ମୋବାଇଲ ଲୁଟ ବେଳେ ଚାଲିଗଲା ଜୀବନ
ସୋର,୨୬ା୧୧(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ଦହିସଢ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍କୁଟିରେ ଯାଉଥିବା ମା’ ଓ ପୁଅଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଦ୍ରୁତଗତିରେ ବାଇକ୍ ଚଳାଇ ପଳାଇ ଯାଉଥିବା ବେଳେ ଦୁର୍ଘଟଣାରେ ଜଣେ ଲୁଟେରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାହାନଗା ବ୍ଲକ ଗୋପାଳପୁର ଥାନା ଅଧୀନ ମଦନାପୁର ଗ୍ରାମର ପ୍ରଦୀପ ମଳିକ(କହ୍ନେଇ)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। […] The post ମୋବାଇଲ ଲୁଟ ବେଳେ ଚାଲିଗଲା ଜୀବନ appeared first on Dharitri Odia News.
ସୋର,୨୬ା୧୧(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ଦହିସଢ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍କୁଟିରେ ଯାଉଥିବା ମା’ ଓ ପୁଅଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଦ୍ରୁତଗତିରେ ବାଇକ୍ ଚଳାଇ ପଳାଇ ଯାଉଥିବା ବେଳେ ଦୁର୍ଘଟଣାରେ ଜଣେ ଲୁଟେରାଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ବାହାନଗା ବ୍ଲକ ଗୋପାଳପୁର ଥାନା ଅଧୀନ ମଦନାପୁର ଗ୍ରାମର ପ୍ରଦୀପ ମଳିକ(କହ୍ନେଇ)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଜିଡ଼ତାଳ ଗ୍ରାମର ଅନିତା ନାୟକ ତାଙ୍କ ପୁଅ ସହ ଏକ ସ୍କୁଟିରେ ଘରକୁ ଯାଉଥିଲେ।
ଏହି ସମୟରେ ପ୍ରଦୀପ ତାଙ୍କର ପିଛା କରି ମୋବାଇଲ ଝାମ୍ପି ନେଇ ପଳାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ସୋର ପୋଲିସ ପହଞ୍ଚତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ତାଙ୍କଠାରୁ ମୋବାଇଲ ଜବତ କରିଥିବା କହିଛି। ଏନେଇ ଥାନାରେ ଏକ ମାମଲା(ନଂ.୨୭୯/୨୪) ରୁଜୁ ହୋଇଛି।
The post ମୋବାଇଲ ଲୁଟ ବେଳେ ଚାଲିଗଲା ଜୀବନ appeared first on Dharitri Odia News.