ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ବହିର ନାଁ ‘ଆୱାର ଜର୍ଣ୍ଣି ଟୁଗେଦର’।
କନକ ବ୍ୟୁରୋ: ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି ଟ୍ରମ୍ପ । ଏହି ବହିଟିର ନାଁ ରହିଛି ‘ଆୱାର ଜର୍ଣ୍ଣି ଟୁଗେଦର’। ଏହି ବହିରେ ଦୁଇ ବିଶ୍ବନେତାଙ୍କ ବିଭିନ୍ନ ସମୟର ଫଟୋ ସ୍ଥାନ ପାଇଛି। ପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ କରିଥିଲେ ସେହି ସମୟ ଫଟୋ ଏହି ପୁସ୍ତକରେ ରହିଛି । ଏହି ବହିରେ ହାଓଡି ମୋଦୀ ଓ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମର ଫଟୋ ବି ରହିଛି । ଡୋନାଲ୍ଡ ଟ୍ରମ୍ପଙ୍କ ତାଜହମଲ ବୁଲିବାର ଫଟୋ ମଧ୍ୟ ଏଥିରେ ସ୍ଥାନ ପାଇଛି । ମୋଦୀଙ୍କ ୱାସିଂଟନ ଡିସି ଗସ୍ତ ଅବସରରେ ଏହି ପୁସ୍ତକ ଉପହାର ଭାବେ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଦୁଇ ବିଶ୍ବନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ‘ମାଗା’, ‘ମିଗା’ ଓ ‘ମେଗା’କୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ମେକ୍ ଆମେରିକା ଗ୍ରେଟ ଏଗେନ’ ଅର୍ଥାତ ମାଗା, ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ମନ୍ତ୍ର ‘ମାଗା’ ସହ ପରିଚିତ ଆମେରିକାବାସୀ । ସେହିପରି ଭାରତବାସୀ ବିକାଶ ନେଇ ଗତିଶୀଳ। ଆମେରିକା ଭାଷାରେ କହିବାକୁ ଗଲେ ବିକଶିତ ଭାରତ ଅର୍ଥାତ ‘ମେକ ଇଣ୍ଡିଆ ଗ୍ରେଟ ଏଗେନ୍’ ବା ‘ମିଗା’ ବୋଲି କହିଛନ୍ତି ମୋଦୀ । ତେଣୁ ଯେତେବେଳେ ଭାରତ ଓ ଆମେରିକା ମିଳିତ ଭାବେ କାମ କରିବେ ଏବଂ ‘ମାଗା’ ଓ ‘ମିଗା’ ମିଶିଯିବେ ସେତେବେଳେ ସ

କନକ ବ୍ୟୁରୋ: ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି ଟ୍ରମ୍ପ । ଏହି ବହିଟିର ନାଁ ରହିଛି ‘ଆୱାର ଜର୍ଣ୍ଣି ଟୁଗେଦର’। ଏହି ବହିରେ ଦୁଇ ବିଶ୍ବନେତାଙ୍କ ବିଭିନ୍ନ ସମୟର ଫଟୋ ସ୍ଥାନ ପାଇଛି। ପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ କରିଥିଲେ ସେହି ସମୟ ଫଟୋ ଏହି ପୁସ୍ତକରେ ରହିଛି । ଏହି ବହିରେ ହାଓଡି ମୋଦୀ ଓ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମର ଫଟୋ ବି ରହିଛି । ଡୋନାଲ୍ଡ ଟ୍ରମ୍ପଙ୍କ ତାଜହମଲ ବୁଲିବାର ଫଟୋ ମଧ୍ୟ ଏଥିରେ ସ୍ଥାନ ପାଇଛି । ମୋଦୀଙ୍କ ୱାସିଂଟନ ଡିସି ଗସ୍ତ ଅବସରରେ ଏହି ପୁସ୍ତକ ଉପହାର ଭାବେ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
ଦୁଇ ବିଶ୍ବନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ‘ମାଗା’, ‘ମିଗା’ ଓ ‘ମେଗା’କୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ମେକ୍ ଆମେରିକା ଗ୍ରେଟ ଏଗେନ’ ଅର୍ଥାତ ମାଗା, ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ମନ୍ତ୍ର ‘ମାଗା’ ସହ ପରିଚିତ ଆମେରିକାବାସୀ । ସେହିପରି ଭାରତବାସୀ ବିକାଶ ନେଇ ଗତିଶୀଳ। ଆମେରିକା ଭାଷାରେ କହିବାକୁ ଗଲେ ବିକଶିତ ଭାରତ ଅର୍ଥାତ ‘ମେକ ଇଣ୍ଡିଆ ଗ୍ରେଟ ଏଗେନ୍’ ବା ‘ମିଗା’ ବୋଲି କହିଛନ୍ତି ମୋଦୀ । ତେଣୁ ଯେତେବେଳେ ଭାରତ ଓ ଆମେରିକା ମିଳିତ ଭାବେ କାମ କରିବେ ଏବଂ ‘ମାଗା’ ଓ ‘ମିଗା’ ମିଶିଯିବେ ସେତେବେଳେ ସମୃଦ୍ଧି ପାଇଁ ମେଗା ପାର୍ଟନରସିପ ହୋଇଯିବ ବୋଲି କହିଛନ୍ତି ମୋଦୀ । ଆସନ୍ତା ୨୦୩୦ ସୁଦ୍ଧାର ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୋଦୀ କହିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ଖୁବ୍ ଶୀଘ୍ର ନିଷ୍ପତି ହେବ ।
ହ୍ବାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ । ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିସ୍ତୃତ ଆଲୋଚନା ପୂର୍ବରୁ ଦୁଇ ନେତା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି, ଭାରତରେ ମୋତେ ତୃତୀୟ ଥର ପାଇଁ ସରକାର ଚଳାଇବା ପାଇଁ ଜନାଦେଶ ମିଳିଛି । ଆମେ ସମାନ ଉତ୍ସାହ ଓ ଉତ୍ସାହର ସହିତ ମିଳିତ ଭାବେ କାର୍ୟ୍ୟ କରିବୁ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହାନ୍ ନେତା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।