ହାତୀ ଆକ୍ରମଣରେ ୨ ପାରା ୱାଚର ଗୁରୁତର
ରେଢ଼ାଖୋଲ୨୧।୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ବଡ଼ବାହଲ ରେଞ୍ଜ ରତ୍ନାବଡ଼ମାଲ ଗାଁ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୨ଜଣ ପାରା ୱାଚର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏକ ୨୪ ଟିକିଆ ହାତୀପଲ ରତ୍ନାବଡ଼ମାଲ ଗାଁ ନିକଟରେ ବୁଲୁଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏନେଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ। […] The post ହାତୀ ଆକ୍ରମଣରେ ୨ ପାରା ୱାଚର ଗୁରୁତର appeared first on Dharitri Odia News.
ରେଢ଼ାଖୋଲ୨୧।୧୧: ସମ୍ବଲପୁର ଜିଲା ରେଢ଼ାଖୋଲ ବଡ଼ବାହଲ ରେଞ୍ଜ ରତ୍ନାବଡ଼ମାଲ ଗାଁ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୨ଜଣ ପାରା ୱାଚର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଏକ ୨୪ ଟିକିଆ ହାତୀପଲ ରତ୍ନାବଡ଼ମାଲ ଗାଁ ନିକଟରେ ବୁଲୁଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏନେଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ଏକ ଦନ୍ତାହାତୀ ୨ଜଣ ପାରା ୱାଚରଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
The post ହାତୀ ଆକ୍ରମଣରେ ୨ ପାରା ୱାଚର ଗୁରୁତର appeared first on Dharitri Odia News.