ମୋଷ୍ଟ୍ ଓ୍ବାଣ୍ଟେଡ୍ ସୈଫୁଲ୍ଲା ଖାଲିଦ୍ ନିହତ; ଅଜ୍ଞାତ ଆତତାୟୀ ଗୁଳିରେ ସଫା ଲସ୍କର ଆତଙ୍କୀ
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ବଡ଼ ଝଟକା । ଆତଙ୍କୀ ସୈଫୁଲ୍ଲା ଖାଲିଦ୍ ନିହତ ସୂଚନା । ଅଜ୍ଞାତ ଆତତାୟୀଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି ହାର୍ଡକୋର୍ ଆତଙ୍କାବାଦୀ । ଭାରତରେ ତିନୋଟି ବଡ଼ ହମଲାରେ ସାମିଲ ଥିଲା ସୈଫୁଲ୍ଲା ଖାଲିଦ୍ । ନେପାଳରେ ରହି ଲସ୍କରକୁ ଅପରେଟ୍ କରିବା ସହିତ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । ବର୍ତ୍ତମାନ ସେ ସିନ୍ଧ୍ ପ୍ରାନ୍ତର ମତଲୀ, ବଦୀନରେ କାର୍ଯ୍ୟ କରୁଥିଲା । ଭାରତରେ ୩ ହମଲାରେ ସାମିଲ୍ ଥିଲା?ଲସ୍କର-ଏ-ତୈବାର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ୍, ମହାରାଷ୍ଟ୍ର ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟ ହମଲାର ମାଷ୍ଟର ମାଇଣ୍ଡ୍ ଥିଲା । ୨୦୦୬ରେ ଷଡ଼ଯନ୍ତ୍ର ରଚି ସ୍ବୟଂ ସେବକ ସଂଘ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଥିଲା । ସେହିପରି ୨୦୦୧ରେ ରାମପୁର ସିଆରପିଏଫ୍ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲା । ୨୦୦୫ରେ ଷଡ଼ଯନ୍ତ୍ର ରଚି ବେଙ୍ଗାଲୁରୁରେ ହମଲା କରାଇଥିଲା । ଭାରତୀୟ ବିଜ୍ଞାନ ସଂସ୍ଥାନର ଅଡିଟୋରିୟମରୁ ଅତିଥିମାନେ ବାହାରୁ ଥିବାବେଳେ ଆତଙ୍କବାଦୀମାନେ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ଜଣେ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । କିଏ ଏହି ସୈଫୁଲ୍ଲା ଖାଲିଦ୍?ସୈଫୁଲ୍ଲା ଖାଲିଦ୍ ଲସ୍କର-ଏ-ତୈବାକୁ ଅପରେଟ୍ କରୁଥିଲା । ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚିବା ଓ ହମଲା କରିବା ତା’ର ମୁଖ୍ୟ କାର୍ଯ୍ୟ ଥିଲା । ଏନେଇ ସେ ନେପାଳରେ ରହି ବାରମ୍ବ
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ବଡ଼ ଝଟକା । ଆତଙ୍କୀ ସୈଫୁଲ୍ଲା ଖାଲିଦ୍ ନିହତ ସୂଚନା । ଅଜ୍ଞାତ ଆତତାୟୀଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି ହାର୍ଡକୋର୍ ଆତଙ୍କାବାଦୀ । ଭାରତରେ ତିନୋଟି ବଡ଼ ହମଲାରେ ସାମିଲ ଥିଲା ସୈଫୁଲ୍ଲା ଖାଲିଦ୍ । ନେପାଳରେ ରହି ଲସ୍କରକୁ ଅପରେଟ୍ କରିବା ସହିତ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । ବର୍ତ୍ତମାନ ସେ ସିନ୍ଧ୍ ପ୍ରାନ୍ତର ମତଲୀ, ବଦୀନରେ କାର୍ଯ୍ୟ କରୁଥିଲା ।
ଭାରତରେ ୩ ହମଲାରେ ସାମିଲ୍ ଥିଲା?
ଲସ୍କର-ଏ-ତୈବାର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ୍, ମହାରାଷ୍ଟ୍ର ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟ ହମଲାର ମାଷ୍ଟର ମାଇଣ୍ଡ୍ ଥିଲା । ୨୦୦୬ରେ ଷଡ଼ଯନ୍ତ୍ର ରଚି ସ୍ବୟଂ ସେବକ ସଂଘ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଥିଲା । ସେହିପରି ୨୦୦୧ରେ ରାମପୁର ସିଆରପିଏଫ୍ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲା । ୨୦୦୫ରେ ଷଡ଼ଯନ୍ତ୍ର ରଚି ବେଙ୍ଗାଲୁରୁରେ ହମଲା କରାଇଥିଲା । ଭାରତୀୟ ବିଜ୍ଞାନ ସଂସ୍ଥାନର ଅଡିଟୋରିୟମରୁ ଅତିଥିମାନେ ବାହାରୁ ଥିବାବେଳେ ଆତଙ୍କବାଦୀମାନେ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ଜଣେ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ ।
କିଏ ଏହି ସୈଫୁଲ୍ଲା ଖାଲିଦ୍?
ସୈଫୁଲ୍ଲା ଖାଲିଦ୍ ଲସ୍କର-ଏ-ତୈବାକୁ ଅପରେଟ୍ କରୁଥିଲା । ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚିବା ଓ ହମଲା କରିବା ତା’ର ମୁଖ୍ୟ କାର୍ଯ୍ୟ ଥିଲା । ଏନେଇ ସେ ନେପାଳରେ ରହି ବାରମ୍ବାର ଭାରତରେ ହମଲା କରାଯାଉଥିଲା । ସୈଫୁଲ୍ଲା ଖାଲିଦ୍ ବାବଦରେ ଏନଆଇଏକୁ ଗୁଇନ୍ଦା ତଥ୍ୟ ମିଳିବା ପରେ ଭୟରେ ନେପାଳ ଛାଡ଼ି ଫେରାର୍ ହୋଇଯାଇଥିଲା । ସେ ଭାରତର ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କୀ ଥିଲା । ରବିବାର ପାକିସ୍ତାନରେ ଆତଙ୍କୀକୁ କେହି ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି ।