ମୋବାଇଲ ପାଇଁ ଜୀବନ ନେଲା ପୁଅ ! ବାପା, ମାଆ ଓ ଭଉଣୀଙ୍କୁ ହତ୍ୟା କଲା
ଜଗତସିଂହପୁର: ଜଗତସିଂହପୁରରେ ଜଘନ୍ୟକାଣ୍ଡ। ବାପା ମାଆ ଓ ଭଉଣୀକୁ ବୀଭତ୍ସ ହତ୍ୟା। ପଥର ଓ ହେମଦସ୍ତାରେ ଛେଚି ଛେଚି ମାରି... The post ମୋବାଇଲ ପାଇଁ ଜୀବନ ନେଲା ପୁଅ ! ବାପା, ମାଆ ଓ ଭଉଣୀଙ୍କୁ ହତ୍ୟା କଲା appeared first on .
ଜଗତସିଂହପୁର: ଜଗତସିଂହପୁରରେ ଜଘନ୍ୟକାଣ୍ଡ। ବାପା ମାଆ ଓ ଭଉଣୀକୁ ବୀଭତ୍ସ ହତ୍ୟା। ପଥର ଓ ହେମଦସ୍ତାରେ ଛେଚି ଛେଚି ମାରି ଦେଇଛି ପୁଅ। ଗତ ରାତିର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଗତସିଂହପୁର ଥାନା ଜୟବଡ଼ ସେଠି ସାହିରେ ଘଟିଛି ଏହି ଘଟଣା। ମୃତକ ହେଲେ ବାପା
କାଳନ୍ଦୀ ସେଠୀ, ତାଙ୍କ ସ୍ତ୍ରୀ କନକଲତା ଓ ରୋଜାଲିନ। ପୁଅ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ରାତିରେ ମାରି ଦେଇଥିବାର ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତ ଓରଫ୍ ବଣ୍ଟି ବହୁ ସମୟ ଧରି ମୋବାଇଲ ଖେଳୁଥିବାରୁ ଗତ ରାତିରେ ବାପା ତାକୁ ଗାଳି କରିଥିଲେ। ଏହାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା। ପରେ ରାତିରେ ଖାଇ ପିଇ ସମସ୍ତେ ଶୋଇଥିଲେ। ପଡ଼ୋଶୀ କହିଛନ୍ତି, ରାତିରେ ସମସ୍ତଙ୍କୁ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ବଣ୍ଟି।ତା ପରେ ପଡ଼ୋଶୀଙ୍କୁ କହିଥିଲା, ମୁଁ ସମସ୍ତଙ୍କୁ ମାରି ଦେଇଛି। ଗାଁ ଲୋକେ ଖବର ଦେବା ପରେ ପୋଲିସ ଆସିଥିଲା। ପୋଲିସ ଆସି ମୃତଦେହ ଜବତ କରିଛି। ଖୋଜାଖୋଜି କରିବା ପରେ ବଣ୍ଟି ପାଖ ସ୍କୁଲ ନିକଟରେ ବସିଥିବା ବେଳେ ତାକୁ ଧରିଛି ପୋଲିସ। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଛି।
The post ମୋବାଇଲ ପାଇଁ ଜୀବନ ନେଲା ପୁଅ ! ବାପା, ମାଆ ଓ ଭଉଣୀଙ୍କୁ ହତ୍ୟା କଲା appeared first on .