ସୀମା ଟପିଗଲା ସିନିୟରଙ୍କ ରାଗିଂ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଲେ ସହପାଠୀ

ନୂଆପଡା ୦୬/୦୯: ନୂଆପଡା ତରବୋଡ଼ ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଙ୍କୁ ରାତି ଅଧିଆ ସିନିଅର ଛାତ୍ର ମାଡ଼ ମାରିବା ଘଟଣା । ମାଡ଼ ମାରିଥିବା ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଉପବାସରେ ଧାରଣାରେ ବସିଲେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ । ସୂଚନା ଥାଉକି, ତରବୋଡ଼ ନବୋଦୟ ବିଦ୍ୟାଳୟରେ ରାଗିଂ ହୋଇଛି । ସିନିଅର ଛାତ୍ରଙ୍କ ମାଡ଼ରେ ଜୁନିଅର ଛାତ୍ର ଗୁରୁତର । ୧୭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତରବୋଡ଼ ନବୋଦୟର ଘଟଣା । ଜଣେ ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ରାତି ୧୨ ଟା ସମୟରେ ଯୁକ୍ତ ଦୁଇର ସାତ ଜଣ ଛାତ୍ର ଦଶମ ଶ୍ରେଣୀର ସିନିଆର ହାଉସ ଆରାବଲୀର ୧୭ ଜଣ ଛାତ୍ରଙ୍କୁ ଗୋଟିଏ ଗୋଟିଏ କରି ଡ଼ାକିବ ସହ କବାଟ ବନ୍ଦ କରି ବାଡ଼ି, ଲୁହା ଛଡ଼ ଓ ଟାଙ୍ଗିଆ ରେ ମାଡ଼ ମାରିଛନ୍ତି। ସମସ୍ତଙ୍କର ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ରୋଳା ପଡ଼ିଥିବା ଦେଖାଦେଇଛି। ଅଭିଭାବକ ତରବୋଡ଼ ସ୍ଥିତ ନବୋଦୟ ବିଦ୍ୟାଳୟ ରେ ପହଞ୍ଚି ଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ଘଟଣା ସ୍ଥଳରେ ତରବୋଡ଼ ପୋଲିସ। ଦୋଷୀଙ୍କ ବିରୋଧ ରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆହେବ ବୋଲି କହିଲେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ।

ସୀମା ଟପିଗଲା ସିନିୟରଙ୍କ ରାଗିଂ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଲେ ସହପାଠୀ

ନୂଆପଡା ୦୬/୦୯: ନୂଆପଡା ତରବୋଡ଼ ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଙ୍କୁ ରାତି ଅଧିଆ ସିନିଅର ଛାତ୍ର ମାଡ଼ ମାରିବା ଘଟଣା । ମାଡ଼ ମାରିଥିବା ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଉପବାସରେ ଧାରଣାରେ ବସିଲେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ । 

ସୂଚନା ଥାଉକି, ତରବୋଡ଼ ନବୋଦୟ ବିଦ୍ୟାଳୟରେ ରାଗିଂ ହୋଇଛି । ସିନିଅର ଛାତ୍ରଙ୍କ ମାଡ଼ରେ ଜୁନିଅର ଛାତ୍ର ଗୁରୁତର । ୧୭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତରବୋଡ଼ ନବୋଦୟର ଘଟଣା । ଜଣେ ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ରାତି ୧୨ ଟା ସମୟରେ ଯୁକ୍ତ ଦୁଇର ସାତ ଜଣ ଛାତ୍ର ଦଶମ ଶ୍ରେଣୀର ସିନିଆର ହାଉସ ଆରାବଲୀର ୧୭ ଜଣ ଛାତ୍ରଙ୍କୁ ଗୋଟିଏ ଗୋଟିଏ କରି ଡ଼ାକିବ ସହ କବାଟ ବନ୍ଦ କରି ବାଡ଼ି, ଲୁହା ଛଡ଼ ଓ ଟାଙ୍ଗିଆ ରେ ମାଡ଼ ମାରିଛନ୍ତି। 

ସମସ୍ତଙ୍କର ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ରୋଳା ପଡ଼ିଥିବା ଦେଖାଦେଇଛି। ଅଭିଭାବକ ତରବୋଡ଼ ସ୍ଥିତ ନବୋଦୟ ବିଦ୍ୟାଳୟ ରେ ପହଞ୍ଚି ଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ଘଟଣା ସ୍ଥଳରେ ତରବୋଡ଼ ପୋଲିସ। ଦୋଷୀଙ୍କ ବିରୋଧ ରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆହେବ ବୋଲି କହିଲେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ।