ମୋନାଲିସାଙ୍କୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ
ନୂଆଦିଲ୍ଲୀ ୩୧।୩: କୁମ୍ଭମେଳାରେ ଭାଇରାଲ ଗାର୍ଲ ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରାଯାଇଛି। ସେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ ଅଗ୍ରାହ୍ୟ ହେବା ପରେ ଦିଲ୍ଲୀର ନବି କରିମ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସନୋଜ ମିଶ୍ର ଏକ ଛୋଟ ସହରରୁ ହିରୋଇନ ହେବା ପାଇଁ ଇଛା ରଖିଥିବା ଜଣେ ଯୁବତୀଙ୍କ ପ୍ରତି ଅନେକବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅନୁସାରେ ୨୦୨୦ ମସିହାରେ ଟିକଟକ୍ ମାଧ୍ୟମରେ ସନୋଜ ମିଶ୍ରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ସମୟରେ ଯୁବତୀ ଝାନ୍ସୀରେ ରହୁଥିଲେ। କିଛି ସମୟ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କ କେବଳ କଥାବାର୍ତ୍ତାରେ ସୀମିତ ଥିଲା। ତେବେ ୧୭ ଜୁନ ୨୦୨୧ରେ ସନୋଜ ତାଙ୍କୁ ଫୋନ କରି ଝାନ୍ସୀ ରେଳ ଷ୍ଟେସନରେ ପହଞ୍ଚିଥିବାର ସୂଚିତ କରିଥିଲା। ତେବେ ଯୁବତୀ ତାଙ୍କୁ ଭେଟି ପାରିବେନି ବୋଲି କହିବାରୁ ସେ ଆତ୍ମହତ୍ୟା ଧମକ ଦେଇଥିଲା। ଏଣୁ ପୀଡିତା ଭୟରେ ତାଙ୍କୁ ଭେଟିଥିଲେ। ଏହା ପରେ ଜୁନ ୧୮ ତାରିଖରେ ସନୋଜ ମିଶ୍ର ପୁଣି ଥରେ ତାଙ୍କୁ ଫୋନ କରି ଷ୍ଟେସନ ଆସିବାକୁ କହିଥିଲା। ନ ଆସିଲେ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା। ଏଥିରେ ଯୁବତୀ ପୁଣି ଆସିବାରୁ ତାଙ୍କୁ ଏକ ରିସୋର୍ଟକୁ ନେଇଯାଇଥିଲା ଓ ସେଠାରେ ନିଶା ଖୁଆଇ ଦୁଷ୍କର୍ମ କରିଥିଲା। ଏଫଆଇଆରରେ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କର ଆପତ
ନୂଆଦିଲ୍ଲୀ ୩୧।୩: କୁମ୍ଭମେଳାରେ ଭାଇରାଲ ଗାର୍ଲ ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରାଯାଇଛି। ସେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ ଅଗ୍ରାହ୍ୟ ହେବା ପରେ ଦିଲ୍ଲୀର ନବି କରିମ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସନୋଜ ମିଶ୍ର ଏକ ଛୋଟ ସହରରୁ ହିରୋଇନ ହେବା ପାଇଁ ଇଛା ରଖିଥିବା ଜଣେ ଯୁବତୀଙ୍କ ପ୍ରତି ଅନେକବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।
ପୀଡ଼ିତାଙ୍କ ଅନୁସାରେ ୨୦୨୦ ମସିହାରେ ଟିକଟକ୍ ମାଧ୍ୟମରେ ସନୋଜ ମିଶ୍ରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ସମୟରେ ଯୁବତୀ ଝାନ୍ସୀରେ ରହୁଥିଲେ। କିଛି ସମୟ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କ କେବଳ କଥାବାର୍ତ୍ତାରେ ସୀମିତ ଥିଲା। ତେବେ ୧୭ ଜୁନ ୨୦୨୧ରେ ସନୋଜ ତାଙ୍କୁ ଫୋନ କରି ଝାନ୍ସୀ ରେଳ ଷ୍ଟେସନରେ ପହଞ୍ଚିଥିବାର ସୂଚିତ କରିଥିଲା। ତେବେ ଯୁବତୀ ତାଙ୍କୁ ଭେଟି ପାରିବେନି ବୋଲି କହିବାରୁ ସେ ଆତ୍ମହତ୍ୟା ଧମକ ଦେଇଥିଲା। ଏଣୁ ପୀଡିତା ଭୟରେ ତାଙ୍କୁ ଭେଟିଥିଲେ।
ଏହା ପରେ ଜୁନ ୧୮ ତାରିଖରେ ସନୋଜ ମିଶ୍ର ପୁଣି ଥରେ ତାଙ୍କୁ ଫୋନ କରି ଷ୍ଟେସନ ଆସିବାକୁ କହିଥିଲା। ନ ଆସିଲେ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା। ଏଥିରେ ଯୁବତୀ ପୁଣି ଆସିବାରୁ ତାଙ୍କୁ ଏକ ରିସୋର୍ଟକୁ ନେଇଯାଇଥିଲା ଓ ସେଠାରେ ନିଶା ଖୁଆଇ ଦୁଷ୍କର୍ମ କରିଥିଲା। ଏଫଆଇଆରରେ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ କରି ନେଇଛି। ଯଦି ସେ ବିରୋଧ କରନ୍ତି ତେବେ ଭିଡିଓ ଏବଂ ଫଟୋକୁ ସାର୍ବଜନିକ କରିବାକୁ ଧମକ ଦେଇଥିଲା।
ଏହା ପରେ ତାଙ୍କୁ ବିବାହ ପ୍ରଲୋଭନ ସହ ଫିଲ୍ମରେ ରୋଲ ଦେବାର ଲୋଭ ଦେଖାଇ ସନୋଜ ମିଶ୍ର ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା। ଉଲ୍ଲେଖ ଯୋଗ୍ୟ ଯେ ଏହା ପୂର୍ବରୁ ଖବର ଆସିଥିଲା ଯେ ମହାକୁମ୍ଭରେ ମାଳି ବିକ୍ରି କରୁଥିବା ସୋସିଆଲ ମିଡିଆ ସେନସେସନ ମୋନାଲିସାଙ୍କୁ ନେଇ ସେ ଫିଲ୍ମ କରିବାକୁ ଯାଉଛନ୍ତି। ଖବର ଏହା ମଧ୍ୟ ଆସିଥିଲା ଯେ ସନୋଜ ମିଶ୍ର ମୋନାଲିସାଙ୍କୁ ମୁମ୍ବାଇରେ ଅଭିନୟ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।