ମୋବାଇଲ୍ ଟାଓ୍ବାର ବସାଇବା ନାଁରେ ଠକେଇ, ଠକି ନେଇଗଲେ ହଜାର ହଜାର ଟଙ୍କା

ଆନନ୍ଦପୁର: ମୋବାଇଲ୍ ଟାଓ୍ବାର ବସାଇଲେ ୧୨ ଲକ୍ଷ ଟଙ୍କା ଲାଭ ହେବ... ଏଭଳି ଲୋଭ ଦେଖାଇ ଜଣେ ଆଦବାସୀ ଯୁବକଙ୍କ  ଠାରୁ ୬୦ ହଜାର ଟଙ୍କା ଠକିନେଲେ ଠକ  ଗ୍ୟାଙ୍ଗ। ବଡ଼ କଥା ହେଲା ଏବେବି ଫୋନ୍‌ କଲେ ଠକ କହୁଛନ୍ତି ଟାଓ୍ବାର ପାଇଁ ଲାଗିବାକୁ ଥିବା ଯନ୍ତ୍ରାଂଶ ଗାଡ଼ିରେ ପଠାଯାଉଛି। ଗାଡ଼ିରେ ପଠାଯାଉଥିବାରୁ ଟୋଲ ଟ୍ୟାକ୍ସ ପାଇଁ ଆହୁରି ୧୪, ୫୦୦ ଟଙ୍କା ଦିଅନ୍ତୁ। ତେବେ ଠକାମୀର ଶିକାର ହେବା ଜାଣିବା ପରେ ଘଷିପୁରା ଥାନାର ଦ୍ବାରସ୍ତ ହେଇଛନ୍ତି ଠକେଇର ଶିକାର ହୋଇଥିବ ଯୁବକ।ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଭଣ୍ଡାରୀଡିହା ତୋରାଣିଆପାଳ କାଦୁଅଗୋଠ ଗ୍ରାମର ବାଇଧର ବାସ୍କେଙ୍କ ସହ ହୋଇଛି ଏହି ଠକେଇ। ୨ ବର୍ଷ ତଳେ ବାଇଧରଙ୍କୁ ଏକ ଫୋନ କଲ୍ ଆସିଥିଲା । ଏଥିରେ ଜଣେ ମହିଳା ତାଙ୍କୁ ଜିଓର ମୋବାଇଲ ଟାଓ୍ବାର ବସାଇବାକୁ ଅଫର ଦେଇଥିଲେ। ଆଉ ଟାଓ୍ବାର ବସାଇଲେ ୧୨ ଲକ୍ଷ ଟଙ୍କା ପାଇବେ ବୋଲି ପ୍ରଲୋଭନ ଦେଖାଇଥିଲେ। ତେବେ ଲୋଭରେ ପଡ଼ି ବାଇଧର ନିଜର ଆଧାର କାର୍ଡ, ଫଟେ, ଜମି ପଟା, ବ୍ୟାଙ୍କ ପାସବୁକ ଭଳି ଡକମେଣ୍ଟ ଦେଇଥିଲେ। ଆଉ ଏଠାରୁ ଆରମ୍ଭ ହୋଇଥିଲା ଠକଙ୍କ କାରନାମା। ଜାଗା ଦେଖିବାକୁ ଦୁଇ ଜଣ ଆସିବେ ଏବଂ ଟାୱାର ସାମଗ୍ରୀ ପାଇଁ ସିକ୍ୟୁରିଟି ବାବଦକୁ ୬୦ ହଜାର ଦେବା ପାଇଁ ପଡ଼ିବ ବୋଲି କହି ପଇସା ମାଗିଥିଲେ। ବାଇଧର ମଧ୍ୟ ଫୋନ ପେ ଓ ବ୍ୟାଙ୍କ ମାଧ୍ୟମରେ ପଇସା ଦେଇଥିଲେ। ହେଲେ ଟାୱାର ବସାଇବା ତ’ ଦୂର

