ମୌସୁମୀ ଆସିଲେ କୋରାପୁଟକୁ ଆସେ ଡେଙ୍ଗୁ ଭୟ, ବଢିଲା ପ୍ରଶାସନିକ ତପ୍ତରତା

କୋରାପୁଟ ୧୨/୦୭: ମୌସୁମୀ ଆସିଲେ କୋରାପୁଟରେ ଦେଖାଦିଏ ଡେଙ୍ଗୁ ଭୟ । ପ୍ରତିବର୍ଷ ମୌସୁମୀ ପୁର୍ବରୁ କୋରାପୁଟରେ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି ଦେଖିବାକୁ ମିଳିଥାଏ । ତଥାପି ପ୍ରତିବର୍ଷ କୋରାପୁଟରେ ବଢୁଥିବା ଡେଙ୍ଗୁ ସଂକ୍ରମିତ ସଖ୍ୟା ପ୍ରଶାସନକୁ ଦିଏ ଟେନସନ। ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବସୁଛି ଘନଘନ ବୈଠକ। ଚଳିତବର୍ଷ କିଭଳି ଭାବରେ ଡେଙ୍ଗୁ ସଂକ୍ରମିତ ସଖ୍ୟା କମ୍ ରହିବ ସେନେଇ କରାଯାଉଛି ପୁର୍ବ ପ୍ରସ୍ତୁତି। କିନ୍ତୁ ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେବ ସହରର ଏଦୃଶ୍ୟ ଦେଖିଲେ ଜଣାପଡ଼ୁଛି। କୋରାପୁଟରେ ଏବେ ମୌସୁମୀ ଆସିଲାଣି ଅନ୍ୟପଟେ ସହରରେ ପୌର ପ୍ରଶାସନ ପକ୍ଷରୁ ଅଳିଆ ସଫେଇ କାମ ମନ୍ଥର ଗତିରେ ଚାଲୁଥିବା ଏସବୁ ଅଳିଆ ଆବର୍ଜ୍ଜନା ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। ସହରର ଯେଉଁଠି ମଧ୍ୟ ନଜର ବୁଲାଇଲେ ଦେଖାଯିବ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା। ପୌର ପରିଷଦ କାର୍ଯ୍ୟାଳୟ ପାଚେରୀ ନିକଟ ଠାରୁ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଏବଂ ମେଡିକାଲ କଲେଜ ସବୁଠି ସମାନ ଦୃଶ୍ୟ। ତେବେ ଏସବୁ ଭିତରେ ସହରାଞ୍ଚଳରେ ବ୍ୟାପୁଥିବା ଡେଙ୍ଗୁକୁ କିଭଳି ମୁକାବିଲା ହେବ ତାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ।  ଚଳିତବର୍ଷ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ଜୁଲାଇ ମାସର ଶେଷ ରିପୋର୍ଟ ସୁଦ୍ଧା ୧୬୯୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୮ ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇ ସାରି

ମୌସୁମୀ ଆସିଲେ କୋରାପୁଟକୁ ଆସେ ଡେଙ୍ଗୁ ଭୟ, ବଢିଲା ପ୍ରଶାସନିକ ତପ୍ତରତା

କୋରାପୁଟ ୧୨/୦୭: ମୌସୁମୀ ଆସିଲେ କୋରାପୁଟରେ ଦେଖାଦିଏ ଡେଙ୍ଗୁ ଭୟ । ପ୍ରତିବର୍ଷ ମୌସୁମୀ ପୁର୍ବରୁ କୋରାପୁଟରେ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି ଦେଖିବାକୁ ମିଳିଥାଏ । ତଥାପି ପ୍ରତିବର୍ଷ କୋରାପୁଟରେ ବଢୁଥିବା ଡେଙ୍ଗୁ ସଂକ୍ରମିତ ସଖ୍ୟା ପ୍ରଶାସନକୁ ଦିଏ ଟେନସନ। 

ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବସୁଛି ଘନଘନ ବୈଠକ। ଚଳିତବର୍ଷ କିଭଳି ଭାବରେ ଡେଙ୍ଗୁ ସଂକ୍ରମିତ ସଖ୍ୟା କମ୍ ରହିବ ସେନେଇ କରାଯାଉଛି ପୁର୍ବ ପ୍ରସ୍ତୁତି। କିନ୍ତୁ ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେବ ସହରର ଏଦୃଶ୍ୟ ଦେଖିଲେ ଜଣାପଡ଼ୁଛି। କୋରାପୁଟରେ ଏବେ ମୌସୁମୀ ଆସିଲାଣି ଅନ୍ୟପଟେ ସହରରେ ପୌର ପ୍ରଶାସନ ପକ୍ଷରୁ ଅଳିଆ ସଫେଇ କାମ ମନ୍ଥର ଗତିରେ ଚାଲୁଥିବା ଏସବୁ ଅଳିଆ ଆବର୍ଜ୍ଜନା ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। 

ସହରର ଯେଉଁଠି ମଧ୍ୟ ନଜର ବୁଲାଇଲେ ଦେଖାଯିବ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା। ପୌର ପରିଷଦ କାର୍ଯ୍ୟାଳୟ ପାଚେରୀ ନିକଟ ଠାରୁ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଏବଂ ମେଡିକାଲ କଲେଜ ସବୁଠି ସମାନ ଦୃଶ୍ୟ। ତେବେ ଏସବୁ ଭିତରେ ସହରାଞ୍ଚଳରେ ବ୍ୟାପୁଥିବା ଡେଙ୍ଗୁକୁ କିଭଳି ମୁକାବିଲା ହେବ ତାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ।  

ଚଳିତବର୍ଷ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ଜୁଲାଇ ମାସର ଶେଷ ରିପୋର୍ଟ ସୁଦ୍ଧା ୧୬୯୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୮ ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି । ସେମଧ୍ୟରୂ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୪ ଥିବାବେଳେ ମାଲକାନଗିରିରୁ ଦୁଇ ରାୟଗଡ଼ାରୁ ଜଣେ ଓ ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସପିଟାଲ ଠାରେ ସ୍ଵତନ୍ତ୍ର ଡେଙ୍ଗୁ ବ୍ୟାଡ ଖୋଲିବାକୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 

ଆଗୁଆ ପ୍ରସ୍ତୁତି ସରିଛି ଲୋକଙ୍କୁ ସଚେତନ କରାଯାଉଛି ଜିଲ୍ଲା ପ୍ରଶାସନ ଚଳିତବର୍ଷ ଡେ଼ଙ୍ଗୁ ନିୟନ୍ତ୍ରଣରେ ରହିବା ନେଇ ଆଶା ବାନ୍ଧି ବସିଛି। କୋରାପୁଟରେ ଡେଙ୍ଗୁ ନିମନ୍ତ୍ରଣ ପାଇଁଁ ସମସ୍ତ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ତେବେ ଆଗକୁ ମୌସୁମୀ ବର୍ଷାରେ କେତ ସଫଳତା ମିଳିବ ତାହା ଦେଖିବାକୁ ବାକି।