ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା, ପବନ ସହ ବଜ୍ରପାତ
ଗଜପତି (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି l ଫଳରେ ଚନ୍ଦ୍ରଗିରି,ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l ବିଭିନ୍ନ ଅଞ୍ଚଳ ରେ ବିଦ୍ୟୁତ ତାର ଛିଣ୍ଡି ଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି l କିଛି ସ୍ଥାନରେ କଚ୍ଚା ଘର ନଷ୍ଟ ହୋଇଥିବା ଜଣାପଡିଛି l […] The post ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା, ପବନ ସହ ବଜ୍ରପାତ appeared first on KNews Odisha.

ଗଜପତି (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି l ଫଳରେ ଚନ୍ଦ୍ରଗିରି,ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l
ବିଭିନ୍ନ ଅଞ୍ଚଳ ରେ ବିଦ୍ୟୁତ ତାର ଛିଣ୍ଡି ଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି l କିଛି ସ୍ଥାନରେ କଚ୍ଚା ଘର ନଷ୍ଟ ହୋଇଥିବା ଜଣାପଡିଛି l ଅଡବା ଠାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡି ରାସ୍ତା ବନ୍ଦ ରହିଛି ଫଳରେ ଗଜପତି ସହ କନ୍ଧମାଳ ଜ଼ିଲ୍ଲା କୁ ଅଡବା ମଧ୍ୟ ଦେଇ ଯାତାୟତ ଠପ୍ ହୋଇଥିଲା ତେଵେ ମୋହନା ଅଗ୍ନିଶମ କର୍ମଚାରୀ ଙ୍କ ତତ୍କାଳୀନ ପଦକ୍ଷେପ ଯୋଗୁଁ ଗଛ କାଟି ରାସ୍ତା ସଫା କରାଯିବା ସହ ଯାତାୟତ ସ୍ୱାଭାବିକ ହୋଇଥିଲା l ତେଵେ ବର୍ଷା ଯୋଗୁଁ ପ୍ରଚଣ୍ତ ରୌଦ୍ର ତାପରୁ ଲୋକେ ତ୍ରାହି ପାଇଛନ୍ତି l ଆଜି ଦିନରେ ମୋହନା ଅଞ୍ଚଳର ତାପମାତ୍ରା ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା l
The post ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା, ପବନ ସହ ବଜ୍ରପାତ appeared first on KNews Odisha.