ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ୪ ଅନୁଷ୍ଠାନର ବୈଜ୍ଞାନିକ
ନୂଆଦିଲ୍ଲୀ,୨୩।୪: ଓଡ଼ିଶାର ଚାରୋଟି ଅନୁଷ୍ଠାନର ବୈଜ୍ଞାନିକମାନେ ୨୦୨୫ ମସିହାରେ ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବିଶ୍ୱର ଅତି କମରେ ୭୦ଟି ଦେଶରୁ ୧୩,୫୦୮ ଜଣ ଗବେଷକ ୨୦୨୫ ପାଇଁ ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାର (୩ ମିଲିୟନ ଆମେରିକୀୟ ଡଲାର) ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏହି ବୈଜ୍ଞାନିକମାନେ CERN ର ଲାର୍ଜ ହାଡ୍ରନ କୋଲାଇଡର (LHC) ଚାରୋଟି ପରୀକ୍ଷାମୂଳକ ସହଯୋଗ—ATLAS, CMS, ALICE ଏବଂ LHCb— ସହ ଜଡ଼ିତ ଅଛନ୍ତି। ଚାରି […] The post ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ୪ ଅନୁଷ୍ଠାନର ବୈଜ୍ଞାନିକ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: ଓଡ଼ିଶାର ଚାରୋଟି ଅନୁଷ୍ଠାନର ବୈଜ୍ଞାନିକମାନେ ୨୦୨୫ ମସିହାରେ ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ବିଶ୍ୱର ଅତି କମରେ ୭୦ଟି ଦେଶରୁ ୧୩,୫୦୮ ଜଣ ଗବେଷକ ୨୦୨୫ ପାଇଁ ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାର (୩ ମିଲିୟନ ଆମେରିକୀୟ ଡଲାର) ଦ୍ୱାରା ସମ୍ମାନିତ ହୋଇଛନ୍ତି।
ଏହି ବୈଜ୍ଞାନିକମାନେ CERN ର ଲାର୍ଜ ହାଡ୍ରନ କୋଲାଇଡର (LHC) ଚାରୋଟି ପରୀକ୍ଷାମୂଳକ ସହଯୋଗ—ATLAS, CMS, ALICE ଏବଂ LHCb— ସହ ଜଡ଼ିତ ଅଛନ୍ତି।
ଚାରି ଜଣ ବୈଜ୍ଞାନିକ—ବେଦାଙ୍ଗଦାସ ମହାନ୍ତି, ରଣବୀର ସିଂହ, ସଞ୍ଜୟ ସ୍ୱାଇଁ, ପ୍ରଳୟ ମଲ—ଭୁବନେଶ୍ୱରର NISER ରୁ; ବୈଜ୍ଞାନିକ ସୀମା ବାହିନୀପତି ଭୁବନେଶ୍ୱରର IIT ରୁ; ଦୁଇ ଜଣ ବୈଜ୍ଞାନିକ—ଅରୁଣ କୁମାର ନାୟକ, ପ୍ରଦୀପ କୁମାର ସାହୁ—ଭୁବନେଶ୍ୱରର ଇନଷ୍ଟିଟ୍ୟୁଟ ଅଫ ଫିଜିକ୍ସରୁ, ଏବଂ ନତାସା ଶର୍ମା ବ୍ରହ୍ମପୁରର IISER ରୁ ଏହି ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆଠ ଜଣ ବୈଜ୍ଞାନିକଙ୍କୁ ବିଶ୍ୱ ମଞ୍ଚରେ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ବୁଧବାର ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, “୨୦୨୫ ମସିହାରେ ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାର ପାଇଥିବା ଓଡ଼ିଶା ଆଧାରିତ ଅନୁଷ୍ଠାନର ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ।
CERN ଦ୍ୱାରା କଣିକା ପଦାର୍ଥ ବିଜ୍ଞାନରେ ଯୁଗାନ୍ତକାରୀ ଅବଦାନ ପାଇଁ ମାନ୍ୟତା ପ୍ରାପ୍ତ ୧୩,୫୦୮ ବିଶ୍ୱ ଗବେଷକଙ୍କ ମଧ୍ୟରେ ସେମାନେ ଉଜ୍ଜ୍ୱଳ ହେବା ରାଜ୍ୟ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସେମାନଙ୍କର ପ୍ରତିଭା ଏବଂ ବିଜ୍ଞାନ ପ୍ରତି ନିଷ୍ଠା ଦେଶର ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେବ।”
ଉଲ୍ଲେଖଯୋଗ୍ୟ, ଇଉରୋପୀୟ ନ୍ୟୁକ୍ଲିୟର ରିସର୍ଚ ଅର୍ଗାନାଇଜେସନ (CERN) ଏକ ଆନ୍ତଃସରକାରୀ ସଂଗଠନ ଯାହା ବିଶ୍ୱର ସବୁଠାରୁ ବଡ଼ କଣିକା ପଦାର୍ଥ ବିଜ୍ଞାନ ଗବେଷଣାଗାର ପରିଚାଳନା କରେ।
୧୯୫୪ରେ ପ୍ରତିଷ୍ଠିତ, CERN ଫ୍ରାନ୍ସ-ସ୍ୱିଟ୍ଜରଲ୍ୟାଣ୍ଡ ସୀମାରେ ଜେନେଭାର ପଶ୍ଚିମ ଉପାନ୍ତରେ ମେୟ୍ରିନରେ ଅବସ୍ଥିତ।
The post ମୌଳିକ ପଦାର୍ଥ ବିଜ୍ଞାନରେ ବ୍ରେକଥ୍ରୁ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ୪ ଅନୁଷ୍ଠାନର ବୈଜ୍ଞାନିକ appeared first on Dharitri Odia News.