କଟନିଛଟନୀ ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ: ଯାତାୟାତ ଠପ୍‌

ଭବାନୀପାଟଣା,୨୮।୧୨(ଉତ୍ତମ କୁମାର ଦାଶ): କଟନିଛଟନୀ ଅଭିଯୋଗରେ ଶନିବାର ଭବାନୀପାଟଣା ସଦର ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ। କଲେଜ ଛକ ନିକଟ ରାସ୍ତାରେ ବିକ୍ଷୋଭ, ଯାତାୟାତ ଠପ୍‌ ରହିଛି। ଦୋକାନ, ବଜାର ସହ ବସ ଚଳାଚଳ ବନ୍ଦ ରହିଛି। ଓଡ଼ିଶାରେ ଭାଜପା ସରକାର ଶାସନକୁ ଆସିଲେ ଧାନ କଟନୀଛଟନୀ ବନ୍ଦ କରାଯିବ ବୋଲି ନିର୍ବାଚନ ସମୟରେ ଭାଜପା କହିଥିଲା। ଏବେ ଭାଜପା ଶାସନକୁ ଆସିବା ପରେ ଚାଷୀଙ୍କଠାରୁ […] The post କଟନିଛଟନୀ ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ: ଯାତାୟାତ ଠପ୍‌ appeared first on Dharitri Odia News.

କଟନିଛଟନୀ ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ: ଯାତାୟାତ ଠପ୍‌

ଭବାନୀପାଟଣା,୨୮।୧୨(ଉତ୍ତମ କୁମାର ଦାଶ): କଟନିଛଟନୀ ଅଭିଯୋଗରେ ଶନିବାର ଭବାନୀପାଟଣା ସଦର ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ। କଲେଜ ଛକ ନିକଟ ରାସ୍ତାରେ ବିକ୍ଷୋଭ, ଯାତାୟାତ ଠପ୍‌ ରହିଛି। ଦୋକାନ, ବଜାର ସହ ବସ ଚଳାଚଳ ବନ୍ଦ ରହିଛି।
ଓଡ଼ିଶାରେ ଭାଜପା ସରକାର ଶାସନକୁ ଆସିଲେ ଧାନ କଟନୀଛଟନୀ ବନ୍ଦ କରାଯିବ ବୋଲି ନିର୍ବାଚନ ସମୟରେ ଭାଜପା କହିଥିଲା। ଏବେ ଭାଜପା ଶାସନକୁ ଆସିବା ପରେ ଚାଷୀଙ୍କଠାରୁ ୫ ରୁ ୭ କେଜି ଧାନ କଟନୀଛଟନୀ କରାଯାଉଛି। ଭାଜପା ନେତାଙ୍କ ଇସାରାରେ ମିଲର୍ସମାନେ ମନଇଚ୍ଛା ଧାନ କଟନୀଛଟନୀ କରୁଛନ୍ତି। ଭାଜପାର ଏହି ଡବଲ ଇଞ୍ଜିନ ସରକାର ରାଜ୍ୟରେ ଓ କେନ୍ଦ୍ରରେ ବିଫଳ ହୋଇଛି ବୋଲି ଭବାନୀପାଟଣା ବିଧାୟକ ସାଗର ଦାସ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଶନିବାର ସକାଳୁ ସନ୍ଧ୍ୟା ଯାଏ ଭବାନୀପାଟଣା ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛନ୍ତି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ। ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକ ସ୍ଥାନରେ କଂଗ୍ରେସ କର୍ମୀ,ନେତାମାନେ ରାସ୍ତା ଅବରୋଧ କରି ବନ୍ଦ ପାଳନ କରୁଛନ୍ତି। ଯାହାଫଳରେ ଯାନବାହନ ଚଳାଚଳ ଠପ୍‌ ରହିଛି।

The post କଟନିଛଟନୀ ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ: ଯାତାୟାତ ଠପ୍‌ appeared first on Dharitri Odia News.