ମୋବାଇଲ୍ ଟାଓ୍ବାର ବସାଇବା ନାଁରେ ଠକେଇ, ଠକି ନେଇଗଲେ ହଜାର ହଜାର ଟଙ୍କା

ଆନନ୍ଦପୁର: ମୋବାଇଲ୍ ଟାଓ୍ବାର ବସାଇଲେ ୧୨ ଲକ୍ଷ ଟଙ୍କା ଲାଭ ହେବ... ଏଭଳି ଲୋଭ ଦେଖାଇ ଜଣେ ଆଦବାସୀ ଯୁବକଙ୍କ  ଠାରୁ ୬୦ ହଜାର ଟଙ୍କା ଠକିନେଲେ ଠକ  ଗ୍ୟାଙ୍ଗ। ବଡ଼ କଥା ହେଲା ଏବେବି ଫୋନ୍‌ କଲେ ଠକ କହୁଛନ୍ତି ଟାଓ୍ବାର ପାଇଁ ଲାଗିବାକୁ ଥିବା ଯନ୍ତ୍ରାଂଶ ଗାଡ଼ିରେ ପଠାଯାଉଛି। ଗାଡ଼ିରେ ପଠାଯାଉଥିବାରୁ ଟୋଲ ଟ୍ୟାକ୍ସ ପାଇଁ ଆହୁରି ୧୪, ୫୦୦ ଟଙ୍କା ଦିଅନ୍ତୁ। ତେବେ ଠକାମୀର ଶିକାର ହେବା ଜାଣିବା ପରେ ଘଷିପୁରା ଥାନାର ଦ୍ବାରସ୍ତ ହେଇଛନ୍ତି ଠକେଇର ଶିକାର ହୋଇଥିବ ଯୁବକ।

ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଭଣ୍ଡାରୀଡିହା ତୋରାଣିଆପାଳ କାଦୁଅଗୋଠ ଗ୍ରାମର ବାଇଧର ବାସ୍କେଙ୍କ ସହ ହୋଇଛି ଏହି ଠକେଇ। ୨ ବର୍ଷ ତଳେ ବାଇଧରଙ୍କୁ ଏକ ଫୋନ କଲ୍ ଆସିଥିଲା । ଏଥିରେ ଜଣେ ମହିଳା ତାଙ୍କୁ ଜିଓର ମୋବାଇଲ ଟାଓ୍ବାର ବସାଇବାକୁ ଅଫର ଦେଇଥିଲେ। 

ଆଉ ଟାଓ୍ବାର ବସାଇଲେ ୧୨ ଲକ୍ଷ ଟଙ୍କା ପାଇବେ ବୋଲି ପ୍ରଲୋଭନ ଦେଖାଇଥିଲେ। ତେବେ ଲୋଭରେ ପଡ଼ି ବାଇଧର ନିଜର ଆଧାର କାର୍ଡ, ଫଟେ, ଜମି ପଟା, ବ୍ୟାଙ୍କ ପାସବୁକ ଭଳି ଡକମେଣ୍ଟ ଦେଇଥିଲେ। ଆଉ ଏଠାରୁ ଆରମ୍ଭ ହୋଇଥିଲା ଠକଙ୍କ କାରନାମା। ଜାଗା ଦେଖିବାକୁ ଦୁଇ ଜଣ ଆସିବେ ଏବଂ ଟାୱାର ସାମଗ୍ରୀ ପାଇଁ ସିକ୍ୟୁରିଟି ବାବଦକୁ ୬୦ ହଜାର ଦେବା ପାଇଁ ପଡ଼ିବ ବୋଲି କହି ପଇସା ମାଗିଥିଲେ। ବାଇଧର ମଧ୍ୟ ଫୋନ ପେ ଓ ବ୍ୟାଙ୍କ ମାଧ୍ୟମରେ ପଇସା ଦେଇଥିଲେ। 

ହେଲେ ଟାୱାର ବସାଇବା ତ’ ଦୂରର କଥା ପୁଣି ଥରେ ବାହାନା କରି ଟୋଲ ଟ୍ୟାକ୍ସ ପାଇଁ ଟଙ୍କା ଦେବାକୁ  ପଡ଼ିବ କହିବାରୁ ବାଇଧର ଠକାମୀର ଶିକାର ହୋଇଥିବା ଜାଣି ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।