ମ୍ୟାଚ୍ ଖେଳୁଥିବା ସମୟରେ ହଠାତ୍ ଆସଲା ହାର୍ଟ ଆଟାକ୍, ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ
ବେଙ୍ଗାଲୁରୁ,୨୩।୨: ମ୍ୟାଚ ସମୟରେ ଘଟିଛି ହୃଦୟ ବିଦାରକ ଘଟଣା। ଖେଳିବାବେଳେ ହାର୍ଟଆଟାକ୍ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ନାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଛି। ଏହି ୩୫ ବର୍ଷୀୟ ଯୁବ କ୍ରିକେଟର ଖେଳ ପଡ଼ିଆରେ ଖେଳିବା ସମୟରେ ହିଁ ହାର୍ଟ ଆଟାକର ଶିକାର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ହସ୍ପିଟାଲ ନିଆଯାଇଥିଲା ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, କର୍ନାଟକ ଏବଂ ତାମିଲନାଡୁ ଏଜିସ […] The post ମ୍ୟାଚ୍ ଖେଳୁଥିବା ସମୟରେ ହଠାତ୍ ଆସଲା ହାର୍ଟ ଆଟାକ୍, ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ appeared first on Dharitri Odia News.
ବେଙ୍ଗାଲୁରୁ,୨୩।୨: ମ୍ୟାଚ ସମୟରେ ଘଟିଛି ହୃଦୟ ବିଦାରକ ଘଟଣା। ଖେଳିବାବେଳେ ହାର୍ଟଆଟାକ୍ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ନାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଛି। ଏହି ୩୫ ବର୍ଷୀୟ ଯୁବ କ୍ରିକେଟର ଖେଳ ପଡ଼ିଆରେ ଖେଳିବା ସମୟରେ ହିଁ ହାର୍ଟ
ଆଟାକର ଶିକାର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ହସ୍ପିଟାଲ ନିଆଯାଇଥିଲା ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ, କର୍ନାଟକ ଏବଂ ତାମିଲନାଡୁ ଏଜିସ ସାଉଥ ଜୋନ ଟୁର୍ନାମେଣ୍ଟ ସମୟରେ ଏହି ଘଟଣା ଘଟିଥିଲା । ମ୍ୟାଚ ପରେ ସେ ଟିମ ସଦସ୍ୟଙ୍କ ସହ ଲଞ୍ଚ କରିବାକୁ ଯାଉଥିଲେ । କିନ୍ତୁ ହଠାତ୍ ପଡ଼ିଆରେ ଟଳି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସେଠାରେ ଥିବା ମେଡିକାଲ ଟିମ ତାଙ୍କୁ
ସିପିଆର ମାଧ୍ୟମରେ ହସ୍ପିଟାଲ ଆଣିଥିଲେ । କିନ୍ତୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
The post ମ୍ୟାଚ୍ ଖେଳୁଥିବା ସମୟରେ ହଠାତ୍ ଆସଲା ହାର୍ଟ ଆଟାକ୍, ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ appeared first on Dharitri Odia News.