ମୋହନ ବିଶି ପାଇଲେ ରାଜ୍ୟପାଳ ପୁରସ୍କାର

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ ପରାମର୍ଶଦାତା ମୋହନ ଚରଣ ବିଶି ପୁରସ୍କୃତ ହୋଇଛନ୍ତି। ଭୁବନେଶର ରାଜଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଙ୍କୁ ଶ୍ରେଷ୍ଠ ଯୁବ ରେଡ୍‌କ୍ରସ ପରାମର୍ଶଦାତା ଭାବେ ପୁରସ୍କାର […] The post ମୋହନ ବିଶି ପାଇଲେ ରାଜ୍ୟପାଳ ପୁରସ୍କାର appeared first on Dharitri Odia News.

ମୋହନ ବିଶି ପାଇଲେ  ରାଜ୍ୟପାଳ ପୁରସ୍କାର

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ ପରାମର୍ଶଦାତା ମୋହନ ଚରଣ ବିଶି ପୁରସ୍କୃତ ହୋଇଛନ୍ତି। ଭୁବନେଶର ରାଜଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଙ୍କୁ ଶ୍ରେଷ୍ଠ ଯୁବ ରେଡ୍‌କ୍ରସ ପରାମର୍ଶଦାତା ଭାବେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ ଓ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଉଲ୍ଲେଖଯୋଗ୍ୟ ଯେ ମୋହନ ଜଣେ ନିୟମିତ ରକ୍ତଦାତା ଓ ପ୍ରୋତ୍ସାହକ ଭାବେ ଚଳିତ ବର୍ଷ ପାଇଁ ରାଜ୍ୟ ରକ୍ତବୀର ସମ୍ମାନରେ ସମ୍ମାନିତ ହୋଇଥିଲେ। ରକ୍ତଦାନ ବ୍ୟତୀତ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ସମ୍ବନ୍ଧିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ସମ୍ପାଦନ, ବୃକ୍ଷ ରୋପଣ, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ପୁରସ୍କାର ପାଇଁ ମନୋନିତ ହୋଇଥିଲେ। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି

The post ମୋହନ ବିଶି ପାଇଲେ ରାଜ୍ୟପାଳ ପୁରସ୍କାର appeared first on Dharitri Odia News.