ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଜାଳିଦେବା ଘଟଣା, ୧୪ ଜଣଙ୍କୁ କୋର୍ଟ ଚାଲାଣ
ନୂଆପଡ଼ା: ଗୁଣି ଗାରେଡି ସନ୍ଦେହରେ ସିନାପାଲି ଥାନା ପୋର୍ଟିପଡ଼ାର ଖାମସିଂ ମାଝୀଙ୍କୁ ହତ୍ୟା ଉଦ୍ୟମ ଘଟଣା। ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସିନାପାଲି ପୋଲିସ। ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ଗତକାଲି ଠାରୁ ସିନାପାଲି ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଖୋଜି ଧରିବା ସହ ଥାନାକୁ ଆଣି ଅଟକ ରଖିବା ପଚରା ଉଚରା କରିଥିଲା। ଶେଷରେ ଶନିବାର ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିନାପାଲି ପୋଲିସ। ସୂଚନାଥାଉକି, ଗତ ଗୁରୁବାର ରାତିରେ ଘଟିଥିଲା ଏହି ଘଟଣା। ଗୁଣିଗାରେଡି ସନ୍ଦେହରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମାଳପଡ଼ା ପୋର୍ଟିପଡ଼ାରେ ପାଳ ବେଣ୍ଟ ଗୁଡ଼ାଇ ବୃଦ୍ଧଙ୍କୁ ଜୀଅନ୍ତା ଜାଳିଦେଇଥିଲେ ଗାଁର କିଛି ବ୍ୟକ୍ତି। ତେବେ କୌଣସିମତେ ଏହି ୬୪ ବୃଦ୍ଧ ଜଣକ ବଞ୍ଚି ଯାଇଥିଲେବି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ନୂଆପଡ଼ା: ଗୁଣି ଗାରେଡି ସନ୍ଦେହରେ ସିନାପାଲି ଥାନା ପୋର୍ଟିପଡ଼ାର ଖାମସିଂ ମାଝୀଙ୍କୁ ହତ୍ୟା ଉଦ୍ୟମ ଘଟଣା। ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସିନାପାଲି ପୋଲିସ। ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ଗତକାଲି ଠାରୁ ସିନାପାଲି ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଖୋଜି ଧରିବା ସହ ଥାନାକୁ ଆଣି ଅଟକ ରଖିବା ପଚରା ଉଚରା କରିଥିଲା। ଶେଷରେ ଶନିବାର ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିନାପାଲି ପୋଲିସ।
ସୂଚନାଥାଉକି, ଗତ ଗୁରୁବାର ରାତିରେ ଘଟିଥିଲା ଏହି ଘଟଣା। ଗୁଣିଗାରେଡି ସନ୍ଦେହରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମାଳପଡ଼ା ପୋର୍ଟିପଡ଼ାରେ ପାଳ ବେଣ୍ଟ ଗୁଡ଼ାଇ ବୃଦ୍ଧଙ୍କୁ ଜୀଅନ୍ତା ଜାଳିଦେଇଥିଲେ ଗାଁର କିଛି ବ୍ୟକ୍ତି। ତେବେ କୌଣସିମତେ ଏହି ୬୪ ବୃଦ୍ଧ ଜଣକ ବଞ୍ଚି ଯାଇଥିଲେବି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।