ମୋହନ ମାଝୀଙ୍କ ପତ୍ନୀ କହିଲେ- ସେ ମନ୍ତ୍ରୀ ହେବେ ବୋଲି ଭାବିଥିଲି, କିନ୍ତୁ…
ଭୁବନେଶ୍ୱର,୧୧।୬: ଶିଶୁ ମନ୍ଦିରରେ ଗୁରୁଜୀ, ପରେ ଓ୍ବାର୍ଡମେମ୍ବର, ସରପଞ୍ଚ ହୋଇଥିଲେ। ଧିରେ ଧିରେ ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ୨୦୦୦ରେ ବିଧାୟକ ହୋଇଥିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ଘୋଷଣା ହେବା ପରେ ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି। ପତ୍ନୀ ପ୍ରିୟଙ୍କା ମାରାଣ୍ଡି ପ୍ରତିକ୍ରିୟା ରଖି ମନ୍ତ୍ରୀ ହେବେ ବୋଲି ଆଶା ଥିଲା, ହେଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚିନ୍ତା କରି ନ ଥିବା କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର […] The post ମୋହନ ମାଝୀଙ୍କ ପତ୍ନୀ କହିଲେ- ସେ ମନ୍ତ୍ରୀ ହେବେ ବୋଲି ଭାବିଥିଲି, କିନ୍ତୁ… appeared first on Dharitri Odia News.
ଭୁବନେଶ୍ୱର,୧୧।୬: ଶିଶୁ ମନ୍ଦିରରେ ଗୁରୁଜୀ, ପରେ ଓ୍ବାର୍ଡମେମ୍ବର, ସରପଞ୍ଚ ହୋଇଥିଲେ। ଧିରେ ଧିରେ ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ୨୦୦୦ରେ ବିଧାୟକ ହୋଇଥିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ଘୋଷଣା ହେବା ପରେ ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି। ପତ୍ନୀ ପ୍ରିୟଙ୍କା ମାରାଣ୍ଡି ପ୍ରତିକ୍ରିୟା ରଖି ମନ୍ତ୍ରୀ ହେବେ ବୋଲି ଆଶା ଥିଲା, ହେଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚିନ୍ତା କରି ନ ଥିବା କହିଛନ୍ତି।
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରିୟଙ୍କା କହିଛନ୍ତି, ପ୍ରଥମେ ଟିଭିରୁ ଖବର ଦେଖି ଏନେଇ ଜାଣିବାକୁ ପାଇଥିଲି । ତାଙ୍କୁ ଏତେ ବଡ଼ ପଦବୀରେ ଦେଖି ସ୍ତ୍ରୀ ହିସାବରେ ମୁଁ ଗର୍ବିତ। ବୁଧବାର ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ଯିବି, ପୂର୍ବରୁ ମଧ୍ୟ ଯାଉଥିଲି। ଏବେ ତାଙ୍କ ଦାୟିତ୍ୱ ବଢ଼ିଯାଇଛି। ଲୋକଙ୍କ ସେବା ପାଇଁ ତାଙ୍କୁ ବଛାଯାଇଛି। ହେଲେ ସେ କେବେହେଲେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନ ଥିଲେ। ଯାହା ଦଳୟ ନେତା ନିଷ୍ପତ୍ତି ନିଅନ୍ତି ମାନି ନିଅନ୍ତି। ବରିଷ୍ଠ ନେତା ଥିବା ଯୋଗୁ ତାଙ୍କୁ ମନ୍ତ୍ରୀ ପଦ ମିଳିବାର ଆଶା ଥିଲା। ସେ ସାନ୍ତାଳି ହୋଇଥିଲେ ହେଁ କେବଳ ଯେ ସେମାନଙ୍କୁ ଦେଖିଲେ ହେବ ନାହିଁ, ସେ ସବୁ ବର୍ଗକୁ ଦେଖିବାକୁ ପଡ଼ିବ। କାରଣ ସେ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି।
The post ମୋହନ ମାଝୀଙ୍କ ପତ୍ନୀ କହିଲେ- ସେ ମନ୍ତ୍ରୀ ହେବେ ବୋଲି ଭାବିଥିଲି, କିନ୍ତୁ… appeared first on Dharitri Odia News.