ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ

ବରୀ,୪।୩(ମହେନ୍ଦ୍ର ସ୍ବାଇଁ): ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ସଚେତନ ହେଲେ ବି ଗୋଟିଏ ଗୋଟିଏ ଭୁଲ ନିଷ୍ପତି ବେଳେ ବେଳେ ତାଙ୍କୁ ହିଁ ତାହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ। ସୂଚନା ମୁତାବକ ଏହି ଗ୍ରାମର ନାଲୁ ଜେନା ୟଙ୍କ ପୁଅ ମନୋଜ ଜେନା (୨୨) ବର୍ଷ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। କମ୍ପାନୀ କାର୍ଯ୍ୟ କରି […] The post ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ appeared first on Dharitri Odia News.

ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ

ବରୀ,୪।୩(ମହେନ୍ଦ୍ର ସ୍ବାଇଁ): ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ସଚେତନ ହେଲେ ବି ଗୋଟିଏ ଗୋଟିଏ ଭୁଲ ନିଷ୍ପତି ବେଳେ ବେଳେ ତାଙ୍କୁ ହିଁ ତାହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ। ସୂଚନା ମୁତାବକ ଏହି ଗ୍ରାମର ନାଲୁ ଜେନା ୟଙ୍କ ପୁଅ ମନୋଜ ଜେନା (୨୨) ବର୍ଷ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ।

କମ୍ପାନୀ କାର୍ଯ୍ୟ କରି ଅବସର ସମୟରେ ମୋବାଇଲରେ ଗେମ ଖେଳିଥାନ୍ତି। ଗେମ ଖେଳି ବାରମ୍ବାର କ୍ଷତି ସହିବାରୁ ନିଜସ୍ବ ଅର୍ଥ ସରିବା ପରେ ସାଙ୍ଗ ସାଥିଙ୍କଠାରୁ ଧାର କରଜ କରିଥିଲେ। ଧାର କରଜର ପରିମାଣ ବଢି ଯିବାରୁ ସୁଝି ନ ପାରିବାର ଆଶଙ୍କା କରି ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ଆଜି ତାଙ୍କ ମରଶରୀର ନିଜ ଗାଁରେ ପହଞ୍ଚିବାପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

The post ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ appeared first on Dharitri Odia News.