UPI ପୁଣି ଡାଉନ୍, ସପ୍ତାହରେ ଦ୍ୱିତୀୟ ଥର ପାଇଁ ସେବା ବାଧାପ୍ରାପ୍ତ
ନୂଆଦିଲ୍ଲୀ: ବୁଧବାର ଅନେକ ପ୍ରମୁଖ ଆପ୍ରେ UPI ସେବା ବାଧାପ୍ରାପ୍ତ ହୋଇଛି । ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ୟୁପିଆଇ ସେବା ଏଭଳି ଭାବେ ପ୍ରଭାବିତ ହୋଇଛି । ଡାଉନଡିଟେକ୍ଟର ଅନୁଯାୟୀ, ରାତି ୮ଟା ସୁଦ୍ଧା ୪୪୯ଟି ଅଭିଯୋଗ ମିଳିଛି । ପ୍ରାୟ ୫୩% ଉପଭୋକ୍ତା ଆପ୍ ମାଧ୍ୟମରେ ଟଙ୍କା ନେଣଦେଣ କରିବାରେ ବିଫଳ ହୋଇଛନ୍ତି । ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏଥିପାଇଁ ନିଜ ଆକ୍ରୋଶ ଛାଡ଼ିଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ଲାଗୁଛି UPI ପୁଣି ଥରେ ବନ୍ଦ ହୋଇଯାଇଛି!!' ଅନ୍ୟ ଜଣେ ଲେଖିଛନ୍ତି, 'ଆଜିକାଲି UPIରେ କ'ଣ ଚାଲିଛି ? ଏହା ସବୁ ଦିନ ଫେଲ୍ ମାରୁଛି । ଲାଗୁଛି ମୋତେ ଦିନେ ହୋଟେଲରେ ବାସନ ମାଜିବାକୁ ବାଧ୍ୟ କରିବ । UPIର ସୁପରିଚାଳନା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେବା ଦରକାର ।୨୬ ମାର୍ଚ୍ଚରେ UPI ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଡିଜିଟାଲ ପେମେଣ୍ଟରେ ସମସ୍ୟା ଦେଖାଦେଇଥିଲା । ଅନେକ ଉପଭୋକ୍ତା ପେମେଣ୍ଟ ଫେଲ୍ ନେଇ ଅଭିଯୋଗ କରିଥିଲେ । ଆରବିଆଇ ଦ୍ୱାରା ପରିଚାଳିତ NPCI କହିଛି ଯେ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ UPIରେ ସମସ୍ୟା ଦେଖାଦେଇଛି । ଏଥିରେ ସୁଧାର କରାଯାଇଛି । ୱାର୍ଲ୍ଡଲାଇନ୍ ରିପୋର୍ଟ ଅନୁଯାୟୀ, ୨୦୨୪ର ଦ୍ୱିତୀୟାର୍ଦ୍ଧରେ UPI ଟ୍ରାଞ୍ଜେସନ୍ସ ୪୨% ବୃଦ୍ଧି ପାଇଛି । ଏହା ୯୩.୨୩ ବିଲିୟନରେ ପହଞ୍ଚିଛି । ରିପୋର୍ଟରେ ଦର୍ଶାଯାଇଛି ଯେ PhonePe, Google Pay ଏବଂ Paytm ପ୍
ନୂଆଦିଲ୍ଲୀ: ବୁଧବାର ଅନେକ ପ୍ରମୁଖ ଆପ୍ରେ UPI ସେବା ବାଧାପ୍ରାପ୍ତ ହୋଇଛି । ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ୟୁପିଆଇ ସେବା ଏଭଳି ଭାବେ ପ୍ରଭାବିତ ହୋଇଛି । ଡାଉନଡିଟେକ୍ଟର ଅନୁଯାୟୀ, ରାତି ୮ଟା ସୁଦ୍ଧା ୪୪୯ଟି ଅଭିଯୋଗ ମିଳିଛି । ପ୍ରାୟ ୫୩% ଉପଭୋକ୍ତା ଆପ୍ ମାଧ୍ୟମରେ ଟଙ୍କା ନେଣଦେଣ କରିବାରେ ବିଫଳ ହୋଇଛନ୍ତି । ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏଥିପାଇଁ ନିଜ ଆକ୍ରୋଶ ଛାଡ଼ିଛନ୍ତି ।
ଜଣେ ୟୁଜର ଲେଖିଛନ୍ତି, 'ଲାଗୁଛି UPI ପୁଣି ଥରେ ବନ୍ଦ ହୋଇଯାଇଛି!!' ଅନ୍ୟ ଜଣେ ଲେଖିଛନ୍ତି, 'ଆଜିକାଲି UPIରେ କ'ଣ ଚାଲିଛି ? ଏହା ସବୁ ଦିନ ଫେଲ୍ ମାରୁଛି । ଲାଗୁଛି ମୋତେ ଦିନେ ହୋଟେଲରେ ବାସନ ମାଜିବାକୁ ବାଧ୍ୟ କରିବ । UPIର ସୁପରିଚାଳନା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେବା ଦରକାର ।
୨୬ ମାର୍ଚ୍ଚରେ UPI ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଡିଜିଟାଲ ପେମେଣ୍ଟରେ ସମସ୍ୟା ଦେଖାଦେଇଥିଲା । ଅନେକ ଉପଭୋକ୍ତା ପେମେଣ୍ଟ ଫେଲ୍ ନେଇ ଅଭିଯୋଗ କରିଥିଲେ । ଆରବିଆଇ ଦ୍ୱାରା ପରିଚାଳିତ NPCI କହିଛି ଯେ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ UPIରେ ସମସ୍ୟା ଦେଖାଦେଇଛି । ଏଥିରେ ସୁଧାର କରାଯାଇଛି ।
ୱାର୍ଲ୍ଡଲାଇନ୍ ରିପୋର୍ଟ ଅନୁଯାୟୀ, ୨୦୨୪ର ଦ୍ୱିତୀୟାର୍ଦ୍ଧରେ UPI ଟ୍ରାଞ୍ଜେସନ୍ସ ୪୨% ବୃଦ୍ଧି ପାଇଛି । ଏହା ୯୩.୨୩ ବିଲିୟନରେ ପହଞ୍ଚିଛି । ରିପୋର୍ଟରେ ଦର୍ଶାଯାଇଛି ଯେ PhonePe, Google Pay ଏବଂ Paytm ପ୍ରାଧାନ୍ୟ ବିସ୍ତାର କରିଛନ୍ତି ।