫେରିବା ଆଣିବା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିକୁ ବିକଶିତ କରାଯିବ । ଚନ୍ଦ୍ରଯାନ-୪ ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଏବଂ ମାଟି ମଧ୍ୟ ପୃଥିବୀକୁ ଅଣାଯାଇ ଏହାର ଅଧ୍ୟୟନ କରାଯିବ ।

ମନ୍ତ୍ରିମଣ୍ଡଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କ୍ୟାବିନେଟ୍ ଶୁକ୍ର ଗ୍ରହର କକ୍ଷ ସହ ଜଡ଼ିତ ଅଭିଯାନ, ଗଗନଯାନ ଏବଂ ଚନ୍ଦ୍ରଯାନ-୪ ଅଭିଯାନକୁ ମଞ୍ଜୁରୀ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୪ ମିଶନରେ ୨୦୨୪ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ସହ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଯୋଜନା ରହିଛି । ଏକ ବୟାନରେ କୁହାଯାଇଛି ଯେ ଏହି ମିଶନ ଅଧିନରେ ଡକିଂ/ଅନଡକିଂ, ଲ୍ୟାଣ୍ଡିଂ, ପୃଥିବୀରେ ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ରପୃଷ୍ଠରୁ ନମୂନା ସଂଗ୍ରହ ଏବଂ ଏହାର ବିଶ୍ଲେଷଣ ପାଇଁ ଟେକ୍ନୋଲଜି ବିକଶିତ କରାଯିବ । ବୟାନରେ କୁହାଯାଇଛି ଯେ ଚନ୍ଦ୍ରଯାନ-୪ ମିଶନରେ ମୋଟ ୨,୧୦୪.୦୬ କୋଟି ଟଙ୍କା ଆବଶ୍ୟକ ହେବ ।

ବୟାନରେ କୁହାଯାଇଛି ଯେ ଚନ୍ଦ୍ରଯାନ-୪ ମିଶନରେ ସ୍ପେସ୍‌କ୍ରାଫ୍ଟକୁ ବିକଶିତ ଏବଂ ପ୍ରରେଣ ଦାୟିତ୍ୱ ଇସ୍ରୋ ଉପରେ ରହିବ । ଅନୁମାନ କରାଯାଛି ଯେ ଉଦ୍ୟୋଗ ଏବଂ ଶିକ୍ଷା ଜଗତର ସହଯୋଗରେ ଏହି ମିଶନ ୩୬ ମାସ ଭିତରେ ଶେଷ ହେବ । ଏହି ମିଶନ ପାଇଁ ଆବଶ୍ୟକ ସମସ୍ତ ପ୍ରଯୁକ୍ତିକୁ ସ୍ୱଦେଶୀ ରୂପେ ବିକଶିତ କରାଯିବ ବୋଲି କୁହାଯାଇଛି ।