ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଶ୍ବସ୍ତିର ଖବର

ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଶ୍ବସ୍ତିର ଖବର। ଫୋନରେ କେବଳ କଲ୍ କିମ୍ବା SMS କରୁଥିଲେ, ଆଉ ନିରୁପାୟ ଭାବେ ଡାଟା ପ୍ୟାକ୍ ଯୋଡ଼ାଥିବା କମ୍ବୋ ପ୍ୟାକ୍ ରିଚାର୍ଜ କରିବାକୁ ପଡ଼ିବନି। ଡୁଆଲ୍ ସିମ୍ ଫୋନରେ ଦ୍ବିତୀୟ ସିମ୍ ଆକ୍ଟିଭ୍ ରଖିବାକୁ ବି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି। ଉପଭୋକ୍ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ ଟାରିଫ୍ ଭାଉଚର୍ ଆଣିବାକୁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇ।

ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଶ୍ବସ୍ତିର ଖବର
Array