ବିଶ୍ୱକୁ ଧମକ ଦେଲେ ପୁଟିନ ! ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କଲେ ହେବ ପରମାଣୁ ଆଟାକ୍
ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ରିପୋର୍ଟ ମୁତାବକ, ଯଦି କେହି ଦେଶ କୌଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ । ଏପରି ସ୍ଥିତିରେ ପରମାଣୁ ଆକ୍ରମଣ କରାଯାଇପାରେ । ସୂଚନା ଯେ ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ରୁଷ୍ […] The post ବିଶ୍ୱକୁ ଧମକ ଦେଲେ ପୁଟିନ ! ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କଲେ ହେବ ପରମାଣୁ ଆଟାକ୍ appeared first on KNews Odisha.

ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ରିପୋର୍ଟ ମୁତାବକ, ଯଦି କେହି ଦେଶ କୌଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ । ଏପରି ସ୍ଥିତିରେ ପରମାଣୁ ଆକ୍ରମଣ କରାଯାଇପାରେ ।
ସୂଚନା ଯେ ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ରୁଷ୍ ଭିତରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରକୁ ଅନୁମତି ଦେଇଥିଲେ, ଯାହା ପରେ ପୁଟିନ ଏହି ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧର ୧୦୦୦ ଦିନ ପୂରଣ ହେବା ପରିପ୍ରେକ୍ଷୀରେ ପୁଟିନ ପରମାଣୁ ଅସ୍ତ୍ର ସହ ଜଡ଼ିତ ନୂତନ ଆଦେଶରେ ଦସ୍ତଖତ କରିଛନ୍ତି ।
ୟୁକ୍ରେନକୁ ଆର୍ମି ଟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍ (ATACMS) ବ୍ୟବହାର କରିବା ପାଇଁ ଅନୁମତି ଦେଇଛି ଆମେରିକା । ଏହି ମିସାଇଲ୍ ସିଷ୍ଟମ ୩୦୦ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଆକ୍ରମଣ କରିପାରିବ ।
ଗତ ଅନେକ ଦିନରୁ ଆମେରିକା ଏବଂ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ପାଇଁ ଅନୁମତି ଦେବା ଉପରେ ବିଚାର କରୁଥିଲେ । ଏହା ଉପରେ ପୁଟିନ ଚେତାବନୀ ଦେଇଥିଲେ ଯେ ଏମିତି ଅସ୍ତ୍ର ବ୍ୟବହାର ପାଇଁ ଅନୁମତି ଦେବାର ଅର୍ଥ ବୁଝାଯିବ, ରୁଷ୍ ବିରୋଧରେ NATO ଯୁଦ୍ଧକୁ ଓହ୍ଲାଇଛି । ପୁଟିନ ଆହୁରି କହିଥିଲେ, ଯଦି ଏମିତି ହୁଏ, ତା’ ହେଲେ ସେମାନେ ଏହାର ଜବାବ ନିଶ୍ଚୟ ଦେବେ ।
ରୁଷର ନ୍ୟୁକ୍ଲିୟର ଡେଟେରେଣ୍ଟ ଫୋର୍ସରେ ସ୍ଥଳ, ସମୁଦ୍ର ଏବଂ ବାୟୁସେନା ଅନ୍ତର୍ଭୁକ୍ତ । ଅର୍ଥାତ୍ ଶତ୍ରୁ ଉପରେ ରୁଷ୍ ଏହି ତିନୋଟି ଜାଗାରୁ ଆକ୍ରମଣ କରିବ । ତେବେ କୌଣସି ବି ପ୍ରକାରେ ଆଉ ଯୁଦ୍ଧ ନ ହେଉ ବୋଲି ରୁଷ୍ ସମ୍ପୂର୍ଣ୍ଣ ପ୍ରୟାସ କରୁଛି । ଖାସ୍ କରି ପରମାଣୁ ଯୁଦ୍ଧ ନ ହେବାକୁ ରୁଷ ଚାହୁଁଛି । ତେଣୁ ସାରା ବିଶ୍ୱକୁ ରୁଷ୍ ଚେତାବନୀ ଦେଇଛି ଯେ ଯଦି କେହି ରୁଷ୍ ବିରୋଧରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରେ, ତା’ ହେଲେ ରୁଷ୍ ଏହା ବିରୋଧରେ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିବ ।
PUTIN’S DECREE “ON THE APPROVAL OF THE FOUNDATIONS OF THE STATE POLICY OF RUSSIA IN THE FIELD OF NUCLEAR DETERRENCE” SAYS THAT:
Nuclear deterrence can be triggered if the enemy has attack drones threatening Russia
Data on massive takeoff of air and space attack weapons… pic.twitter.com/op1lkpK0tG
— Sputnik (@SputnikInt) November 19, 2024
The post ବିଶ୍ୱକୁ ଧମକ ଦେଲେ ପୁଟିନ ! ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କଲେ ହେବ ପରମାଣୁ ଆଟାକ୍ appeared first on KNews Odisha.
PUTIN’S DECREE “ON THE APPROVAL OF THE FOUNDATIONS OF THE STATE POLICY OF RUSSIA IN THE FIELD OF NUCLEAR DETERRENCE” SAYS THAT:
Nuclear deterrence can be triggered if the enemy has attack drones threatening Russia