କେଜ୍ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ର ମହାରାଲି, ରାମଲୀଳା ମୈଦାନରେ ଗର୍ଜିବେ ବିରୋଧୀ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି । ଏହାର ପ୍ରତିବାଦ ‘ଇଣ୍ଡି’ ମେଣ୍ଟର ରବିବାର ମହାରାଲି । ରାମଲୀଲା ମୈଦାନରେ ବଡ଼ ଧରଣର ବିକ୍ଷୋଭ କରାଯିବ । ଏଥିରେ ଇଣ୍ଡିଆ ବ୍ଲକର ସମସ୍ତ ବରିଷ୍ଠ ନେତା ସାମିଲ୍ ହେବେ । ଇଡିକୁ ଅସ୍ତ୍ର କରିଥିବା ବିଜେପି ବିରୋଧରେ ଗର୍ଜନ କରିବେ ବିରୋଧୀ ନେତା । ଏହି ମହାରାଲି ରବିବାର ସକାଳ ସାଢ଼େ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ ମହାରାଲି । ଏନେଇ ନିର୍ବାଚନ କମିଶନ ଓ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିଳିଛି । ମହାରାଲିରେ ‘ଇଣ୍ଡି’ ମେଣ୍ଟର ପ୍ରାୟ ସମସ୍ତ ରାଜନୈତିକ ଦଳ ନେତା ସାମିଲ ହେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ, ଶରଦ ପାୱାର, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଚମ୍ପାଇ ସୋରେନ ପ୍ରମୁଖ ସାମିଲ ହେବେ । ରାଲିକୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଓ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ ସମ୍ବୋଧନ କରିବାର ସମ୍ଭାବନା ରହିଛି ।ମହାରାଲି ପାଇଁ ରାମଲୀଲା ମୈଦାନ ନିରୀକ୍ଷଣ ଦାୟିତ୍ବରେ ଥିବା ଆପ୍ ବରିଷ୍ଠ ନେତା ଗୋପାଲ ରାୟଙ୍କ କହିବା ଅନୁଯାୟୀ, ଏହି ପ୍ରତିବାଦ ରାଲିରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗନ୍ଧି ସାମିଲ୍ ହେବେ । ସେପଟେ ରାଲି ପୂର୍ବରୁ କଂଗ୍ରେସ କହିଛି, ଭାରତର

କେଜ୍ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ‘ଇଣ୍ଡିଆ’ର ମହାରାଲି, ରାମଲୀଳା ମୈଦାନରେ ଗର୍ଜିବେ ବିରୋଧୀ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି । ଏହାର ପ୍ରତିବାଦ ‘ଇଣ୍ଡି’ ମେଣ୍ଟର ରବିବାର ମହାରାଲି । ରାମଲୀଲା ମୈଦାନରେ ବଡ଼ ଧରଣର ବିକ୍ଷୋଭ କରାଯିବ । ଏଥିରେ ଇଣ୍ଡିଆ ବ୍ଲକର ସମସ୍ତ ବରିଷ୍ଠ ନେତା ସାମିଲ୍ ହେବେ । ଇଡିକୁ ଅସ୍ତ୍ର କରିଥିବା ବିଜେପି ବିରୋଧରେ ଗର୍ଜନ କରିବେ ବିରୋଧୀ ନେତା । ଏହି ମହାରାଲି ରବିବାର ସକାଳ ସାଢ଼େ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ ମହାରାଲି । ଏନେଇ ନିର୍ବାଚନ କମିଶନ ଓ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିଳିଛି । 

ମହାରାଲିରେ ‘ଇଣ୍ଡି’ ମେଣ୍ଟର ପ୍ରାୟ ସମସ୍ତ ରାଜନୈତିକ ଦଳ ନେତା ସାମିଲ ହେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ, ଶରଦ ପାୱାର, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଚମ୍ପାଇ ସୋରେନ ପ୍ରମୁଖ ସାମିଲ ହେବେ । ରାଲିକୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଓ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ ସମ୍ବୋଧନ କରିବାର ସମ୍ଭାବନା ରହିଛି ।

ମହାରାଲି ପାଇଁ ରାମଲୀଲା ମୈଦାନ ନିରୀକ୍ଷଣ ଦାୟିତ୍ବରେ ଥିବା ଆପ୍ ବରିଷ୍ଠ ନେତା ଗୋପାଲ ରାୟଙ୍କ କହିବା ଅନୁଯାୟୀ, ଏହି ପ୍ରତିବାଦ ରାଲିରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗନ୍ଧି ସାମିଲ୍ ହେବେ । ସେପଟେ ରାଲି ପୂର୍ବରୁ କଂଗ୍ରେସ କହିଛି, ଭାରତର ରାଷ୍ଟ୍ରୀୟ ବିକାଶ ସଂଗଠନ ବା ‘ଇଣ୍ଡି’ ମେଣ୍ଟର ରାଲି ଲୋକ କଲ୍ୟାଣ ମାର୍ଗ ପର୍ଯ୍ୟନ୍ତ ଯିବ ଏବଂ ସେଠାରେ ବିଜେପି ସରକାରର ସମୟ ଶେଷ ଆସିଗଲାଣି ବୋଲି କଡ଼ା ସନ୍ଦେଶ ଦିଆଯିବ । ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଆମ୍ ଆଦମୀ ପାର୍ଟିର ଜଣକ ପରେ ଜଣେ ନେତାଙ୍କୁ ଗିରଫ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପରେ ଚିହିଁଙ୍କି ଉଠିଛନ୍ତି ବିରୋଧୀ । ଏହାର ପ୍ରତିବାଦରେ ଇଣ୍ଡିଆ ବ୍ଲକ୍ ମହାରାଲି ଡାକରା ଦେଇଛି ।